Advertisement
Article Detail0/zeeodisha/odisha670260
Zee OdishaOther Newsମାଙ୍କୁ ଭାବୁକପୂର୍ଣ୍ଣ ଚିଠି ଲେଖିଲେ ଯୋଗୀ, କହିଲେ ଏମିତି କଥା...

ମା'ଙ୍କୁ ଭାବୁକପୂର୍ଣ୍ଣ ଚିଠି ଲେଖିଲେ ଯୋଗୀ, କହିଲେ ଏମିତି କଥା...

ଅନ୍ତ୍ୟେଷ୍ଟ କ୍ରିୟାରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ...

ମା'ଙ୍କୁ ଭାବୁକପୂର୍ଣ୍ଣ ଚିଠି ଲେଖିଲେ ଯୋଗୀ, କହିଲେ ଏମିତି କଥା...

ନୂଆଦିଲ୍ଲୀ: କୋରୋନା ବୈଠକର ନେତୃତ୍ୱ ନେଉଥିବା ବେଳେ ପିତାଙ୍କ ମୃତ୍ୟୁ ଖବର ପାଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କିନ୍ତୁ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ବୈଠକରୁ ଉଠି ଆସିନଥିଲେ ମୁଖ୍ୟମନ୍ତ୍ରୀ। ଖବର ପାଇଁ ଦୁଃଖି ହୋଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ନିଜ ପିତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କିମ୍ବା ଶେଷ ଦର୍ଶନ ପାଇଁ ଯାଇନାହାନ୍ତି ସେ। ଏହି ଖବରକୁ ସେ ଏକ ଭାବୁକପୂର୍ଣ୍ଣ ପତ୍ର ମାଧ୍ୟମରେ ନିଜ ମାଆଙ୍କୁ ଜଣାଇଛନ୍ତି। 

ସେ କହିଛନ୍ତି କି ଲକଡାଉନ ସମୟରେ ନିୟମକୁ ପାଳନ କରିବାକୁ ହେବ। ଏଥିପାଇଁ ମୁଁ ପିତାଙ୍କ ଶେଷ ଦର୍ଶନ କିମ୍ବା ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହୋଇ ପାରୁନାହିଁ। ଏପରିକି ଏହି କାର୍ଯ୍ୟର କମରୁ କମ ସଂଖ୍ୟାରେ ଲୋକମାନଙ୍କୁ ଯୋଗଦେବାକୁ ସେ ଚିଠି ମାଧ୍ୟମରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ପିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଘଟଣା। ସେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ଚାହୁଁଥିଲେ। ମାତ୍ର ବର୍ତ୍ତମାନ ସମୟରେ କୋରୋନା ମହାମାରୀ ଓ ଲକଡାଉନ ଚାଲିଥିବାରୁ ସେ ଏହା କରିପାରୁନାହାନ୍ତି ବୋଲି ସେ କହିଛନ୍ତି।  

ଚିଠିରେ ସେ ଆହୁରି ମଧ୍ୟ ଲେଖିଛନ୍ତି କି, ମୋର ପୂଜ୍ୟ ପିତାଙ୍କ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଃଖି। ଜୀବନରେ ପରିଶ୍ରମ, ନିଶ୍ୱାର୍ଥପର  ସେବା ଓ ଇମାନଦାରୀ ଭାବରେ ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିବାର ଆବଶ୍ୟକ ରହିଛି। ଏହି ସଂସ୍କାର ସେ ମୋତେ ପିଲାବେଳେ ସର୍ବଦା ଦେଇ ଆସିଛି। ଶେଷ ସମୟରେ ତାଙ୍କର ଦର୍ଶନ କରିବାକୁ ବହୁତ ଇଚ୍ଛା ରହିଥିଲା। ମାତ୍ର ଏଭଳି ସଂକଟ ସମୟରେ ୨୩ କୋଟି ଲୋକଙ୍କ ସ୍ୱାର୍ଥକୁ ଦେଖି ମୁଁ ଏହା କରିପାରୁନାହିଁ। ଆସନ୍ତା କାଲି ହେବାକୁ ଥିବା ଅନ୍ତିମ ସଂସ୍କାର କାର୍ଯ୍ୟକ୍ରରେ ମଧ୍ୟ ମୁଁ ଉପସ୍ଥିତ ହୋଇ ପାରୁନାହିଁ। ଦେଶରେ ଲକଡାଉନ ସ୍ଥିତି ଓ ମହାମାରୀ କୋରୋନା ଯୁଦ୍ଧରେ ମୁଁ ସାମିଲ ହେବାକୁ ଯାଇ ପାରୁନାହିଁ ବୋଲି ସେ ଲେଖିଛନ୍ତି। 

Add Zee News as a Preferred Source

ସେହିପରି ସେ ତାଙ୍କ ମାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଲେଖିଛନ୍ତି କି, ପୂର୍ବାଶ୍ରମ ସହିତ ଜଡ଼ିତ ଥିବା ସମସ୍ତ ସଦସ୍ୟଙ୍କୁ ଲକଡାଉନ ପାଳନ କରିବାକୁ ମଧ୍ୟ କହିଛନ୍ତି। ପୂଜ୍ୟ ପିତାଙ୍କୁ କୋଟି କୋଟି ନମସ୍କାର। ଏହା ସହିତ ମୁଁ ଏହିଠାରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ କହିଥିଲେ। ଲକଡାଉନ ପରେ ମୁଁ ଦର୍ଶନ ପାଇଁ ଆସିବି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। 

About the Author