ସିନେମା ହଲରେ ନାହିଁ ଖୋଲା ରଙ୍ଗମଞ୍ଚର ମଜା!
Advertisement

ସିନେମା ହଲରେ ନାହିଁ ଖୋଲା ରଙ୍ଗମଞ୍ଚର ମଜା!

କିମିଆ କରୁଛି ସିନେମାହଲ, ହଜି ଯାଉଛି ମଞ୍ଚ ଅଭିନୟ

ସିନେମାହଲରେ ନାହିଁ ଖୋଲା ରଙ୍ଗମଞ୍ଚର ମଜା!

ଗୌରଭ ସାମଲ, ଭୁବନେଶ୍ୱର:  ଅଭିନୟ କହିଲେ ଅଧିକାଂଶ ଲୋକେ ପ୍ରଥମେ ଟିଭି କିମ୍ବା ଫିଲ୍ମକୁ ବୁଝନ୍ତି । ବହୁତ କମ ଲୋକ ଜାଣିଥାନ୍ତି ଯେ ଅଭିନେତାଟିଏ ଗୋଟେ ମଞ୍ଚରୁ ଜନ୍ମ ନେଇଥାଏ ବୋଲି । ଗୋଟେ କଳାକାର ପାଇଁ ନାଟ୍ୟଶାଳା ବା ଥିଏଟର ହିଁ ତାର ଜନ୍ମଭୂମି । ଭାରତୀୟ ସିନେ ଜଗତରେ ଏମିତି ବହୁତ କଳାକାର ଅଛନ୍ତି ଯାହାଙ୍କର ଆର୍ବିଭାବ ମଞ୍ଚରୁ ହେଇଛି । 

ଆଜି ବି ଏମିତି କିଛି ସ୍ଥାନ ଅଛି ଯେଉଁଠି ନାଟ୍ୟଶାଳାରେ ହିଁ ନିଜର ପରିଚୟ ସୄଷ୍ଠୀ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ । ଦିଲ୍ଲୀ ଓ ମୁମ୍ବାଇରେ ଥିଏଟରରେ ଦର୍ଶକଙ୍କ ଭିଡ ଲାଗୁଥିବା ବେଳେ ଓଡ଼ିଶାରେ ଏହା ଲୋପ ପାଇବାକୁ ବସିଲାଣି ।  ଏଥିପାଇଁ ହୁଏତ ଆଜି ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରରେ ଓଡ଼ିଆ କଳାକାରଙ୍କ ଚର୍ଚ୍ଚା ବହୁତ କାମ ଶୁଣିବାକୁ ମିଳୁଛି ।  

ନାସିରୁଦ୍ଧିନ ଶାହ, ଓମ ପୁରୀ, ନୱାଜଉଦ୍ଦିନ ସିଦ୍ଦିକୀ, ଶବାନା ଆଜମୀ ଓ ମନୋଜ ବାଜପେୟୀଙ୍କ ଭଳି ଅନେକ କିମ୍ଭଦନ୍ତି କଳାକାର ମଞ୍ଚରୁ ନିଜର ନାମ କମାଇଥିବା ବେଳେ ଓଡ଼ିଶାରୁ ମଧ୍ୟ ରବୀନ କୁମାର ଦାସ, ଶରତ ପୂଜାରୀ, ସୁରେଶ ମିଶ୍ର ଏବଂ ଶିବାନୀ ମହାପାତ୍ର କଁ ଭଳି ନାମିଦାମୀ ବ୍ୟକ୍ତିତ୍ୱ ନିଜର ଛାପ ଅଭିନୟ ଜଗତରେ ଛାଡି ପାରିଛନ୍ତି । ହୁଏତ ଦର୍ଶକ ମାନେ ଏହି ଓଡ଼ିଆ କଳାକାରମାନଙ୍କୁ ଜାଣି ନ ଥାଇ ପାରନ୍ତି କିନ୍ତୁ କଳା ପ୍ରତି ତାଙ୍କର ସ୍ନେହ ଆଜି ବି କମିନାହିଁ ।

ଓଡ଼ିଶାରେ ଆଜି ଥିଏଟର ଲୋକପ୍ରିୟତା କମିବା ପଛରେ ରହିଛି ଅନେକ କାରଣ । କେଉଁଠି କଳାକାରଙ୍କୁ ନିଜ ଖଟଣି ମୁତାବକ ପଇସା ମିଳୁନାହିଁ ତ କେଉଁଠି ଦର୍ଶକଙ୍କ ମନ ଲୋଭାଇ ପାରୁନି କାହାଣୀ । ତଥାପି ବନ୍ଦ ହୋଇନାହିଁ ମଞ୍ଚ ଅଭିନୟ । ଆଜି ବି ଅନେକ ନୂଆ ପ୍ରତିଭା ନିଜ କଳାର ପରିଚୟ ଦେବା ପାଇଁ ଆଗେଇ ଆସୁଛନ୍ତି । କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଏହି କଳାକୁ ଆଗକୁ ନେବା ପାଇଁ ଦିଆଯାଉଛି ପ୍ରତ୍ସୋହନ । ଭଲ ଗଳ୍ପ ଓ ନିର୍ଦ୍ଦେଶନା ସହିତ କଳାକାରଙ୍କ ମନବଳ ଓଡ଼ିଶାର ଏହି ପଛେଇ ଯାଇଥିବା କଳାକୁ ଆହୁରି ଆଗକୁ ନେବ ବୋଲି ଆଶା ରଖିଛନ୍ତି ଦର୍ଶକ ମାନେ ।