'ସ୍ୱର୍ଗ'କୁ ଫେରିଲା ଶୀତ ଋତୁ
Advertisement

'ସ୍ୱର୍ଗ'କୁ ଫେରିଲା ଶୀତ ଋତୁ

ଧରିତ୍ରୀର ସ୍ୱର୍ଗକୁ ଫେରିଛି ଶୀତ ଋତୁ । ପୁଣି ଥରେ ଘାଟିରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼ । ବରଫପାତ ଆରମ୍ଭ ହେବା ପରେ କାଶ୍ମୀର ପାହାଡ଼ ଗୁଡ଼ିକ ସୁନ୍ଦର ରୂପ ଧାରଣ କରିଛି । ଚାରିପଟେ ଘେରି ରହିଥିବା ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ସାରା ଦେଶରୁ ପର୍ଯ୍ୟଟମାନେ ପହଞ୍ଚିଛନ୍ତି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗାୟତ୍ରୀ ଚକ୍ରବର୍ତ୍ତୀ, ନୂଆଦିଲ୍ଲୀ: ଧରିତ୍ରୀର ସ୍ୱର୍ଗକୁ ଫେରିଛି ଶୀତ ଋତୁ । ପୁଣି ଥରେ ଘାଟିରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼ । ବରଫପାତ ଆରମ୍ଭ ହେବା ପରେ କାଶ୍ମୀର ପାହାଡ଼ ଗୁଡ଼ିକ ସୁନ୍ଦର ରୂପ ଧାରଣ କରିଛି । ଚାରିପଟେ ଘେରି ରହିଥିବା ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ସାରା ଦେଶରୁ ପର୍ଯ୍ୟଟମାନେ ପହଞ୍ଚିଛନ୍ତି । 

ଆପଣ ଦେଖୁଥିବା ଏହି ଦୃଶ୍ୟ ହେଉଛି ପର୍ଯ୍ୟଟନ ସ୍ଥଳ ଗୁଲମର୍ଗର , ଯେଉଁଠାରେ ପ୍ରବଳ ବରଫପାତ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଛି । ବରଫପାତ ଦେଖି ଯାତ୍ରୀମାନେ ବେଶ ଖୁସି । କାଶ୍ମୀରର ଏହି ନିବାସସ୍ଥଳ ଗୁଡ଼ିକ ତ ପ୍ରର୍ଯ୍ୟଟକଙ୍କୁ ଅପେକ୍ଷା କରି ରହିଥିଲେ । ଏହାସହିତ ଟୁରିଷ୍ଟ ଗାଇଡମାନେ ମଧ୍ୟ ଯାତ୍ରୀଙ୍କ ଅପେକ୍ଷାରେ ଥିଲେ । ସେପଟେ ଘୋଡ଼ା ମାଲିକଙ୍କ ସହ ସ୍ଥାନୀୟ ଲୋକେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନକୁ ଅପେକ୍ଷା କରିଥିଲେ । କାରଣ ଏହା ସହିତ ସେମାନଙ୍କ ଜୀବନ ଜୀବିକାର ସମ୍ପର୍କ ରହିଛି ।

ଓଲିଉଡ୍ ହିରୋ ସ୍ୱରାଜ୍: ଘରେ ଝିଅ, ବାହାରେ ପୁଅ !

ଚଳିତ ବର୍ଷ ଅଗଷ୍ଟରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରକୁ ପର୍ଯ୍ୟଟକଙ୍କ ଆଗମନ କିଛି ମାତ୍ରାରେ କମିଯାଇଥିଲା । କିନ୍ତୁ ବରଫପାତ ପୁଣି ଥରେ ଯାତ୍ରୀମାନଙ୍କୁ କାଶ୍ମୀର ନେଇଆସିଛି । ବରଫପାତର ଦୃଶ୍ୟ ଦେଖି ପର୍ଯ୍ୟଟକ ଖୁସି ହୋଇଛନ୍ତି  ତ ଟୁରିଷ୍ଟ ଗାଇଡ ମଧ୍ୟ ଅଧିକ ରୋଜଗାର ପାଇଁ ଖୁସି ହୋଇଛନ୍ତି ।

TikTokର ଜଲୱା, ଭିଡିଓ ପରେ ଏବେ ଗୀତ ବଜାରକୁ କବ୍ଜା !

ବରଫପାତକୁ ନେଇ ପର୍ଯ୍ୟଟକମାନେ ଖୁସି ପ୍ରକାଶ କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ରାଜୌରୀର ଐତିହାସିକ ମୁଗଲ ରୋଡ ସମ୍ପୂର୍ଣ୍ଣ ଭାବରେ ବରଫରେ ଢ଼ାଙ୍କି ହୋଇଛି । ରାସ୍ତା ଉପରେ ବରଫ ଜମା ହୋଇ ରହିଛି । ସେପଟେ ପୀର ପଞ୍ଜାଲ ପାହାଡ଼ରେ ମଧ୍ୟ ବରଫପାତ ଜାରି ରହିଛି । ସ୍ଥିତି ଦେଖି ତ ଏପରି ଲାଗୁଛି ଯେ, ଏହା ହେଉଛି ବର୍ଫିସ୍ଥାନ । ସଫେଦ ବ୍ୟତୀତ ଅନ୍ୟ କିଛି ଦେଖିବାକୁ ମିଳୁନାହିଁ । 

୭ ଥର ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି ରାନୁ

ମନାଲୀ ଲେହ ରୋଡ ସମ୍ପୂର୍ଣ୍ଣ ଭାବରେ ବରଫରେ ଘୋଡ଼େଇ ହୋଇରହିଛି । ରାସ୍ତା ଉପରେ ବରଫ ଜମା ହୋଇ ରହିଥିବାରୁ  ଏନେକ ଗାଡ଼ି ମଧ୍ୟ ଫସି ରହିଛି । ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛନ୍ତି । ବହୁ କଷ୍ଟରେ ଛୋଗ ଗାଡ଼ି ଯିବା ପରି ରାସ୍ତା ସଫା ହେବା ପରେ ଗାଡି ଚଳାଚଳ କରୁଛି । କିନ୍ତୁ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ କିଛି ଦିନ ଯାଏ ହିମାଚଳ ପ୍ରଦେଶର ୧୨ ଜିଲ୍ଲାରୁ ୮ ଜିଲ୍ଲାରେ ପ୍ରବଳ ବରଫପାତ ଲାଗି ରହିବ । ଅର୍ଥାତ ବର୍ତ୍ତମାନ ଅପେକ୍ଷା ଲୋକଙ୍କ ସମସ୍ୟା ଆହୁରି ବଢ଼ିବ ।

ଆହୁରି ବି ପଢନ୍ତୁ; ଜାକର୍ତ୍ତାରେ ଚମକିଲେ ଓଡ଼ିଆ ଝିଅ