Trending Photos
)
ନୂଆଦିଲ୍ଲୀ: କୋରୋନାକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି। ଚୀନଠାରୁ କୋରୋନା ସମ୍ପର୍କିତ କିଛି ତଥ୍ୟକୁ ଦାବି କରିଛି ଆମେରିକା। କିନ୍ତୁ ଚୀନ ତାହା ଦେବାକୁ ରୋକଠୋକ ମନା କରିଦେଇଛି। ଏପରିକି ଏହି ତଥ୍ୟ ସମ୍ବଳିତ ଦସ୍ତାବିଜକୁ ମଧ୍ୟ ଛପାଇବା କାର୍ଯ୍ୟକୁ ମଧ୍ୟ ବନ୍ଦ କରିଦେଇଛି ଚୀନ।
ଚୀନ ଠାରୁ କୋଭିଡ଼-୧୯ର ଉତ୍ପତି କେଉଁଠାରୁ ହୋଇଥିଲା। ଏପରିକି ନୋଭେଲ କୋରୋନା ଭାଇରସ ଚୀନରେ କିଭଳି ଭାବରେ ଅନିୟନ୍ତ୍ରିତ ଭାବରେ ବିପୁଳ ପରିମାଣରେ ପ୍ରସାର କଲା ସେ ନେଇ ତଥ୍ୟ ମାଗିଥିଲା ଆମେରିକା। ଏହା ପୂର୍ବରୁ ଏହି ଭାଇରସକୁ ଚୀନି ଭାଇରସ ବୋଲି କହିଥିଲା ଆମେରିକା। ସେପଟେ ପେଇଚିଙ୍ଗ ଏହାକୁ ବିରୋଧ କରିବା ସହିତ ଏହାକୁ ଆମେରିକା ଭାଇରସ ବୋଲି କହିଥିଲା।
ସେପଟେ ଏକ ଘରିଆହେବା ତଥା ସମଗ୍ର ବିଶ୍ୱରେ ସନ୍ଦେମୁଳକ ଭାବ ଦେଖାଯାଉଥିବା ନେଇ ଚୀନ ହୃଦୟଙ୍ଗମ କରିସାରିଲାଣି। ଫଳରେ ଏହି ଭାଇରସ ଉତ୍ପତି ଓ ଉତ୍ପତି ସ୍ଥଳ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସମ୍ବଳିତ ଦସ୍ତାବିଜର ଛାପା କାର୍ଯ୍ୟକୁ ବନ୍ଦ କରିଛି ଚୀନ। ଏପରିକି ଦୁଇଟି ବିଶ୍ୱବିଦ୍ୟାଳୟ ମଧ୍ୟ ନୋଟିସ କରିବା ସହିତ ଅନଲାଇନରେ ମଧ୍ୟ ଥିବା ସମସ୍ତ ତଥ୍ୟକୁ ହଟାଇ ଦେଇଛି।
ଚୀନ କହିଛି ଏହି କୋରୋନା ୧୯ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜକୁ ପୁନର୍ବାର ଯାଞ୍ଚ କରାଯିବ ପରେ ହିଁ ଛପାଇବା କାର୍ଯ୍ୟ ଆରମ୍ଭ ହେବ। ଭାଇରସ ସୃଷ୍ଟି ସମ୍ପର୍କିତ ସମସ୍ତ ତଥ୍ୟକୁ ମଧ୍ୟ ପୁନର୍ବାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ଏହା ପରେ ସରକାରୀ ଅଧିକାରୀମାନେ ମଞ୍ଜୁରୀ ଦେଲା ପରେ ତାହାକୁ ଛପା ଯିବ ବୋଲି ଚୀନ ସୂଚନା ଦେଇଛି।