Trending Photos
)
ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। ସତ୍ୟେନ୍ଦ୍ର ଜୈନ କହିବା ମୁତାବକ, ବର୍ତ୍ତମାନ ସ୍ଥିତିରେ ୫୦ ପ୍ରତିଶତ କୋରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ। ଯାହା ଗୋଷ୍ଠୀ ସଂକ୍ରମଣର ଏକ ଲକ୍ଷଣ ବୋଲି ସେ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ କୋରୋନା ସଂକଟ ସମୟରେ ବିପର୍ଯ୍ୟୟ ପରିଚାଳନା ବୈଠକ ଆଜି ଅନୁଷ୍ଠିତ ହେଉଛି। ଏହି ବୈଠକରେ କୋରୋନା ବିସ୍ତାର ନେଇ ମଧ୍ୟ ଆଲୋଚନା କରାଯାଉଛି। ଦିଲ୍ଲୀରେ କୋରୋନା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି ନା ନାହିଁ ସେନେଇ ମଧ୍ୟ ଆଲୋଚନା କରାଯିବ। ଏହା ପରେ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ତେବେ ସତ୍ୟେନ୍ଦ୍ର ଜୈନଙ୍କ ଏହି ମନ୍ତବ୍ୟ ବୈଠକ ପୂର୍ବରୁ ଆସିଛି। ବୈଠକରେ ଉପରାଜ୍ୟପାଳ ଅଧ୍ୟକ୍ଷତା କରୁଥିବା ବେଳେ ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆ ଉପସ୍ଥିତ ଥିବା ସୂଚନା ରହିଛି।