ବିଭିନ୍ନ ପଦବୀରେ ଚାକିରି କରାଇଦେବା ନାଁରେ ଠକେଇ
Advertisement

ବିଭିନ୍ନ ପଦବୀରେ ଚାକିରି କରାଇଦେବା ନାଁରେ ଠକେଇ

ଅଭିଯୋଗକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ 

ବିଭିନ୍ନ ପଦବୀରେ ଚାକିରି କରାଇଦେବା ନାଁରେ ଠକେଇ

ସାଲେପୁର: ମହିଳା ମହା ବିଦ୍ୟାଳୟରେ ବିଭିନ୍ନ ପଦ ପଦବିରେ ଚାକିରି କରାଇଦେବା କହି ଲୋକଙ୍କ ଠାରୁ ସଂପୃକ୍ତ କଲେଜର ସଭାପତି ଟଙ୍କା ନେଇ ଧରା ଛୁଆଁ ଦେଉନଥିବା ଅଭିଯୋଗ ହୋଇଛି ଥାନାରେ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଜପକୁଦ ମହିଳା ଡିଗ୍ରୀ ମହାବିଦ୍ୟାଳୟରୁ । 

ସାଲେପୁର ଜପକୁଦ ମହିଳା ଡିଗ୍ରୀ କଲେଜ୍ ରେ ବିଭିନ୍ନ ପଦବି ପାଇଁ ଚାକିରି ପାଇବା ଆଶାରେ 2007-08 ରେ ଏହି ଆଶାୟୀ ମାନେ ସଂପୃକ୍ତ କଲେଜର କିରାଣିଙ୍କ ଜରିଆରେ ସଭାପତି ବିଜୟ ମିଶ୍ରଙ୍କୁ ଟଙ୍କା ଦେଇଥିବା ଅଭିଯୋଗ କରି ଏକାଠି ହୋଇଛନ୍ତି ।  କିଏ ଅଫିସ୍ ଆଟେଟାଣ୍ଡ୍ ପାଇଁ ଟଙ୍କା ଦେଇଥିଲେ ତ କିଏ ପିଅନ ଓ ସୁଇପର  ଭଳି ଅନ୍ୟାନ୍ୟ ପଦବିରେ ରହିବା ପାଇଁ ଟଙ୍କା ଦେଇ ନୁଯୁକ୍ତି ପତ୍ର ପାଇଛନ୍ତି । ଏହେଉଛି ସେହି ସବୁ ନିଯୁକ୍ତି ପତ୍ର , ଜଣେ ନୁହଁକି ଦୁଇଜଣ ନୁହେଁ ଏମାନଙ୍କ ଭଳି 12 ଜଣ ଏହିଭଳି ଟଙ୍କା ଦେଇ ହିନସ୍ତା ହୋଇଛନ୍ତି । ତେବେ ସେମାନେ ପାଇଥିବା ଏହି ନିଯୁକ୍ତି ପତ୍ର ଗୁଡିକ ଜାଲ ବୋଲି ଜାଣଇବା ପରେ ସେମାନେ ଏବେ ଟଙ୍କା ଫେରସ୍ତ ସହିତ ସଂପୃକ୍ତ କଲେଜ୍ ର ସଭାପତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଅଭିଯୋଗ ହେବାର 15 ଦିନରୁ ଉର୍ଦ୍ଧ ହୋଇଥିଲେ ହେଁ ପୋଲିସ୍ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସେମାନେ ଅଭିଯୋଗ କରିଛନ୍ତି ।