ଏମାନେ କୁଆଡ଼େ ଯାଉଛନ୍ତି...

ବିକ୍ଷୋଭ ପାଇଁ ଜଳଯାତ୍ରା

ଏମାନେ କୁଆଡ଼େ ଯାଉଛନ୍ତି...
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦେଶର ରାଜଧାନୀରୁ ଆରମ୍ଭ କରି ବିଭିନ୍ନ ପୁରପଲ୍ଲୀରେ ସିଏଏ ବିରୋଧରେ ଲୋକେ ଆନ୍ଦୋଳନ କରୁଛନ୍ତି । ଆଉ ଏହାରି ଭିତରେ କର୍ଣ୍ଣାଟକରୁ ଆସିଛି ଏକ ନିଆରା ଦୃଶ୍ୟ । ସିଏଏ ବିରୋଧରେ ହେବାକୁ ଥିବା ବିକ୍ଷୋଭରେ ସାମିଲ ହେବା ପାଇଁ ବୋଟ ମାଧ୍ୟମରେ ଯାଉଥିବା ଦୃଶ୍ୟ ସାମନାକୁ ଆସିଛି । 

ବିକ୍ଷୋଭ ପାଇଁ ଜଳଯାତ୍ରା । ବୁଧବାର କର୍ଣ୍ଣାଟକର ମେଙ୍ଗାଲୁରୁରେ ସିଏଏ ବିରୋଧରେ ରାଲି ହୋଇଥିଲା । ଆଉ ଏଥିରେ ଅଂଶଗ୍ରହଣ କରିବା ପାଇଁ ବୋଟ ମାଧ୍ୟମରେ ଯାଉଥିଲେ ଆନ୍ଦୋଳନକାରୀ । ଆଜି ଖବର ସରବରାହ ସଂସ୍ଥା ଏଏନଆଇ ଏହାର ଭିଡ଼ିଓ ପୋଷ୍ଟ କରିଛି । ଭିଡ଼ିଓରେ ଦେଖିବାକୁ ମିଳିଛି, ଶହ ଶହ ସଂଖ୍ୟାରେ ଲୋକେ ଆନ୍ଦୋଳନ ପାଇଁ ବୋଟ ମାଧ୍ୟମରେ ଯାଉଛନ୍ତି । ଆନ୍ଦୋଳନକାରୀଙ୍କ ହାତରେ ତ୍ରିରଙ୍ଗା ରହିଥିବା ଦେଖିବାକୁ ମିଳିଛି । 

 

ସୂଚନାଯୋଗ୍ୟ, ବୁଧବାର ମେଙ୍ଗାଲୁରୁରେ ସିଏଏ ବିରୋଧରେ ଏକ ବିରାଟ ରାଲିର ଆୟୋଜନ ହୋଇଥିଲା । ଏଥିରେ ବହୁ ସଙ୍ଗଠନ ସାମିଲ ହୋଇଥିଲେ । 

ଆହୁରି ପଢ଼ନ୍ତୁ; ଆତଙ୍କବାଦ ଦମନ ପାଇଁ ଆମେରିକା ନୀତି ଆପଣାଇବ ଭାରତ