Advertisement
Article Detail0/zeeodisha/odisha694191
Zee OdishaOther Newsସୀମାରେ କମୁଛି ଚୀନ ଉତ୍ପାତ

ସୀମାରେ କମୁଛି ଚୀନ ଉତ୍ପାତ

କମାଣ୍ଡାର ସ୍ତରୀୟ ଆଲୋଚନା ପରେ ଉଭୟ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାରେ ଲାଗିଛି। ବିଗତ କିଛି ଧରି ସୀମାରେ ସେନାଙ୍କୁ ନିୟୋଜିତ କରିଥିବା ସେନାଙ୍କୁ ପଛକୁ ହଟାଇ ନେଇଛି ଚୀନ। ଉଭୟ ସ୍ଥଳ ଓ ଆକାଶ ମାର୍ଗରୁ ମଧ୍ୟ ସେନାଙ୍କୁ ହଟାଇ ନେଇଛି। ମଙ୍ଗଳବାର ଅକସାଇ ଚୀନ କ୍ଷେତ୍ରରୁ ମଧ୍ୟ ଚୀନ ତାର ସେନା କାର୍ଯ୍ୟକଳାପରେ ମଧ୍ୟ ହ୍ରାସ ଘଟାଇଥିବା

ସୀମାରେ କମୁଛି ଚୀନ ଉତ୍ପାତ

ନୂଆଦିଲ୍ଲୀ: କମାଣ୍ଡାର ସ୍ତରୀୟ ଆଲୋଚନା ପରେ ଉଭୟ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାରେ ଲାଗିଛି। ବିଗତ କିଛି ଧରି ସୀମାରେ ସେନାଙ୍କୁ ନିୟୋଜିତ କରିଥିବା ସେନାଙ୍କୁ ପଛକୁ ହଟାଇ ନେଇଛି ଚୀନ। ଉଭୟ ସ୍ଥଳ ଓ ଆକାଶ ମାର୍ଗରୁ ମଧ୍ୟ ସେନାଙ୍କୁ ହଟାଇ ନେଇଛି। ମଙ୍ଗଳବାର ଅକସାଇ ଚୀନ କ୍ଷେତ୍ରରୁ ମଧ୍ୟ ଚୀନ ତାର ସେନା କାର୍ଯ୍ୟକଳାପରେ ମଧ୍ୟ ହ୍ରାସ ଘଟାଇଥିବା ଦେଖିବାକୁ ମିଳିଛି। ଏହା ସହିତ ପେଟ୍ରୋଲିଂ ପଏଣ୍ଟ ୧୪ରେ ମଧ୍ୟ ଚୀନର କାର୍ଯ୍ୟକଳାପ କମାଇଥିବା ଦେଖିବାକୁ ମିଳିଛି। 

ସୂଚନାଯୋଗ୍ୟ ଏଲଏସିରେ ଚୀନର ସେନା କାର୍ଯ୍ୟକଳାପ ବୃଦ୍ଧି କରିବା ସହିତ ଭାରତୀୟ ସୀମା ମଧ୍ୟକୁ ଧସେଇ ପଶି ଆସିଥିଲା। ତେବେ ଏହାର ସମାଧାନ ପାଇଁ କମାଣ୍ଡାର ସ୍ତରୀୟ ଆଲୋଚନା ପାଇଁ ଉଭୟ ରାଷ୍ଟ୍ର ସହମତି ପ୍ରକାଶ କରିଥିଲେ। ଆଲୋଚନା ସମୟରେ ଆଲୋଚନା ସମୟରେ ଭାରତ ସୀମାରୁ ତୁରନ୍ତ ସେନାଙ୍କୁ ହଟାଇବା ପାଇଁ କହିଥିଲା। ଏପରିକି ଯଥାସମ୍ଭବ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ମଧ୍ୟ ଚୀନକୁ ପ୍ରସ୍ତାବ ଦେଇଥିବା ଭାରତ।  ତେବେ ଗତ ଶନିବାର (୦୬।୦୬।୨୦୨୦)ଦିନ କମାଣ୍ଡାର ସ୍ତରୀୟ ଆଲୋଚନା ପରେ ସୀମାରେ ସାମାନ୍ୟ ଶାନ୍ତି ଫେରିଥିବା ଜଣାପଡ଼ିଛି। ପୂର୍ବ ଲଦାଖରେ ସବୁଠାରୁ ଅଧିକ ମାତ୍ରାରେ ସକ୍ରିୟ କରିଥିବା ବାୟୁସେନାର କାର୍ଯ୍ୟକଳାପରେ ମଧ୍ୟ କମାଇଥିବା ଦେଖିବାକୁ ମିଳିଛି।
 
ତେବେ ମିଳିଥିବା ସୂଚନା ମୁତାବକ ଆଲୋଚନା ସମୟରେ ଉଭୟ ରାଷ୍ଟ୍ରର କମାଣ୍ଡାରଙ୍କ ମଧ୍ୟରେ ଏକ ସକରାତ୍ମକ ଆଲୋଚନା ହୋଇଥିଲା। ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା କି, ଉଭୟ ରାଷ୍ଟ୍ର ମଧ୍ୟରେ ମଜବୁତ ସମ୍ପର୍କ ସହିତ ଶାନ୍ତିପୂର୍ଣ୍ଣ ଭାବେ ସହଯୋଗ କରିବା। ତେବେ ଏହି ଆଲୋଚନାର ପ୍ରଭାବ ତୁରନ୍ତ ଭାବେ ପଡ଼ିଥିଲା ସୀମାରେ। ଏହାର ଗୋଟିଏ ଦିନ ଆଗରୁ ଚୀନ ତାର ସେନାକୁ ପ୍ରାୟ ଦେଢ କିଲୋମିଟର ପଛକୁ ଘୁଞ୍ଚାଇ ନେଇଥିଲା। 

କିନ୍ତୁ ପେଙ୍ଗୋଙ୍ଗ ସୌ, ଦୌଲତବାଗ ଓଲ୍ଡି ଓ ଡେମଚୌକ ଭଳି ଅଞ୍ଚଳରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ହାତାହାତୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ଏହାର ସମାଧାନ ପାଇଁ ଉଭୟ ରାଷ୍ଟ୍ର ପକ୍ଷରୁ ଲେହସ୍ଥିତ ୧୪ କୌର ଜେନେରାଲ ଅଫିସର କମାଣ୍ଡିଙ୍ଗ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ତିବ୍ବତ ସେନା ଜିଲ୍ଲା କମାଣ୍ଡାର ଜେନେରାଲ ଲିୟୁ ଲିନ ମଧ୍ୟ ଆଲୋଚନା କରାଯାଇଥିଲା। 

Add Zee News as a Preferred Source

ପାଙ୍ଗୋଙ୍ଗ ସୋ ହ୍ରଦର ଚତୁଃପାର୍ଶ୍ୱରେ ଥିବା ଫିଙ୍ଗର ଅଞ୍ଚଳରେ ଭାରତ ଦ୍ୱାରା ଚୀନ୍‌ର ରାସ୍ତା ନିର୍ମାଣକୁ ତୀବ୍ର ବିରୋଧ କରାଯାଇଛି। ଗାଲଭାନ ଉପତ୍ୟକାରେ ଦାରୁବୁକ୍-ଶୋକ-ଦୌଲତ ବେଗ ଓଲଡି ମାର୍ଗକୁ ସଂଯୋଗ କରୁଥିବା ଅନ୍ୟ ଏକ ରାସ୍ତା ନିର୍ମାଣକୁ ନେଇ ଚୀନ୍‌ର ବିରୋଧକୁ ନେଇ ମଧ୍ୟ ଏକ ଅବରୋଧ ରହିଛି। ଚୀନ୍ ବିରୋଧ ଯୋଗୁଁ ପୂର୍ବ ଲଦାଖରେ ଏହାର କୌଣସି ସୀମା ଭିତ୍ତିଭୂମି ପ୍ରକଳ୍ପ ବନ୍ଦ କରିବ ନାହିଁ ବୋଲି ଭାରତ ସ୍ଥିର କରିସାରିଛି।

About the Author