close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

୩୦ ମିଟର ବରୋୱେଲରେ ଫସିଛି ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ସିଏ ଖେଳୁଥିଲା...ସିଏ ବରୱେଲ ପାଖରେ ଖେଳୁଥିଲା...ଖେଳୁ ଖେଳୁ ଖସି ପଡିଲା...ସିଏ ଏବେ ଜୀବନ ମୃତ୍ୟୁ ସହ ଲଢେଇ କରୁଛି....ସମଗ୍ର ତାମିଲନାଡୁ ତା ପାଇଁ ପ୍ରାର୍ଥନା କରୁଛି...

୩୦ ମିଟର ବରୋୱେଲରେ ଫସିଛି ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବରୱେଲ ଭିତରେ କୁନି ବାଳକ । ୩୦ ମିଟର ଗଭୀରର ବରୱେଲ । ଖେଳୁ ଖେଳୁ ଖସି ପଡିଛି ଶିଶୁ । ସିଏ ଏବେ ମୃତ୍ୟୁ ସହ ଲଢେଇ କରୁଛି । ତାର କଇଁ କଇଁ କାନ୍ଦ ବି ଶୁଣାଯାଉଛି । ଆଉ ତାକୁ ବଞ୍ଚାଇବା ପାଇଁ ୧୬ ଘଣ୍ଟା ଧରି ଜାରିରହିଛି ଅପରେସନ । ଏକ୍ସପର୍ଟ ଟିମ ଘଟଣା ସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ଉପରେ ତୀକ୍ଷଣ ନଜର ରଖିଛି । 

ଶୁକ୍ରବାର ସଂନ୍ଧ୍ୟାରେ ତାମିଲନାଡୁ ତିରୁଚିରାପଲ୍ଲୀ ଜିଲ୍ଲାର ଏକ ଗାଁରେ ୩୦ ମିଟରର ଏକ ବରୋୱେଲ ଭିତରେ ଖସିପଡିଛି ୨ ବର୍ଷର କୁନି ଶିଶୁ । ସୁଜିତ ନାମକ ଏହି ଶିଶୁଟୁ ୯୦ ଫୁଟ ତଳେ ଲଟକି ରହିଛି । ଆଉ ତାକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏବେ ପ୍ରୟାସ ଜାରି ରହିଛି । ଉଦ୍ଧାରକାରୀ ଟିମ କାଲିଠୁ ଉଦ୍ୟମ ଜାରି ରଖିଛନ୍ତି । 

ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ଭାସ୍କର ଏବଂ ପର୍ଯ୍ୟଟନ ମନ୍ତ୍ରୀ ବଲ୍ଲାମଣ୍ଡି ନଟରାଜନ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ଆଜି ସକାଳୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବରୋୱେଲ ଭିତରକୁ ଅକ୍ସିଜେନ ପଠାଯାଉଛି । ଶିଶୁଟି ଜୀବିତ ରହିଛି । ତାର କାନ୍ଦ ମଧ୍ୟ ଶୁଣାଯାଉଛି । ଅପରେସନରେ ଏକ୍ସପର୍ଟ ଟିମ ନିୟୋଜିତ ହୋଇଛନ୍ତି । ବରୋୱେଲର ୬୦ ଫୁଟ ତଳେ ଏକ ମାଇକ୍ରୋ କ୍ୟାମେରା ଲଗାଯାଇଛି । ଶିଶୁଟି ନିଶ୍ୱାସ ପ୍ରଶ୍ୱାସ ନେଉଥିବା ଏଥିରୁ ଜଣାପଡୁଛି । ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ସେ କହିଛନ୍ତି ।