Advertisement
Article Detail0/zeeodisha/odisha664671
Zee OdishaOther Newsଚୀନଠୁ ଆସିଲା ବହୁତ ବଡ଼ ଖବର

ଚୀନଠୁ ଆସିଲା ବହୁତ ବଡ଼ ଖବର

AFP news agency ଖବର ମୁତାବକ, ଗତକାଲି ଚୀନରେ କୋରୋନା ଜନିତ ଗୋଟିଏ ହେଲେ ମୃତ୍ୟୁ ଘଟିନାହିଁ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଚୀନରୁ ଆସିଛି ଏକ ବଡ଼ ଏବଂ ଆଶ୍ୱସ୍ତ କଲା ପରି ଖବର । କୋରୋନା ଭାଇରସକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ଚୀନ ସଫଳ ହୋଇଛି, ଏକଥା ତ ଆପଣ ମଧ୍ୟ ଜାଣିଛନ୍ତି । କିନ୍ତୁ ଆଜିର ଖବର ଆହୁରି ଆଶ୍ୱସ୍ତିକର । ପ୍ରତ୍ୟେକ ଦିନ କୋରୋନା ଜନିତ ମୃତ୍ୟୁ ଚୀନରେ ଲାଗି ରହିଥିବା ବେଳେ ଏଭଳି ଏକ ଦିନ ଆସିଛି, ଯେଉଁଦିନ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି । କୋରୋନାକୁ ନିଜ ନିୟନ୍ତ୍ରଣକୁ ନେଇସାରିଥିବା ଚୀନ ପାଇଁ ୟାଠୁ ଆଉ ବଡ଼ ଆଶ୍ୱସ୍ତି ଖବର କ'ଣ ବା ହୋଇପାରେ । 

AFP news agency ଖବର ମୁତାବକ, ଗତକାଲି ଚୀନରେ କୋରୋନା ଜନିତ ଗୋଟିଏ ହେଲେ ମୃତ୍ୟୁ ଘଟିନାହିଁ । ଗତ ଜାନୁଆରୀରୁ କୋରୋନା ମୃତ୍ୟୁସଂଖ୍ୟାକୁ ନେଇ କ୍ରମାଗତ ଭାବେ ରିପୋର୍ଟ ଦେଉଥିଲା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ । ତେବେ ରିପୋର୍ଟ ଦେବା ଆରମ୍ଭରୁ ଆଜି ପର୍ଯ୍ୟନ୍ତ, ପ୍ରଥମ ଥର ପାଇଁ ଚୀନରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଗୋଟିଏ ଦିନ ଶୂନ ରହିଛି । ଅର୍ଥାତ ଜଣଙ୍କ ମଧ୍ୟ ମୃତ୍ୟୁ ଘଟିନାହିଁ । 

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟାକୁ ମଧ୍ୟ ଗତ ମାର୍ଚ୍ଚରୁ ନିଜ ନିୟନ୍ତ୍ରଣକୁ ନେବାରେ ସଫଳ ହୋଇଛି ଚୀନ । ଅବଶ୍ୟ ବାହାରୁ ସ୍ୱଦେଶ ଫେରୁଥିବା ଲୋକେ ଚୀନ ପାଇଁ ଚିନ୍ତା ବଢ଼ାଇଛନ୍ତି । ଏମାନଙ୍କ ମଧ୍ୟରେ ବହୁ ଆକ୍ରାନ୍ତ ଠାବ ହୋଇଛନ୍ତି । କିନ୍ତୁ କୋରୋନାକୁ ନିୟନ୍ତ୍ରଣକୁ ନେବାରେ ଉତ୍ପତ୍ତି ସ୍ଥଳ ଚୀନ ଯେ ସଫଳ ହୋଇଗଲାଣି, ଏହା ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଯାଇଛି । 

Add Zee News as a Preferred Source
About the Author