'ଭାରତ-ପାକ୍ ମଧ୍ୟରେ ଭଲ ସମ୍ପର୍କ ଚାହେଁ ଚୀନ'
Advertisement

'ଭାରତ-ପାକ୍ ମଧ୍ୟରେ ଭଲ ସମ୍ପର୍କ ଚାହେଁ ଚୀନ'

ଭାରତ-ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେଉ । ଶାନ୍ତି ପାଇଁ ଉଭୟ ରାଷ୍ଟ୍ର ଆଗକୁ ଆସନ୍ତୁ । ଉଭୟ ରାଷ୍ଟ୍ର ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ହେଉ । ଏହା ହିଁ ଚୀନ ଚାହେଁ । ଆଜି ଏପରି କିଛି କହିଛନ୍ତି ଚୀନ ରାଷ୍ଟ୍ରଦୂତ ସୁନ ବୀଦୋଙ୍ଗ । 

sun weidong on india-pakistan relation

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେଉ । ଶାନ୍ତି ପାଇଁ ଉଭୟ ରାଷ୍ଟ୍ର ଆଗକୁ ଆସନ୍ତୁ । ଉଭୟ ରାଷ୍ଟ୍ର ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ହେଉ । ଏହା ହିଁ ଚୀନ ଚାହେଁ । ଆଜି ଏପରି କିଛି କହିଛନ୍ତି ଚୀନ ରାଷ୍ଟ୍ରଦୂତ ସୁନ ବୀଦୋଙ୍ଗ । 

ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ଓ ଚୀନ ଦୁଇ ମହତ୍ତ୍ୱପୂର୍ଣ୍ଣ ଦେଶ । ଉଭୟ ଦେଶର ମୁଖ୍ୟ ନରେନ୍ଦ୍ର ମୋଦି ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଉଭୟ ଦେଶ ପରସ୍ପରର ହିତ ପାଇଁ ସମ୍ମାନ କରିବା ଦରକାର । ଚୀନ ଓ ଭାରତ ସମସ୍ତ ମତଭେଦ ଭୁଲି ସହଯୋଗ ଏବଂ ସମର୍ଥନ ଉପରେ ଗୁରୁତ୍ୱଦେବାର ସମୟ ଆସିଛି । ଉଭୟ ରାଷ୍ଟ୍ର କିଛି ପ୍ରମୁଖ ମୁଦ୍ଦାରେ ସମୟ ସମୟରେ ଆଲୋଚନା କରିବା ଦରକାର ବୋଲି ସେ କହିଛନ୍ତି ।  

ଚୀନ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ମଧ୍ୟ ଏଥିରେ ଏକମତ ଯେ ଉଭୟ ରାଷ୍ଟ୍ର ପରସ୍ପରର ହିତ ଉପରେ ଧ୍ୟାନ ଦେବା ଆବଶ୍ୟକ । ଉଭୟ ଦେଶ ନିଜ ନିଜର ମୁଦ୍ଦାକୁ ଏକ ଉତ୍ତମ ତରିକାରେ ସମାଧାନ କରିବାକୁ ହେବ । ତେଣୁ ସମସ୍ତ ମତଭେଦ ଭୁଲି ଆମକୁ ଆଗକୁ ବଢିବାର ଅଛି ବୋଲି କହିଛନ୍ତି ଚୀନ ରାଷ୍ଟ୍ରଦୂତ ସୁନ ବୀଦୋଙ୍ଗ । 

ସବୁବେଳେ ଆତଙ୍କବାଦୀଙ୍କ ଚରାଭୂମି ପାକିସ୍ତାନକୁ ଘଣ୍ଟ ଘୋଡାଇ ଆସୁଥିବା ଚୀନର ରାଷ୍ଟ୍ରଦୂତଙ୍କ ଏ ବୟାନ ବେଶ ଗୁରୁତ୍ୱ ବହନ କରୁଛି । କାହିଁକିନା ଚୀନ ଓ ପାକିସ୍ତାନର ସମ୍ପର୍କ କାହାକୁ ଅଛପା ନୁହେଁ । ତାହା ଜାତିସଙ୍ଘ ହେଉ ବା ବିଶ୍ୱର ଅନ୍ୟ କୌଣସି ମଞ୍ଚ, ସବୁଠି ପାକ୍ ସହ ଛିଡା ହୋଇଥାଏ ଚୀନ । ହେଲେ ଏବେ ପାକ୍ ସହ ସେହି ସମ୍ପର୍କର ମୂଲ୍ୟ ଚୀନକୁ ବି ଦେବାକୁ ପଡୁଛି । ଭାରତର ବିଶ୍ୱସ୍ତ ହେବାକୁ ପାଦ ବଢଉଛି ଚୀନ । ଆଉ ଏହି ସମୟରେ ଚୀନ ରାଷ୍ଟ୍ରଦୂତ ଭାରତ ଓ ପାକିସ୍ତାନ ମଧ୍ୟରେ ସୁସମ୍ପର୍କର କଥା କହିଛନ୍ତି ।