`ମଫଲର`କୁ ନେଇ ମଜାଦାର ଟ୍ୱିଟ କଲେ କେଜରିଓ୍ୱାଲ
କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଉତ୍ତର ଭାରତ ଏବେ ପ୍ରବଳ ଥଣ୍ଡାରେ ଥରୁଛି. ଦିନ ବେଳା ତାପମାତ୍ରା 8 ରୁ 12 ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ରାତି ସମୟରେ ଏହା 6ରୁ 7 ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସୁଛି. ଶୀତରୁ ରକ୍ଷା ପାଇବା ପାଇଁ ସାଧାରଣ ଲୋକମାନେ ପ୍ରଚୁରମାତ୍ରାରେ ଶୀତବସ୍ତ୍ର ବ୍ୟବହାର କରୁଛନ୍ତି. ଫଳରେ ଶୀତ ଏବଂ ଶୀତବସ୍ତ୍ରକୁ ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ପୋଷ୍ଟ ବେଶ ଭାଇରାଲ ହେଉଛି. ଏହି ପୋଷ୍ଟରୁ ନେତାମନ୍ତ୍ରୀ ମଧ୍ୟ ବାଦ ପଡ଼ିନାହାନ୍ତି. ତେବେ ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମଫଲର(ଶୀତବସ୍ତ୍ର)କୁ ନେଇ ମଜାଦାର ଟ୍ୱିଟ କରିଛନ୍ତି. ଏହି ଟ୍ୱିଟ ମାଧ୍ୟମରେ ସେ ତାଙ୍କର ପୁରୁଣା ମଫଲରକୁ ମନେ ପକାଇଛନ୍ତି.
ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଉତ୍ତର ଭାରତ ଏବେ ପ୍ରବଳ ଥଣ୍ଡାରେ ଥରୁଛି। ଦିନ ବେଳା ତାପମାତ୍ରା 8 ରୁ 12 ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ରାତି ସମୟରେ ଏହା 6ରୁ 7 ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସୁଛି। ଶୀତରୁ ରକ୍ଷା ପାଇବା ପାଇଁ ସାଧାରଣ ଲୋକମାନେ ପ୍ରଚୁରମାତ୍ରାରେ ଶୀତବସ୍ତ୍ର ବ୍ୟବହାର କରୁଛନ୍ତି। ଫଳରେ ଶୀତ ଏବଂ ଶୀତବସ୍ତ୍ରକୁ ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ପୋଷ୍ଟ ବେଶ ଭାଇରାଲ ହେଉଛି। ଏହି ପୋଷ୍ଟରୁ ନେତାମନ୍ତ୍ରୀ ମଧ୍ୟ ବାଦ ପଡ଼ିନାହାନ୍ତି। ତେବେ ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମଫଲର(ଶୀତବସ୍ତ୍ର)କୁ ନେଇ ମଜାଦାର ଟ୍ୱିଟ କରିଛନ୍ତି। ଏହି ଟ୍ୱିଟ ମାଧ୍ୟମରେ ସେ ତାଙ୍କର ପୁରୁଣା ମଫଲରକୁ ମନେ ପକାଇଛନ୍ତି।
ସୂଚନାଯୋଗ୍ୟ ଅରବିନ୍ଦ କେଜରିଓ୍ୱାଲ ରାଜନୀତିରେ ପ୍ରବେଶ କରିବା ସମୟରେ ହିଁ ମଫଲର ପିନ୍ଧିଥିବାର ଦେଖିବାକୁ ମିଳିଥିଲେ। ଅଧିକାଂଶ ସମୟ ସେ ମଫଲର ପିନ୍ଧିବା ଅବସ୍ଥାରେ ହିଁ ଆସିଥିଲେ। ଏପରି ରୂପ ଦେଖି ଦେଶର ଜନତା ତାଙ୍କୁ ମଫଲରମ୍ୟାନ ବୋଲି ଅଭିହିତ ମଧ୍ୟ କରିଥିଲେ। ତେବେ ବର୍ତମାନ ସମୟରେ ଅରୁଣ ଅରୋରା ନାମକ ଜଣେ ବ୍ୟକ୍ତି ତାଙ୍କୁ ଟ୍ୱିଟ କରି କହିଥିଲେ କି, ଇସ ବାର ମଫଲର ବାହାର ନେହିଁ ଆୟା ଅଭି ତକ ? ଥଣ୍ଡା ବି ବହୁତ ହେ। । । ଜନତା ପୁଛ ରାହା ହେ ସାର'। ଏଭଳି କିଛି ମଜାଦାର ଟ୍ୱିଟ କରିଥିଲେ ଅରୁଣ।
ତେବେ ତାଙ୍କ ଟ୍ୱିଟର ଜବାବ ଦେଇ କେଜରିଓ୍ୱାଲ କହିଥିଲେ କି ମଫଲର ଅନେକ ଦିନ ପୂର୍ବରୁ ବାହାରି ସାରିଛି। ଆପଣ ମାନେ ଧ୍ୟାନ ଦେଇ ନାହାନ୍ତି। ଥଣ୍ଡା ପ୍ରବଳ ରହିଛି। ଦିଲ୍ଲୀବାସୀ ନିଜର ଧ୍ୟାନ ରଖନ୍ତୁ। ଏଭଳି କିଛି ମଜାଦାର ଢଙ୍ଗରେ ଜବାବ ଦେଇଥିଲେ କେଜରିଓ୍ୱାଲ।