ଆସନ୍ତାକାଲି ଶପଥ ନେଇପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର
Advertisement

ଆସନ୍ତାକାଲି ଶପଥ ନେଇପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

ଆସନ୍ତାକାଲି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ନେଇପାରନ୍ତି ମନୋହର ଲାଲ ଖଟ୍ଟର । ଏହା ହେବ ଖଟ୍ଟରଙ୍କ ଦ୍ୱିତୀୟ ପାଳି । ଆଜି ବିଜେପି ବିଧାୟକ ଦଳ ବୈଠକରେ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି । 

ଖଟ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ...

ନୂଆଦିଲ୍ଲୀ: ଆସନ୍ତାକାଲି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ନେଇପାରନ୍ତି ମନୋହର ଲାଲ ଖଟ୍ଟର । ଏହା ହେବ ଖଟ୍ଟରଙ୍କ ଦ୍ୱିତୀୟ ପାଳି । ଆଜି ବିଜେପି ବିଧାୟକ ଦଳ ବୈଠକରେ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି । 

ଶନିବାର ସକାଳୁ ଚଣ୍ଡିଗଡରେ ବସିଥିଲା ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ପରେ ଗଣମାଧ୍ୟମକୁ ସମ୍ବୋଧନ କରି ରବିଶଙ୍କର କହିଛନ୍ତି, ଖୁବଶୀଘ୍ର ଆମେ ରାଜ୍ୟପାଳଙ୍କୁ ସାକ୍ଷାତ କରିବୁ । ସଂଖ୍ୟା ଗରିଷ୍ଠ ଦଳ ଭାବରେ ସରକାର ଗଠନ ପାଇଁ ଆମକୁ ସୁଯୋଗ ଦେବାକୁ ଅନୁରୋଧ କରିବୁ । 

ସେପଟେ ଆଜି ଅପରାହ୍ନରେ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲା ଚଣ୍ଡିଗଡରେ ପହଞ୍ଚିବେ ବୋଲି ଜଣାପଡିଛି । ନିଜ ଦଳର ସମର୍ଥନ ବିଜେପିକୁ ଦେବା ନେଇ ରାଜ୍ୟପାଳଙ୍କୁ ଜଣାଇବେ ଚୌଟାଲା । ଏନେଇ ସେ ରାଜ୍ୟପାଳଙ୍କୁ ଭେଟି ସମର୍ଥନ ପତ୍ର ଦେବେ । ସେପଟେ ଜେଜେପି ସହ ମେଣ୍ଟ କରିବା ପରେ ହରିୟାଣାରେ ପୁଣିଥରେ ବିଜେପି ସରକାର ଗଢିବାକୁ ପ୍ରସ୍ତୁତି ଚଳାଇଛି । 

କହିରଖୁଛୁ, ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଚଳିତ ନିର୍ବାଚନରେ କୌଣସି ଦଳ ମଧ୍ୟ ମ୍ୟାଜିକ ନମ୍ବର ୪୬ ଛୁଇଁ ପାରିନାହାଁନ୍ତି । ବିଜେପିକୁ ସର୍ବାଧିକ ୪୦ ଆସନ ମିଳିଥିବା ବେଳେ କଂଗ୍ରେସ ୩୧ ଏବଂ ଜେଜେପି ୧୦ ଆସନ ପାଇଛି । ତେବେ ୫ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେବା ନେଇ ଘୋଷଣା କରିବା ପରେ ବଦଳିଥିଲା ଚିତ୍ର । ଶୁକ୍ରବାର ଅମିତ ଶାହଙ୍କୁ ସାକ୍ଷାତ କରିବା ପରେ ବିଜେପିକୁ ସମର୍ଥନ ନେଇ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲା ଘୋଷଣା କରିଥିଲେ । ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ବିଜେପି ରାଜି ହୋଇଥିବା ଜଣାପଡିଛି । 

ସେପଟେ ବିଜେପି-ଜେଜେପି ମେଣ୍ଟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ନିକଟରେ ଜେଜେପିରେ ସାମିଲ ହୋଇଥିବା ବିଏସଏଫର ପୂର୍ବତନ ଯବାନ ତେଜ ବାହାଦୁର । ସେ ଦଳ ଛାଡିଛନ୍ତି । ହରିୟାଣା ବିଧାନସଭା ନିର୍ବାଚନର ଠିକ କିଛି ଦିନ ପୂର୍ବରୁ ଜେଜେପିରେ ସାମିଲ ହୋଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ କରନାଲ ବିଧାନସଭା ଆସନରୁ ନିର୍ବାଚନ ବି ଲଢିଥିଲେ । ଅବଶ୍ୟ ଏହି ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।    

ଦଳ ଛାଡିବା ପରେ ସେ କହିଛନ୍ତି, ହରିୟାଣାର ଜନତାଙ୍କୁ ଧୋକା ଦେଇଛି ଜେଜେପି । ଦଳକୁ ବିରୋଧୀ ଆସନରେ ବସିବାର ଆବଶ୍ୟକତା ଥିଲା । ଯେତେବେଳେ ବିଜେପି ସ୍ୱାଧୀନ ବିଧାୟକଙ୍କ ସହ ମିଶି ରାଜ୍ୟରେ ସରକାର ଗଢୁଥିଲା, ସେହି ସମୟରେ ଜେଜେପି ଆସି ସେମାନଙ୍କ ସହ ମେଣ୍ଟ କରିଛି । ଯାହା ରାଜ୍ୟର ଜନତାଙ୍କ ସହ ଏକ ପ୍ରକାରର ଧୋକା କହିଲେ ଅତୁକ୍ତି ହେବ ନାହିଁ । ଏହି ମେଣ୍ଟ ଠିକ ନୁହଁ ବୋଲି ସେ କହିଛନ୍ତି ।