କ୍ରିସମାସ ପାଇଁ ହ୍ୱାଇଟ ହାଉସରେ ସ୍ୱତନ୍ତ୍ର ପ୍ରସ୍ତୁତି; ଟ୍ୱିଟ କରି ସୂଚନା ଦେଲେ ମେଲାନିଆ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତିଙ୍କ ଘର ଅର୍ଥାତ ହ୍ୱାଇଟ ହାଉସରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ହ୍ୱାଇଟ ହାଉସରେ ଚଳିତ ବର୍ଷ କ୍ରିସମାସର ଥିମ ରହିଛି 'ଦ ସ୍ପିରିଟ ଅଫ ଆମେରିକା'।

କ୍ରିସମାସ ପାଇଁ  ହ୍ୱାଇଟ ହାଉସରେ ସ୍ୱତନ୍ତ୍ର ପ୍ରସ୍ତୁତି; ଟ୍ୱିଟ କରି ସୂଚନା ଦେଲେ ମେଲାନିଆ ଟ୍ରମ୍ପ

ନୂଆଦିଲ୍ଲୀ: କ୍ରିସମାସ ଆସିବାକୁ ଆହୁରି ଅନେକ ଦିନ ରହିଛି । କିନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ଘର ଅର୍ଥାତ ହ୍ୱାଇଟ ହାଉସରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ହ୍ୱାଇଟ ହାଉସରେ ଚଳିତ ବର୍ଷ କ୍ରିସମାସର ଥିମ ରହିଛି 'ଦ ସ୍ପିରିଟ ଅଫ ଆମେରିକା'।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ହ୍ୱାଇଟ ହାଉସରେ ଚଳିତ ବର୍ଷର କ୍ରିସମାସ ଥିମ ସମସ୍ତଙ୍କ ସମ୍ମୁଖରେ ରଖିଛନ୍ତି । ଚଳିତ ବର୍ଷର ଥିମ ରହିଛି 'ଦ ସ୍ପିରିଟ ଅଫ ଆମେରିକା'। ମେଲାନିଆ ଟ୍ରମ୍ପ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ମେଲାନିଆ ହ୍ୱାଇଟ ହାଉସର ଷ୍ଟେଟ ଫ୍ଲୋରରେ ଚାଲୁଥିବାର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଏହି ଭିଡିଓରେ ସେ ଖୁବ ଉତ୍ସାହର ସହ ହ୍ୱାଇଟ ହାଉସରେ ବୁଲୁଥିବା ଦେଖିବାକୁ ମିଳିଛି ।

https://twitter.com/FLOTUS/status/1201351943790174208

ଭିଡିଓ ଟ୍ୱିଟ କରି ମେଲାନିଆ ଲେଖିଛନ୍ତି, "ଦ ସ୍ପିରିଟ ଅଫ ଆମେରିକା ହ୍ୱାଇଟ ହାଉସରେ ଚମକୁଛି । ଦେଶଭକ୍ତିର ଏହା ସୁନ୍ଦର ପ୍ରଦର୍ଶନ କରୁଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି । ସମସ୍ତେ କ୍ରିସମାସକୁ ଆନନ୍ଦର ସହ ପାଳନ କରନ୍ତୁ, ଏହାକୁ ନେଇ ମୁଁ ବହୁତ ଉତ୍ସାହିତ'' ଥିବା କହିଛନ୍ତି । ହ୍ୱାଇଟ ହାଉସରେ ବିଭିନ୍ନ ପ୍ରକାରର କ୍ରିସମାସ ଟ୍ରି ଲଗାଯାଇଛି । ଏଥିରେ ନୀଳ, ଲାଲ ଓ ଧଳା ରଙ୍ଗର ବିଶେଷ ବ୍ୟବହାର କରାଯାଇଛି। ତେବେ ସମସ୍ତ କ୍ରିସମାସ ଟ୍ରି ଦ୍ୱାରା ହ୍ୱାଇଟ ହାଉସ ଖୁବ ସୁନ୍ଦର ଦେଖାଯାଉଛି ।