Advertisement
Article Detail0/zeeodisha/odisha682713
Zee OdishaOther Newsବୁହାନ ଡାଏରୀ ଭାରତରେ ରିଲିଜ, ଦେଖିବାକୁ ମିଳିବ ଲୋକଙ୍କ ଦୁଃଖ ଏବଂ କଷ୍ଟ

'ବୁହାନ ଡାଏରୀ' ଭାରତରେ ରିଲିଜ, ଦେଖିବାକୁ ମିଳିବ ଲୋକଙ୍କ ଦୁଃଖ ଏବଂ କଷ୍ଟ

କୋରୋନାା ମହାମାରୀକୁ ନେଇ ରଚିତ ବହୁଚର୍ଚ୍ଚିତ ପୁସ୍ତକ 'ବୁହାନ ଡାଏରୀ' ଭାରତରେ ରିଲିଜ ହୋଇଛି | 

'ବୁହାନ ଡାଏରୀ' ଭାରତରେ ରିଲିଜ, ଦେଖିବାକୁ ମିଳିବ ଲୋକଙ୍କ ଦୁଃଖ ଏବଂ କଷ୍ଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଚାଞ୍ଚଲ୍ୟ ଖେଳାଇଥିବା ମହାମାରୀ କୋରୋନାକୁ ନେଇ ଜାରି ରହିଛି ଗବେଷଣା, ପରୀକ୍ଷା ଏବଂ ଆଲୋଚନା | କେବଳ ଚିକିତ୍ସା କ୍ଷେତ୍ର ନୁହେଁ ସାହିତ୍ୟ ଜଗତରେ ମଧ୍ୟ ଏହା ଚର୍ଚ୍ଚାର ପରିସରକୁ ଆସିଯାଇଛି | ସଦ୍ୟ ଜଣାଶୁଣା ଚୀନ ସାହିତ୍ୟକ ଫାଙ୍ଗ ଫାଙ୍ଗଙ୍କ ଚର୍ଚ୍ଚିତ କାହାଣୀ 'ବୁହାନ ଡାଏରୀ'(Wuhan Diary:Dispatches from a Quarantined City) ଭାରତରେ ରିଲିଜ ହୋଇଛି | ଯାହା ଇଣ୍ଟରନେଟରେ ଇ-ବୁକ ଭାବେ ଉପଲବ୍ଧ ହୋଇଛି | 
'ହାର୍ପର ନନ୍ ଫିକ୍ସନ' ଦ୍ୱାରା ପ୍ରକାଶିତ ଏହି ପୁସ୍ତକର ଅଡିଓ ମେ ୨୬ ତାରିଖରେ ଆସିବ | ପ୍ରାୟ ୧୫ଟି ଭାଷାରେ ଅନୁବାଦିତ ହେବାକୁ ଥିବା ଏହି ପୁସ୍ତକ ଲେଖକଙ୍କ ଡାଏରୀ ଏବଂ ସୋସିଆଲ ମିଡିଆରେ ପୋଷ୍ଟର ଏକ ସଂକଳନ ଯାହାକୁ ସେ କୋଭିଡ19 ମହାମାରୀ ସମୟରେ ଲେଖିଥିଲେ | ଉହାନରେ ଲାଗୁ ହୋଇ ସାରିଥିବା ୬୦ ଦିନଆ ଲକଡାଉନର ଏହା ଏକ ଡକ୍ୟୁମେଣ୍ଟ୍ | ଜାନୁଆରୀ ୨୫ ତାରିଖରେ ଚୀନ ସରକାର ଉହାନ ପ୍ରଦେଶରେ ଲକ ଡାଉନ ଲାଗୁ କରିବା ପରେ ଚୀନ ସାହିତ୍ୟକ ଫାଙ୍ଗ ଏକ ଅନଲାଇନ ଡାଏରୀ ପ୍ରକାଶ କରିଥିଲେ | ଯେଉଁଥିରେ ସେ ଲୋକଙ୍କ ଭୟ, ହତାଶ, କ୍ରୋଧ ସମ୍ପର୍କରେ ଅବଗତ କରାଇଥିଲେ | ଯେଉଁଥିରେ ଜୋର ଜବରଦସ୍ତ କରାଯାଇଥିବା ମନସ୍ତାତ୍ତ୍ୱିକ ପରିବର୍ତ୍ତନ ମଧ୍ୟ ସ୍ଥାନ ପାଇଥିଲା | ଏହି ଘଟଣାର ଏହା ଏକ ପ୍ରତ୍ୟେକ୍ଷ ଦସ୍ତାବିଜ ବୋଲି କହିଛନ୍ତି ସେ | 

କୋରୋନା ଯୋଗୁଁ ଚର୍ଚ୍ଚାରେ ଥିବା ଉହାନ ପ୍ରଦେଶ ନିବାସୀ ଚୀନ ଲେଖକ ଫାଙ୍ଗ କହିଛନ୍ତି ଯେ, ଏହି ଭାଇରସ ମାନବ ସମାଜ ପାଇଁ ଏକ ସତର୍କ ଘଣ୍ଟି ସଦୃଶ୍ୟ | ଏହାର କବଳରୁ ମୁକ୍ତି ପାଇବାକୁ ହେଲେ ସମସ୍ତଙ୍କୁ ଏକତ୍ର ଉଦ୍ୟମ କରିବାକୁ ହେବ |  'ବୁହାନ ଡାଏରୀ' ପୁସ୍ତକକୁ ଉହାନର ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରି ସେ କହିଛନ୍ତି ଏଥରୁ ଯାହା ଆୟା ହେବ ତାହା ସେମାନଙ୍କ ଉପକାର ପାଇଁ ଖର୍ଚ୍ଚ ହେବ |    

 

Add Zee News as a Preferred Source