• ଗିରଫ ହେଲେ ଆଇଏଫଏସ ଏକେ ପାଠକ । ତାଙ୍କ ସହିତ ପୁଅ ଆକାଶ ମଧ୍ୟ ଗିରଫ II
  • ବିଧାନସଭା ସମ୍ମୁଖରୁ ୧୦ରୁ ୧୫ ଯୁବକଙ୍କୁ ଉଠାଇ ନେଲା ପୋଲିସ ।
  • ବାଇକ୍‌ରେ ଏଜି ଛକରୁ ଆସୁଥିଲା ବେଳେ ଉଠାଇ ନେଲା ॥
  • ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ।
  • ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିଜେପି କର୍ମୀ, ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ॥
  • ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ନୟାଗଡ଼ରେ କ୍ରାଇମବ୍ରାଞ୍ଚ ADG ଯଶୋବନ୍ତ ଜେଠୁଆ ।
  • ନୟାଗଡ଼ ସଦର ଥାନାରୁ ତଦନ୍ତ ଆରମ୍ଭ କଲା ୭ ଜଣିଆ ଟିମ୍॥
  • ପରୀ ହତ୍ୟାକାଣ୍ଡର ତଦନ୍ତ କରିବ SIT ଟିମ । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୋରୋନା ପାଇଁ ଔଷଧ ପ୍ରସ୍ତୁତ କଲା ଏହି ରାଷ୍ଟ୍ର

କାଳିସି ହୋଇ ଲାଗିଲା, ଗୁଣିଆ ହୋଇ ଝାଡ଼ିଲା

କୋରୋନା ପାଇଁ ଔଷଧ ପ୍ରସ୍ତୁତ କଲା ଏହି ରାଷ୍ଟ୍ର

ନୂଆଦିଲ୍ଲୀ: କୋରୋନାକୁ ପ୍ରତିହତ କରିବ ଚୀନ । କାରଣ କୋରୋନା ପାଇଁ ଔଷଧ ପ୍ରସ୍ତୁତ କରିସାରିଛି ବୋଲି ଦାବି କରିଛି ଚୀନ । କାଳିସି ହୋଇ ଲାଗିଲା, ଗୁଣିଆ ହୋଇ ଝାଡ଼ିଲା ନ୍ୟାୟରେ ବର୍ତ୍ତମାନ ଏହି କୋରୋନା ଭାଇରସ ପାଇଁ ପ୍ରସ୍ତୁତ କରିଛି ଚୀନ । ଏହି ଔଷଧ ବର୍ତ୍ତମାନ ଲ୍ୟାବ ଟେଷ୍ଟିଂ ପର୍ଯ୍ୟାୟରେ ରହିଛି ବୋଲି ଚୀନ ଦାବି କରିଛି । 

କ୍ଲିନିକାଲ ଟେଷ୍ଟିଂ ବା ଲ୍ୟାବ ଟେଷ୍ଟିଂ ପରେ ଏହାକୁ ପଶୁପକ୍ଷୀଙ୍କ ଉପରେ ପ୍ରୟୋଗ କରାଯିବ । ଏହି ଔଷଧ ଯଦି ସଠିକ ଭାବେ କାର୍ଯ୍ୟ କରେ ତେବେ ତାହାକୁ ବଜାରକୁ ଛାଡିବାକୁ ଚୀନ ସୂଚନା ଦେଇଛି । ତେବେ ଏହା ବଜାରକୁ ଆସିବା ପାଇଁ ଅତି କମରେ ଆହୁରି ତିନି ମାସ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ଦେଇଛି । 

ସେପଟେ ଏହି ଭାଇରସକୁ ହରାଇବା ପାଇଁ ଅନ୍ୟ ରାଷ୍ଟ୍ରମାନେ ପ୍ରୟାସ ଜାରି ରଖିଛନ୍ତି ।  ଏହା ପୂର୍ବରୁ ଇଜ୍ରାଏଲ ଔଷଧ ବାହାର କରିଥିବା ନେଇ ଦାବି କରିଥିଲା । ଏପରି କ୍ଷେତ୍ରରେ ଭାରତ ମଧ୍ୟ ଔଷଧ ବାହାର କରିବା ଲକ୍ଷରେ ରହିଛି । ଏମ୍ସର ଡାକ୍ତରମାନେ କହିବା ମୁତାବକ ଖୁବ ଶୀଘ୍ର ଏହାର ଔଷଧ ବାହାର କରାଯିବ ବୋଲି କହିଛନ୍ତି । ଏହି କୋରୋନା ଭାଇରସ ପବନ ମାଧ୍ୟମରେ ବିସ୍ତାର ଲାଭ କରି ନଥାନ୍ତି ବୋଲି ଡାକ୍ତରମାନେ କହିଛନ୍ତି ।