ଦୁଇ ଦିନିଆ ଭାରତ ଗସ୍ତରେ ଆସି ଚେନ୍ନାଇରେ ପହଞ୍ଚିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଏହାପୂର୍ବରୁ ଏଠାରେ ପହଞ୍ଚି ସାରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁହିଁଙ୍କ ମଧ୍ୟରେ ହୋଇଛି ଅନୌପଚାରିକ ଶିଖର ବାର୍ତ୍ତା । ଏହି ଦ୍ୱିପାକ୍ଷିକ ଆଲୋଚନାରେ କୌଣସି ବୟାନ ଜାରି କରାଯିବ ନାହିଁ କିମ୍ୱା ଚୁକ୍ତି ସ୍ୱାକ୍ଷରିତ ହେବ ନାହିଁ ।
Trending Photos
ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସି ଚେନ୍ନାଇରେ ପହଞ୍ଚିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଏହାପୂର୍ବରୁ ଏଠାରେ ପହଞ୍ଚି ସାରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁହିଁଙ୍କ ମଧ୍ୟରେ ହୋଇଛି ଅନୌପଚାରିକ ଶିଖର ବାର୍ତ୍ତା । ଏହି ଦ୍ୱିପାକ୍ଷିକ ଆଲୋଚନାରେ କୌଣସି ବୟାନ ଜାରି କରାଯିବ ନାହିଁ କିମ୍ୱା ଚୁକ୍ତି ସ୍ୱାକ୍ଷରିତ ହେବ ନାହିଁ । ଯଦି ଆମେ କହିବା ତାହେଲେ ଏହା ଚାଇନା ରାଷ୍ଟ୍ରପତିଙ୍କ ଭାରତ ଭ୍ରମଣ କାର୍ଯ୍ୟକ୍ରମ, ବନ୍ଧୁତା ରକ୍ଷା କରିବା ପାଇଁ ଭାରତ ଗସ୍ତ କରିଛନ୍ତି ଜିନପିଙ୍ଗ । ବିଗତ ବର୍ଷ ଏପ୍ରିଲ ମାସରେ ଚୀନର ବୁହାନ ସହରରେ ହୋଇଥିଲା ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସାକ୍ଷତକାର ଓ ସେଠାରେ ମୋଦି ଜିନପିଙ୍ଗଙ୍କୁ ଭାରତ ଆସିବା ପାଇଁ କରିଥିଲେ ଆମନ୍ତ୍ରଣ ।
ଦୁଇ ନେତା ମହାବଲୀପୁରମ୍ ମନ୍ଦିର ଦର୍ଶନ କରିବା ସହ ଅନୌପଚାରିକ ଆଲୋଚନା କରିଛନ୍ତି ଓ ଏକା ସାଙ୍ଗରେ ରାତ୍ରି ଭୋଜନ କରିଛନ୍ତି । ଏହାସହ ବିଭିନ୍ନ କାର୍ଯ୍ୟକ୍ରମ ହେବାର ଅଛି, ନିକଟ ଅତୀତରେ ଚୀନ ରାଷ୍ଟ୍ରପତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ବେଳେ ଦୁହିଁଙ୍କ ମଧ୍ୟରେ କାଶ୍ମୀର ବିଷୟକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ବିଗତ ଦିନରେ ଚୀନ କାଶ୍ମୀର ବିଷୟକୁ ନେଇ ଭାରତକୁ କଡ଼ା ସମାଲୋଚନା କରିଥିଲା ।
ବର୍ତ୍ତମାନ ଆସନ୍ତୁ ଜାଣିବା ପିଏମ ମୋଦି ଓ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟରେ ହେଉଥିବା ସାକ୍ଷାତର ୧୦ଟି ବଡ କଥା:
୧. ଆସନ୍ତା ଶନିବାର ସକାଳେ ପିଏମ ମୋଦି ଓ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ହେବ । ସରକାରୀ ସୂତ୍ରଅନୁସାରେ ଏହି ଆଲୋଚନା ବେଳେ କୌଣସି ଚୁକ୍ତି ସ୍ୱାକ୍ଷରିତ ହେବ ନାହିଁ । ଏହାସହ କୌଣସି ମିଳିତ ବୟାନ ମଧ୍ୟ ଜାରି କରାଯିବ ନାହିଁ ।
୨. ଆତଙ୍କବାଦ, ଏହାର ସକ୍ରିୟତା, ପ୍ରଶିକ୍ଷଣ, ଆର୍ଥିକ ସହଯୋଗିତା ପରି ବିଷୟ ଉପରେ ଚର୍ଚ୍ଚା ହେବାର ଅଛି । ଏହା ବ୍ୟତୀତ ବ୍ୟବସାୟ, ପ୍ରତିରକ୍ଷା, ସୀମା ସୁରକ୍ଷା ପରି ବଡ଼ ଗମ୍ଭୀର ବିଷୟ ଉପରେ ଆଲୋଚନା ହେବାର ଅଛି ।
୩. ଚୀନ ରାଷ୍ଟ୍ରପତି ଶୁକ୍ରବାର ଅପରାହ୍ନ ୨ଟାରେ ଚେନ୍ନାଇ ପହଞ୍ଚିଥିଲେ । ସେଠାରୁ ସେ ମହାବଲୀପୁରମକୁ ଯାଇଛନ୍ତି, ସେଠାରେ ପିଏମ ମୋଦି ତାଙ୍କୁ ତିନୋଟି ପ୍ରାଚୀନ ଐତିହ୍ୟ ଓ ଶିଳ୍ପକଳା ଦେଖାଇଛନ୍ତି । ଏହି ୩ଟି ଐତିହ୍ୟଗୁଡିକ ହେଲା ଅର୍ଜୁନ ଫେନେନ୍ସ, ପଞ୍ଚ ରଥ ଓ ଶୌର ମନ୍ଦିର । ଦୁହେଁ ଶୌର ଟେମ୍ପୁଲରେ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି ।
୪. ଶନିବାର ସକାଳେ ଦୁହେଁ ଫିସରମ୍ୟାନ କୋବ ରିଜୋର୍ଟ ଏଣ୍ଡ ସ୍ପାରେ ଅନୌପଚାରିକ ସାକ୍ଷାତ କରିବେ । ଯାହା ପରେ ପ୍ରତିନିଧି ସ୍ତରୀୟ ବାର୍ତ୍ତା ହେବ, ଏହାପରେ ଜିନପିଙ୍ଗଙ୍କ ପାଇଁ ମଧ୍ୟାହ୍ନ ଓ ରାତ୍ରି ଭୋଜନ ବ୍ୟବସ୍ଥା ରହିଛି ।
୫. ପିଏମ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ପ୍ରଥମ ଅନୌପଚାରିକ ସାକ୍ଷାତ ଗତବର୍ଷ ଏପ୍ରିଲରେ ଚୀନର ବୁହାନ ସହରରେ ହୋଇଥିଲା । ଗତବର୍ଷ ଦୁଇ ଦେଶ ମଧ୍ୟରେ ଚାଲିଥିବା ଡୋକଲାମ ବିବାଦର ୭୩ ଦିନ ପରେ ଏହି ସାକ୍ଷାତ ହୋଇଥିଲା ।
୬. ଏହି ସାକ୍ଷାତ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଦୁଇ ଦେଶର ସାମରିକ କ୍ଷେତ୍ରକୁ ନୂଆ ଦିଗ ମିଳିପାରେ । ଏହାପୂର୍ବରୁ ଦୁଇ ଦେଶ ସହମତି ହୋଇଥିଲେ ଯେ ସେମାନେ ସୀମାରେ ଶାନ୍ତି ବଜାୟ ରଖିବେ ।
୭. ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ବୁହାନ ଅନୌପଚାରିକ ଶିଖର ସମ୍ମିଳନୀର ବିଚାର ଦୁଇ ନେତାଙ୍କ ଅସ୍ତାନାରେ ସାକ୍ଷାତ ହେବା ଓ ସହମତି ପରେ ହୋଇଥିଲା । ଦୁଇ ନେତାଙ୍କ ସହମତି ହୋଇଥିଲେ ଯେ, ଦ୍ୱିପାକ୍ଷିକ ସମ୍ବନ୍ଧ ଅନିଶ୍ଚିତତା ଦୁନିଆରେ ସ୍ଥିରତା ପ୍ରଦାନ କରିବ ଓ ମତଭେଦକୁ ବିବାଦରେ ପରଣିତ କରିବା ଉଚିତ ନୁହଁ ।
୮. ଗୁରୁବାର ଜିନପିଙ୍ଗ କହିଥିଲେ ଯେ, ମୂଳ ହିତ ସମ୍ବନ୍ଧୀୟ ବିଷୟ ଉପରେ ପାକିସ୍ତାନକୁ ସମର୍ଥନ ଦେବାର ଆଶ୍ୱାସନା ଦିଆଯାଇଛି । ଏହାସହ ଭାରତ ପାକିସ୍ତାନ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ବାହାର କରିବା ଆବଶ୍ୟକ ।
୯. ପରେ ରାଷ୍ଟ୍ରପତି ଜିନପିଙ୍ଗ ଓ ଇମ୍ରାନ ଖାନଙ୍କ ବୈଠକ ପରେ ମିଳିତ ବୟାନରେ କୁହାଯାଇଥିଲା ଯେ, ଜମ୍ମୁ କାଶ୍ମୀର ସମସ୍ୟାକୁ ଜାତିସଂଘର ଚାର୍ଟର ଓ ପ୍ରସ୍ତାବ ଓ ଦ୍ୱିପାକ୍ଷିକ ଆଲୋଚନା ଆଧାର ଉପରେ ଉଚିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଉଚିତ ।
୧୦. ଯାହାର କଡ଼ା ପ୍ରତିକ୍ରିୟା ରଖିଥିଲେ ଭାରତ । ଭାରତ କହିଥିଲା ଯେ, ଜମ୍ମୁ କାଶ୍ମୀର ଭାରତ ଅଭିନ୍ନ ଅଙ୍ଗ, ଏଥିରେ କୌଣସି ଦ୍ୱିମତ ନାହିଁ । ଚୀନ ଆମ ସ୍ଥିତି ବିଷୟରେ ସଂପୂର୍ଣ୍ଣ ଭାବେ ଅବଗତ ରହିଛି ।