Trending Photos
)
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ମମତା କହିଛନ୍ତି କି, ରାଜ୍ୟ ଏକ ସଂଗେ କୋରୋନା, ବାତ୍ୟା ସହିତ ଲଢୁଛି। ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେପଟେ କିନ୍ତୁ ଏହାକୁ ନେଇ କିଛି ରାଜନୈତିକ ଦଳ ଆମକୁ କ୍ଷମତାରୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏହି ସଂକଟ ସମୟରେ ମୁଁ କଦାପି କହି ନାହିଁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ଗାଦିଚ୍ୟୁତ କରାଅ।
ମମତା ଆହୁରି ମଧ୍ୟ କହିଥିଲେ କି, ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ। ସମସ୍ତେ ମିଳିମିଶି ଏହି ସଂକଟକୁ ସାମ୍ନା କରିବାର ସମୟ। ବର୍ତ୍ତମାନ ସମୟରେ ଯେଉଁମାନେ ଏହି ଷଡ଼ଯନ୍ତ୍ର କରୁଛନ୍ତି, ସେମାନେ ୩ ମାସ ତଳେ କେଉଁଠି ଥିଲେ ବୋଲି ମମତା ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ପଶ୍ଚିମବଙ୍ଗ କୋଭିଡ଼ ଓ ଏହି ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଲଢି ବିଜୟ ନିଶ୍ଚିତ ହାସଲ କରିବ ବୋଲି ସେ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ କି, ଯେଉଁମାନେ ଷଡ଼ଯନ୍ତ୍ର କରୁଛନ୍ତି ସେମାନେ ବିଗତ ୩ ମାସ ଧରି କେଉଁ କୋଣରେ ବସି ରହିଥିଲେ। ସେମାନେ ଲୋକଙ୍କ ନିକଟକୁ ସାହାସ ମଧ୍ୟ କରୁନଥିଲେ। ମୁଁ ଲଗାତାର ଭାବେ କାର୍ଯ୍ୟାଳୟକୁ ଆସୁଥିଲି। ଏପରିକି ଲୋକମାନଙ୍କ ପାଇଁ ନଗର ପାଳିକାର କାର୍ଯ୍ୟ କରୁଥିଲେ ବୋଲି ସେ ସୂଚନା ଦେଇଛନ୍ତି।