ପ୍ରବାସୀ ଶ୍ରମିକଙ୍କୁ ନେଇ କେଜ୍ରିୱାଲଙ୍କ ଆବେଗଭରା ବାର୍ତ୍ତା
Advertisement
Article Detail0/zeeodisha/odisha679141

ପ୍ରବାସୀ ଶ୍ରମିକଙ୍କୁ ନେଇ କେଜ୍ରିୱାଲଙ୍କ ଆବେଗଭରା ବାର୍ତ୍ତା

ଦିଲ୍ଲୀ ଛାଡ଼ି ଘରକୁ ନଯିବା ପାଇଁ ପୁଣିଥରେ ପ୍ରବାସୀ ଶ୍ରମିକଙ୍କୁ ଅପିଲ କରିଛନ୍ତି କେଜ୍ରିୱାଲ ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପସ୍ଥାପନ କରିଛନ୍ତି । ଦିଲ୍ଲୀରେ କୋରୋନା ଜନିତ ମୃତ୍ୟୁର ୮୨ ପ୍ରତିଶତଙ୍କ ବୟସ ୫୦ ଉପରେ ରହିଛି । ଅର୍ଥାତ ବୟସ୍କ ବ୍ୟକ୍ତିଙ୍କ କୋରୋନା ଜନିତ ମୃତ୍ୟୁ ଅଧିକ ହୋଇଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସେହିପରି ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀ ଛାଡ଼ି ନଯିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । 

ସେହିପରି ଏପର୍ଯ୍ୟନ୍ତ ଦିଲ୍ଲୀରେ ୬୯୨୩ଟି ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ୨୦୬୯ ଲୋକ ସୁସ୍ଥ ହେଲେଣି । ଅନ୍ୟପଟେ ୭୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏବେ ୪୭୮୧ ଜଣ କୋରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । 

ଯେଉଁ କୋରୋନା ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି, ସେମାନଙ୍କ ଚିକିତ୍ସା ଘରେ ହିଁ କରିବାକୁ ବ୍ୟବସ୍ଥା କରାଯାଉଛି । ଘରୋଇ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ମଧ୍ୟ ଆଦେଶ ଜାରି ହୋଇଛି । ତେବେ ୭୫ ପ୍ରତିଶତ ଆକ୍ରାନ୍ତଙ୍କ ଭିତରେ କୋରୋନା ଲକ୍ଷଣ ସାମାନ୍ୟ ରହିଛି କିମ୍ବା କିଛି ବି ଦେଖାଯାଇନାହିଁ ବୋଲି କହିଛନ୍ତି କେଜ୍ରିୱାଲ । 

କେଜ୍ରିୱାଲ କହିଛନ୍ତି, ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିଛି । ତେବେ ଆମ୍ବୁଲାନ୍ସ ପାଇଁ ମଧ୍ୟ କିଛି ଘରୋଇ ମେଡିକାଲ ସହ ଯୋଗାଯୋଗ କରାଯାଉଛି । ଫଳରେ ଆମ୍ବୁଲାନ୍ସ ସମସ୍ୟା ମଧ୍ୟ ଦୂର ହୋଇଯିବ । ସେହିପରି ସ୍ୱାସ୍ଥ୍ୟ କର୍ମୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ କୋରୋନା ଯୋଦ୍ଧାମାନେ ଦିନରାତି ଏକ କରି ଏହାର ମୁକାବିଲା କରୁଛନ୍ତି । ଏମାନଙ୍କ ରହିବା ପାଇଁ ଆମେ ୨/୩ଟି ପଞ୍ଚତାରକା ହୋଟେଲର ମଧ୍ୟ ବ୍ୟବସ୍ଥା କରିଛୁ । 

ସେହିପରି ପ୍ରବାସୀଙ୍କୁ ନେଇ ଆବେଗଭରା ପ୍ରତିକ୍ରିୟା ଦେଇଛନ୍ତି କେଜ୍ରିୱାଲ । କହିଛନ୍ତି, ପ୍ରବାସୀ ଶ୍ରମିକଙ୍କୁ ଦେଖିଲେ ମନେହେଉଛି, ସତେଯେମିତି ବହୁଦିନ ହେଲା ସେମାନେ କିଛି ଖାଇନାହାଁନ୍ତି । କିଛି ଲୋକ ନିଜ ପିଲାଛୁଆଙ୍କୁ କାନ୍ଧରେ ବୋହି ଘରକୁ ଫେରୁଥିବା ଦୃଶ୍ୟ ମୋତେ ବହୁତ ଆଘାତ ଦେଇଛି । ମନେହେଉଛି, ଆମେ ଯେମିତି ଫେଲ୍ ହୋଇଯାଇଛୁ । 

 ତେବେ ଦିଲ୍ଲୀ ଛାଡ଼ି ଘରକୁ ନଯିବା ପାଇଁ ପୁଣିଥରେ ପ୍ରବାସୀ ଶ୍ରମିକଙ୍କୁ ଅପିଲ କରିଛନ୍ତି କେଜ୍ରିୱାଲ । ଆମେ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛୁ । ଆମେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରୁଛୁ । ଏହି ସମୟରେ ଆପଣ ଦିଲ୍ଲୀ ଛାଡ଼ି ବାହାରକୁ ଯିବା ସୁରକ୍ଷିତ ନୁହେଁ । ଏତେଦିନ ପର୍ଯ୍ୟନ୍ତ ଚାଲିବା ଠିକ୍ ନୁହେଁ । ଆମେ ଆପଣଙ୍କ ଯତ୍ନ ନେବା ପାଇଁ ଅଛୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । 

;