ଇଂରାଜୀରେ ଦୁର୍ବଳ ଥିଲେ ବୋଲି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ତାମିଲନାଡୁର ତ୍ରିଚି ସହର ସ୍ଥିତ କେକେ ନଗରରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଏହି ଏରିଆରେ ମହିଳାଙ୍କ ଏକ କଲେଜ ରହିଛି । ଏହି କଲେଜରେ ଜଣେ ଛାତ୍ରୀ ନଭେମ୍ୱର ୧୩ରେ ଆତ୍ମହତ୍ୟା କରିନେଇଛନ୍ତି । ଛାତ୍ରୀଙ୍କ ଘର ଝାରଖଣ୍ଡ ବୋଲି ଜଣାପଡିଛି । ମିଳିତ ସୂଚନା ମୁତାବକ, ଛାତ୍ରୀଙ୍କ ବୟୟ ୧୯ ବର୍ଷ ଥିଲା । 

ଇଂରାଜୀରେ ଦୁର୍ବଳ ଥିଲେ ବୋଲି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଚେନ୍ନାଇ: ତାମିଲନାଡୁର ତ୍ରିଚି ସହର ସ୍ଥିତ କେକେ ନଗରରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଏହି ଏରିଆରେ ମହିଳାଙ୍କ ଏକ କଲେଜ ରହିଛି । ଏହି କଲେଜରେ ଜଣେ ଛାତ୍ରୀ ନଭେମ୍ୱର ୧୩ରେ ଆତ୍ମହତ୍ୟା କରିନେଇଛନ୍ତି । ଛାତ୍ରୀଙ୍କ ଘର ଝାରଖଣ୍ଡ ବୋଲି ଜଣାପଡିଛି । ମିଳିତ ସୂଚନା ମୁତାବକ, ଛାତ୍ରୀଙ୍କ ବୟୟ ୧୯ ବର୍ଷ ଥିଲା । 

ମୃତ ଛାତ୍ରୀଙ୍କ ନାଁ ହେଉଛି ସଫରା ପରବିନ । ସେ ନ୍ୟୁଟ୍ରିଶନ ଏଣ୍ଡ ଡାଇଟେଟିକ୍ସରେ B.Scର ପ୍ରଥମ ବର୍ଷର ଛାତ୍ରୀ ଥିଲେ । ବର୍ତ୍ତମାନ ଯାଏ ହୋଇଥିବା ତଦନ୍ତ ଅନୁସାରେ, ତାଙ୍କ ଆତ୍ମହତ୍ୟା ପଛରେ ଇଂରାଜୀରେ ଦୁର୍ବଳତା ମୁଖ୍ୟ କାରଣ ବୋଲି କୁହାଯାଉଛି । ସେ ନିଜ ଶିକ୍ଷା ହିନ୍ଦି ମିଡିୟମରେ କରିଥିଲେ । ଆଉ କଲେଜର ସଂପୂର୍ଣ୍ଣ ଶିକ୍ଷା ଇଂରାଜୀରେ ହେଉଥିଲା । ଦୁର୍ବଳ ଇଂରାଜୀ କାରଣରୁ ସେ ପଢି ପାରୁ ନଥିଲେ । ସେଥିପାଇଁ ସେ ସର୍ବଦା ଦୁଃଖିତ ରହୁଥିଲେ ।

କଲେଜରେ ପ୍ରଥମ ସେମେଷ୍ଟର ପରୀକ୍ଷା ହେଉଥିଲା । ନଭେମ୍ୱର ୯ ଓ ୧୧ରେ ୨ଟି ପେପର ସରି ଯାଇଥିଲା । ପରବୀନଙ୍କ ୨ଟି ଯାକ ପେପର ଭଲ ଯାଇ ନଥିଲା । ଏହି ବିଷୟରେ ସେ ହଷ୍ଟେଲର ଅନ୍ୟ ଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ନଭେମ୍ୱର ୧୩ରେ ମଧ୍ୟ ଗୋଟିଏ ପେପର ଥିଲା । କିନ୍ତୁ ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାର କଥା ନିଜ ରୁମରେ ଚାଲିଯାଇଥିଲେ । 

ବହୁତ ବିଲମ୍ୱ ହେବାରୁ ହଷ୍ଟେଲର ଅନ୍ୟ ଛାତ୍ରୀମାନେ ଷ୍ଟାଫକୁ ଜଣାଇଥିଲେ ।ପରେ କବାଟ ଭାଙ୍ଗି ରୁମରେ ପ୍ରବେଶ କରାଯାଇଥିଲା । କିନ୍ତୁ ସେତେବେଳେ ଯାଏ ବହୁତ ଡେରି ହୋଇ ସାରିଥିଲା । କାରଣ ପଙ୍ଖାରେ ପରବିନଙ୍କ ଶରୀର ଝୁଲନ୍ତା ଅବସ୍ଥାରେ ମିଳିଥିଲା ।