ଓଜନ ଓ କଲେଷ୍ଟ୍ରୋଲ ଲେବୁଲ କମ୍ କରିବାକୁ ଚାହୁଛନ୍ତି କି ?
ଏକ ରିସର୍ଚ୍ଚରୁ ଜଣା ପଡ଼ିଛି ଯେ ଓଜନ ଓ କଲେଷ୍ଟ୍ରୋଲ ଲେବୁଲ କମ୍ କରିବାରେ ଆପଣଙ୍କ ପାଇଁ ସହାୟକ ହୋଇପାରେ କଫି
Trending Photos
)
ତ୍ରିବେଣୀ ମହାପାତ୍ର, ନୂଆଦିଲ୍ଲୀ: ଆପଣ ଯଦି କଫି ପିଇବାକୁ ଭଲପାଉଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ସକାଳର ନିଦକୁ ଦୂର କରିବାକୁ ଏକ କପ୍ କଫି ହେଉ କି ଚା' ଆପଣଙ୍କୁ ସାହାଯ୍ୟ କରିଥାଏ । କିନ୍ତୁ ଆପଣ ଜାଣିଛନ୍ତି ଏହା ବ୍ୟତୀତ କଫି ଆପଣଙ୍କ ପାଇଁ ବହୁତ କିଛି ସାହାର୍ଯ୍ୟ କରିପାରେ ।
ଇଲିନୋଇସ୍ ବିଶ୍ୱବିଦ୍ୟାଳୟର ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ କଫିନ ଶରୀରରେ ସୁଗାର ଓ କଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରିତ କରିଥାଏ । ଫୋକ୍ସ ନ୍ୟୁଜ୍ ଅନୁସାରେ ଏହି ରିସର୍ଚ୍ଚ ଏକ ମୂଷା ଉପରେ ପ୍ରୟୋଗ କରାଯାଇଥିଲା । ଯାହାକୁ ଲଗାଦାର ୪ ସପ୍ତାହ ଯାଏ ଅସ୍ୱାସ୍ଥ୍ୟକର ଖାଦ୍ୟ ଦିଆଯାଇଥିଲା । ଯେଉଁଥିରେ ୪୦ ରୁ ୪୫
ପ୍ରତିଶତ କାର୍ବୋହାଇଡ୍ରେଟ୍ ଏବଂ ୧୫ ପ୍ରତିଶତ ପ୍ରୋଟିନ୍ ସାମିଲ ଥିଲା । ଏହା ସହିତ ମୂଷାକୁ ଚା ଦିଆଯାଇଥିଲା । ଯେଉଁଥିରେ ଫାଇଟୋକେମିକାଲ୍ସ, ପ୍ଲାଭୋନୟଡ୍ସ ଏବଂ ଆମିନୋ ଏସିଡ୍ ଥିଲା ଆଉ କଫିନ ପରିମାଣ ୬୫ ରୁ ୧୩୫ ମିଲିଗ୍ରାମ ଯାଏଁ ଥିଲା । ଏହା ସହ ମୂଷାକୁ ମଧ୍ୟ କଫିନର ଅତିରିକ୍ତ ସୋରସେସ୍ ଖାଇବାକୁ ଦିଆଯାଇଥିଲା ।
ଏହି ପ୍ରୟୋଗର ଅନ୍ତିମ ପରିଣାମରୁ ଜଣାପଡ଼ିଥିଲା କି ଯେଉଁ ମୂଷାକୁ କଫିନ୍ ଦିଆଯାଇଥିଲା, ସେମାନଙ୍କ ଶରୀରରେ ଥିବା ଏକ ମହତ୍ୱପୂର୍ଣ୍ଣ ମାତ୍ରାକୁ କମ୍ କରିଥିଲା । ଆଉ ୨୨ ପ୍ରତିଶତ ଜମିଥିବା ଅଧିକା ଖାଦ୍ୟ ଓ ଓଜନ ୧୬ ପ୍ରତିଶତ କମ୍ ହୋଇଥିଲା ।
ବିଶେଷଜ୍ଞ ଏଲଭିରା ଗୋନଜାଲେଜ୍ ଙ୍କ କହିବା କଥା କଫିନ୍ ଶରୀରରେ ନେଗେଟିଭ୍ ଫ୍ୟାଟ୍ ଅଂଶକୁ ନଷ୍ଟ କରିଥାଏ ।