ସମୁଦ୍ରରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ, ଚୀନ ଭୟଭୀତ!
Advertisement

ସମୁଦ୍ରରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ, ଚୀନ ଭୟଭୀତ!

ବିଶାଖାପାଟନମରେ ନୌସେନା ଦିବସର ପୂର୍ବ ସନ୍ଧ୍ୟାରେ ମଙ୍ଗଳବାର ନୌସେନାର ଇଷ୍ଟନ ନେଭଲ କମାଣ୍ଡ ରିହର୍ସଲ କରିବା ସହ ନିଜ ଦମଖମ ଦେଖାଇଥିଲା । ନୌସେନାର ଏହି ରିହର୍ସଲରେ ସମୁଦ୍ରର ପ୍ରହରୀମାନେ ଏପରି ଶକ୍ତି ପ୍ରଦର୍ଶନ କରିଥିଲେ ଯେ ହିନ୍ଦୁସ୍ତାନର ଛାତି ଗର୍ବରେ ଚଉଡ଼ା ହୋଇଯାଇଛି । 

ଫଟୋ ସୌଜନ୍ୟ: ଟ୍ୱିଟର/ ଭାରତୀୟ ନୌସେନା

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତରେ ଡିସେମ୍ୱର ୪ରେ ନୌସେନା ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ଦେଶବାସୀ ନୌସେନାର ବୀରଙ୍କୁ ମନେ ପକାନ୍ତି । ସମୁଦ୍ର ସୀମାରେ ରକ୍ଷା କରିଥିବା ବେଳେ ସର୍ବୋଚ୍ଚ ବଳିଦାନ ଦେଇଥିବା ନିଜ ବୀରପୁତଙ୍କୁ ମନେ ପକାଉଛି ସମଗ୍ର ଦେଶ । ଏହି ଅବସରରେ ବୁଧବାର ନୌସେନା ପ୍ରମୁଖ ଏଡମିରାଲ କରମବୀର ସିଂହ ଦିଲ୍ଲୀ ସ୍ଥିତ ୱାର ମେମୋରିୟଲ ପହଞ୍ଚି ଯବାନଙ୍କ ବୀରତ୍ୱକୁ ସଲାମ କରିବା ସହ ସେମାନଙ୍କୁ ମାଲ୍ୟାପର୍ଣ କରିଛନ୍ତି । ଏହାପରେ ନୌସେନାର ଯବାନମାନେ ବୀରତ୍ୱର ପ୍ରଦର୍ଶନ କରିଛନ୍ତି ।

ବିଶାଖାପାଟନମରେ ନୌସେନା ଦିବସର ପୂର୍ବ ସନ୍ଧ୍ୟାରେ ମଙ୍ଗଳବାର ନୌସେନାର ଇଷ୍ଟନ ନେଭଲ କମାଣ୍ଡ ରିହର୍ସଲ କରିବା ସହ ନିଜ ଦମଖମ ଦେଖାଇଥିଲା । ନୌସେନାର ଏହି ରିହର୍ସଲରେ ସମୁଦ୍ରର ପ୍ରହରୀମାନେ ଏପରି ଶକ୍ତି ପ୍ରଦର୍ଶନ କରିଥିଲେ ଯେ ହିନ୍ଦୁସ୍ତାନର ଛାତି ଗର୍ବରେ ଚଉଡ଼ା ହୋଇଯାଇଛି । 

 

ନୌସେନା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଏମ ମୋଦି ଟ୍ୱିଟ କରି ଏକ ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ନୌସେନା ଦିବସ ଅବସରରେ ଆମର ସାହସୀ ନୌସେନା କର୍ମଚାରୀଙ୍କୁ ସଲାମ କରୁଛି । ସେମାନଙ୍କ ବହୁମୂଲ୍ୟ ସେବା ଓ ବଳିଦାନ ଆମର ରାଷ୍ଟ୍ରକୁ ଅଧିକ ମଜଭୁତ ଓ ସୁରକ୍ଷିତ କରିଛି ।

 ପିଏମ ମୋଦିଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମନ୍ତ୍ରୀ ଟ୍ୱିଟ କରି ଦେଶବାସୀଙ୍କୁ ନୌସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ଯବାନ ଓ ସେମାନଙ୍କ ପରିବାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଦେଶକୁ ନୌସେନା ଉପରେ ଅତୁଟ ବିଶ୍ୱାସ ଓ ଗର୍ବ ରହିଛି । ଏହା ଭାରତର ସମୁଦ୍ର ଶକ୍ତିର ପ୍ରତୀକ । ଆମେ ସେମାନଙ୍କ ଅଦମ୍ୟ ସାହସ ଓ ବୀରତ୍ୱକୁ ସଲାମ କରୁଛୁ ।

ସୈନ୍ୟ ଶକ୍ତି ମାମଲାରେ ଭାରତୀୟ ନୌସେନା ୧୩୭ ଦେଶର ତାଲିକାରେ ଚତୁର୍ଥ ସ୍ଥାନରେ ଅଛି । ସେହିପରି ପାକିସ୍ତାନ ଏହି ତାଲିକାରେ ୧୫ତମ ସ୍ଥାନରେ ରହିଛି । ଭାରତୀୟ ନୌସେନା ପ୍ରମୁଖ ଏଡମିରାଲ କରମବୀର ସିଂହ କହିଛନ୍ତି ଯେ ଭାରତ ହିନ୍ଦ ମହାସାଗରରେ କ୍ଷେତ୍ରରେ ଚୀନର ବୃଦ୍ଧି ପାଉଥିବା ଉପସ୍ଥିତି ଉପରେ ନଜର ରଖି ଆସୁଛି । ଭାରତ ଯେ କୌଣସି ପରିସ୍ଥିତି ସହ ମୁକାବିଲା କରିବାରେ ସକ୍ଷମ ରହିଛି ।