close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମାନପୁର ଗାଁ ମନୋହର ସାହିର ଏକ ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ନବଜାତ ଶିଶୁପୁତ୍ର କୁ  ଉଦ୍ଧାର କରି  ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । 

 ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମାନପୁର ଗାଁ ମନୋହର ସାହିର ଏକ ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ନବଜାତ ଶିଶୁପୁତ୍ର କୁ  ଉଦ୍ଧାର କରି  ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । 

ସୂଚନା ଅନୁସାରେ, ଗ୍ରାମବାସୀ ସ୍ଥାନୀୟ ପୋଖରୀକୁ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ବୁଦା ମୂଳରେ ଖୋଜାଖୋଜି କରିବା ପରେ ଶିଶୁ ପୁତ୍ର ଟିକୁ ଉଦ୍ଧାର କରିଥିଲେ । ଏହା ପରେ ପୋଖରୀ ପାଖରେ ଥିବା ମହିଳାମାନେ ନିଆଁ ଜାଳି ଶିଶୁଟିକୁ ସେକ ଦେଇଥିଲେ । ପରେ ସ୍ଥାନୀୟ ଏଏନଏମଙ୍କ ସହାୟତାରେ ୧୦୮ଆମ୍ବୁଲାନ୍ସ ଡାକି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କିଏ ଓ କାହିଁକି ଶିଶୁପୁତ୍ରଟିକୁ ରାସ୍ତା କଡ଼ରେ  ଫିଙ୍ଗିଦେଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।