close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜାଣନ୍ତୁ ଶରୀର ପାଇଁ କେତେ ଲାଭକାରୀ ହୋଇଥାଏ ନଡ଼ିଆ

ଆଜିକାଲି ସମସ୍ତେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରୁଛନ୍ତି କିନ୍ତୁ ଆମ ନିତିଦିନ ଜୀବନରେ କିଛି ଏମିତି ଖାଦ୍ୟ ରହିଛି ଯାହାକୁ ଖାଇଲେ ଆପଣ ନିରୋଗ ଆଉ ସୁସ୍ଥ ରହିବେ । ସେହି ଖାଦ୍ୟ ପଦାର୍ଥଗୁଡିକ ମଧ୍ୟରୁ ନଡ଼ିଆ ଅନ୍ୟତମ । ନଡିଆରେ ଭିଟାମିନ, ମିନେରାଲ, କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନ ବହୁଳ ପରିମାଣରେ ଭରି ରହିଛି । ଏଥିରେ ବହୁତ ମାତ୍ରାରେ ଜଳୀୟ ଅଂଶ ରହିଥାଏ । ନଡ଼ିଆ ଆପଣଙ୍କ ଶରୀରକୁ କଣ କଣ ରୋଗରୁ ମୁକ୍ତି କରିପାରିବ ଆସନ୍ତୁ ଜାଣିବା...

ଜାଣନ୍ତୁ ଶରୀର ପାଇଁ କେତେ ଲାଭକାରୀ ହୋଇଥାଏ ନଡ଼ିଆ

ରୁକ୍ମଣୀ ବେହେରା, ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରୁଛନ୍ତି କିନ୍ତୁ ଆମ ନିତିଦିନ ଜୀବନରେ କିଛି ଏମିତି ଖାଦ୍ୟ ରହିଛି ଯାହାକୁ ଖାଇଲେ ଆପଣ ନିରୋଗ ଆଉ ସୁସ୍ଥ ରହିବେ । ସେହି ଖାଦ୍ୟ ପଦାର୍ଥଗୁଡିକ ମଧ୍ୟରୁ ନଡ଼ିଆ ଅନ୍ୟତମ । ନଡିଆରେ ଭିଟାମିନ, ମିନେରାଲ, କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନ ବହୁଳ ପରିମାଣରେ ଭରି ରହିଛି । ଏଥିରେ ବହୁତ ମାତ୍ରାରେ ଜଳୀୟ ଅଂଶ ରହିଥାଏ । ନଡ଼ିଆ ଆପଣଙ୍କ ଶରୀରକୁ କଣ କଣ ରୋଗରୁ ମୁକ୍ତି କରିପାରିବ ଆସନ୍ତୁ ଜାଣିବା...

ନଡ଼ିଆ ଖାଇବା ଦ୍ୱାରା  କୋଷ୍ଟକାଠିନ୍ୟ ଭଳି କଷ୍ଟକର ରୋଗରୁ ମୁକ୍ତି ଦେଇଥାଏ । ଏହା ଶରୀରକୁ ହାଇଡ୍ରେଟ ରଖିବା ସହିତ ପେଟ ଥଣ୍ଡା ରଖିଥାଏ । ନଡ଼ିଆ ଶରୀରରେ ଇମ୍ୟୁନିଟି ପାୱାର ବଢାଇବା ସହ ମସ୍ତିଷ୍କକୁ ସକ୍ରିୟ କରିଥାଏ । ନଡ଼ିଆ ଖାଇବା ଦ୍ୱାରା ବହୁ ପ୍ରକାର ପେଟ ସମସ୍ୟା ମଧ୍ୟ ଭଲ ହୋଇଥାଏ । ନଡିଆ ଖାଇବା ଦ୍ୱାରା କେଶ ଓ ଚର୍ମରେ ସମସ୍ୟା ଦେଖାଦିଏ ନାହିଁ । ଖରାଦିନେ ନାକରୁ ରକ୍ତ ବାହାରୁଥିଲେ ସାମାନ୍ୟ ମିଶିରି ସହ ନଡିଆ ଖାଇଲେ ଏଥିରୁ ମୁକ୍ତି ପାଇପାରିବେ । ନଡିଆ ଖାଇବା ଦ୍ୱାରା ଫୁସଫୁସ ମଧ୍ୟ ସୁସ୍ଥ ରହିଥାଏ ।

ଏହା ଆଣ୍ଟିବାୟୋଟିକର ମଧ୍ୟ କାମ କରିଥାଏ, ଯାହା ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ଆଲର୍ଜି ମଧ୍ୟ ଦୂର କରିଥାଏ । ନଡିଆ ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ । ନଡ଼ିଆ ପାଣି ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ । ଏହା ଆମ ଶରୀରରେ କିଡନୀକୁ ସୁସ୍ଥ ରଖେ ।

ନଡ଼ିଆ ପାଣି ପିଇଲେ ୟୁରିନ୍ ଇନଫେକ୍ସନ୍ ହେବାର ଆଶଙ୍କା ମଧ୍ୟ କମ୍ ଥାଏ । ନଡ଼ିଆରେ ସ୍ନେହସାର ଥିବାରୁ ଏହା ଶରୀର ପାଇଁ ଅଧିକ ଉପକାରୀ ହୋଇଥାଏ । ନଡ଼ିଆ ଖାଇବା ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଆସିଥାଏ ଓ  ସୁନ୍ଦର ହୋଇଥାଏ ।