Advertisement
Article Detail0/zeeodisha/odisha669220
Zee OdishaOther Newsଚୀନ ଅର୍ଥନୀତି ଉପରେ ପ୍ରହାର ପାଇଁ ପ୍ରଚଣ୍ଡ ରଣନୀତି

ଚୀନ ଅର୍ଥନୀତି ଉପରେ ପ୍ରହାର ପାଇଁ ପ୍ରଚଣ୍ଡ ରଣନୀତି

ଚୀନରୁ ଶିଳ୍ପାନୁଷ୍ଠାନ ବନ୍ଦ କରିବା ଆରମ୍ଭ କଲାଣି ଦକ୍ଷିଣ କୋରିଆ...

ଚୀନ ଅର୍ଥନୀତି ଉପରେ ପ୍ରହାର ପାଇଁ ପ୍ରଚଣ୍ଡ ରଣନୀତି

ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ତଳମୁହାଁ ହୋଇ ପଡ଼ିଛି। ଏପରିକି ଅର୍ଥନୈତିକ ସ୍ତରରେ ମଜବୁତ ଥିବା ରାଷ୍ଟ୍ର ଗୁଡ଼ିକର ମେରୁଦଣ୍ଡ ମଧ୍ୟ ଭାଙ୍ଗିବାକୁ ବସିଲାଣି। ଫଳରେ ସମଗ୍ର ବିଶ୍ୱ ଏବେ ଚୀନ ବିପକ୍ଷରେ ଏକଜୁଟ ହେବାରେ ଲାଗିଛନ୍ତି। ଜାପାନ ଓ ଦକ୍ଷିଣ କୋରିଆ ସେମାନଙ୍କର ଶିଳ୍ପକୁ ଉଠାଇବାକୁ ଯୋଜନା ମଧ୍ୟ ଆରମ୍ଭ କରିସାରିଲେଣି। ସେପଟେ ଏହି ଶିଳ୍ପାନୁଷ୍ଠାନକୁ ସ୍ୱାଗତ କରିବା ପାଇଁ ଭାରତ ମଧ୍ୟ ସୁଯୋଗକୁ ଚାହିଁ ରହିଛି।  

ସେପଟେ ଚୀନର ଯୋଜନା କିନ୍ତୁ ଭିନ୍ନ ରହିଛି। କୋରୋନା ସଂକଟ ପରେ ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ରର କମ୍ପାନୀକୁ ଶସ୍ତାରେ କିଣି ଦୁନିଆର ସୁପର ପାଓ୍ୱାରର ଅଧିକାରୀ ହେବାକୁ ଯୋଜନା ଚଳାଇଛି ଚୀନ। ପୂର୍ବରୁ ଇଲେକ୍ଟ୍ରୋନିକସ ଓ କେମିକାଲ ପ୍ରଡକ୍ଟ ବ୍ୟବସାୟ କ୍ଷେତ୍ରରେ ଜାପାନ ଠାରୁ ଅଧିକ ଆର୍ଥିକ ସମ୍ବଳ ଭାବେ ମଜବୁତ ହୋଇ ସାରିଛି। ତେବେ କୋରୋନା ଭାଇରସ ଜରିଆରେ ଆମେରିକାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବାକୁ ମଧ୍ୟ ପ୍ରୟାସ କରିଛି ଚୀନ। ଯାହା ଆମେରିକା ଅଭିଯୋଗ କରିଛି। ବିଶ୍ୱର ସର୍ବଶ୍ରେଷ୍ଠ ଆର୍ଥିକ ଶକ୍ତିଭାବେ ଉଭା ହେବାକୁ ମଧ୍ୟ ପ୍ରୟାସ କରିଛି।  

 

Add Zee News as a Preferred Source

ସେପଟେ କିନ୍ତୁ ଏହି ସ୍ୱପ୍ନକୁ ଭାଙ୍ଗିବାକୁ ଯୋଜନା ଆରମ୍ଭ କରିଛନ୍ତି ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଚୀନର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବାକୁ ମଧ୍ୟ ଯୋଜନା ଆରମ୍ଭ କରିସାରିଲେଣି। ଏହି ଯୋଜନାର ଗୋଟିଏ ପାଦ ଆଗରେ ରହିଛି ଜାପାନ। କୂଟନୈତିକ ରଣନୀତି ଜରିଆରେ ଜାପାନ ତାର ସମସ୍ତ କମ୍ପାନୀକୁ ଚୀନରୁ ଅପସାରଣ କରିବାକୁ ପ୍ରୟାସ କରିଛି।

ଏହା ପରେ ଆମେରିକାର ସହଯୋଗୀ ଦକ୍ଷିଣ କୋରିଆ ମଧ୍ୟ ଚୀନରୁ ତାର କମ୍ପାନୀକୁ ହଟାଇବାକୁ ଆରମ୍ଭ କରିଛି। ଏହି କ୍ରମରେ ସାମସଙ୍ଗ ମଧ୍ୟ ତାର ସମସ୍ତ କାରଖାନାକୁ ଚୀନରେ ବନ୍ଦ କରିଦେଇଥିବା ଜଣାପଡିଛି। ଅନୁରୂପ ଭାବେ ଏହି କମ୍ପାନୀ ଭାରତରେ ତାର କାରଖାନା ଖୋଲିବାକୁ ନେଇ ଯୋଜନା କରୁଥିବା ମଧ୍ୟ ସୂଚନା ରହିଛି।  

ତେବେ କୂଟନୈତିକ ରଣନୀତି ଆଧାରରେ ଅର୍ଥନୈତିକ ପ୍ରହାର କରିବାକୁ ଆମେରିକା ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଆମେରିକା ମଧ୍ୟ ତାର ସମସ୍ତ କମ୍ପାନୀକୁ ଚୀନରେ ବନ୍ଦ କରିବାକୁ ଯୋଜନା ରହିଛି। କିଛି କମ୍ପାନୀକୁ ବନ୍ଦ ମଧ୍ୟ କରିଦେଇଛି। ଏନେଇ କେବଳ ସରକାରୀ ସ୍ତରରେ ଘୋଷଣା ବାକି ରହିଛି। ଏହା ସହିତ ଉକ୍ତ କମ୍ପାନୀ ଗୁଡ଼ିକ ଭାରତରେ ଖୋଲିବାକୁ ପ୍ରୟାସ କରୁଥିବା ସୂଚନା ରହିଛି।  

ଫୋର୍ବସର ଏକ ରିପୋର୍ଟ ମୁତାବକ ଚୀନରେ ଥିବା ବଡ଼ ବଡ଼ କମ୍ପାନୀକୁ ବନ୍ଦ କରିବାକୁ ଆମେରିକା ଜୋରଦାର ରଣନୀତି ପ୍ରସ୍ତୁତ କରୁଛି। ସେହି କମ୍ପାନୀ ଗୁଡ଼ିକ ଚୀନରେ ବନ୍ଦ କରିବ, ଯେଉଁ ଶିଳ୍ପାନୁଷ୍ଠାନରେ କୋଟି କୋଟି ଟଙ୍କାର ନିବେଶ କରିଥିଲା ଆମେରିକା। ଯେହେତୁ ଏହି କମ୍ପାନୀ ଉପରେ କୋଟି କୋଟି ଟଙ୍କା ନିବେଶ ହୋଇଛି ସେହିକାରଣରୁ ଏହାକୁ ହଠାତ ବନ୍ଦ କରାଯାଇ ପାରୁନାହି ବୋଲି ଫୋର୍ବସରେ ଦର୍ଶାଯାଇଛି। ଆମେରିକା ସରକାର ଏହି କମ୍ପାନୀ ଗୁଡ଼ିକ ଧିରେଧିରେ ବନ୍ଦ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।  

ଚୀନକୁ ଘେରିବା ପାଇଁ ଆମେରିକା ଓ ଜାପାନ ବର୍ତ୍ତମାନ ସ୍ଥିତିରେ ପ୍ରଚଣ୍ଡ ଅର୍ଥନୈତିକ ପ୍ରହାର କରିବାକୁ ଯୋଜନା କରିସାରିଥିବା ସ୍ପଷ୍ଟ ବାରି ହୋଇପଡ଼ିଛି। ସମସ୍ତ ଜାପାନୀ, ଦକ୍ଷିଣ କୋରିଆ ଓ ଆମେରିକା କମ୍ପାନୀ ଚୀନରୁ ଓହରିଗଲେ ଚୀନର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିବ। ଏହା ସହିତ ଚୀନର ଷ୍ଟକ ମାର୍କେଟ ମଧ୍ୟ ଭୁଶୁଡ଼ି ପଡ଼ିବ। ଏହା ସହିତ ଚୀନର ଅନ୍ୟ ଦେଶ ଗୁଡ଼ିକ ମଧ୍ୟ ସେମାନଙ୍କ କମ୍ପାନୀ ସେଠାରୁ ଉଠାଇନେବେ। ଯାହାର ସିଧାସଳଖ ପ୍ରଭାବ ଚୀନର ଅର୍ଥନୀତି ଉପରେ ପଡ଼ିବ।  

About the Author