ବ୍ଲାକ୍ ଲିଷ୍ଟେଡ୍ ହେବା ପରେ ବି ଚାଲୁଛି କମ୍ପାନୀ
Advertisement

ବ୍ଲାକ୍ ଲିଷ୍ଟେଡ୍ ହେବା ପରେ ବି ଚାଲୁଛି କମ୍ପାନୀ

ଜିଲ୍ଲାରେ ଆଦିବାସୀଙ୍କ ଉନ୍ନତି ନିମିତ୍ତ କାର୍ଯ୍ୟ କରୁଥିବା ସ୍ଵତନ୍ତ୍ର  ଉନ୍ନୟନ ପରିଷଦ ବା SDC ସଂସ୍ଥାରେ ବାରିହୋଇ ପଡୁଛି ଦୁର୍ନୀତିର ଗନ୍ଧ ।

ବ୍ଲାକ୍ ଲିଷ୍ଟେଡ୍ ହେବା ପରେ ବି ଚାଲୁଛି କମ୍ପାନୀ

ମୟୂରଭଞ୍ଜ: ବ୍ଲାକ୍ ଲିଷ୍ଟେଡ୍ ବା କଳା ତାଲିକାଭୁକ୍ତ ହେବା ପରେ ବି କମ୍ପାନୀ ଚାଲୁଛି ।  କଥା ଟା ନିହାତି ଖଟକା ଲାଗୁଥିବ । ଏଭଳି ଏକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ ।  ଜିଲ୍ଲାରେ ଆଦିବାସୀଙ୍କ ଉନ୍ନତି ନିମିତ୍ତ କାର୍ଯ୍ୟ କରୁଥିବା ସ୍ଵତନ୍ତ୍ର  ଉନ୍ନୟନ ପରିଷଦ ବା SDC ସଂସ୍ଥାରେ ବାରିହୋଇ ପଡୁଛି ଦୁର୍ନୀତିର ଗନ୍ଧ । ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦାୟିତ୍ୱରେ ଥିବା ସରକାରୀ ବାବୁ  ଓ କଣ୍ଟ୍ରାକ୍ଟରଙ୍କ  ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ କେତେକ ଦସ୍ତାବିଜ ସ୍ପଷ୍ଟ କରି ଦେଉଛି । ପୂର୍ବରୁ ମଧ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟଳୟରେ ଛୁଟି ଦିନରେ ଫାଇଲ ଅଦଳବଦଳର ଭିଜୁଆଲ ଜୀ ଓଡିଶା ହାତରେ ଲାଗିଥିଲା । ଏବେ ପୁଣି ଥରେ SDCର ଦସ୍ତାବିଜ ଜୀ ଓଡିଶା ହାତରେ ଲାଗିଛି ।

 ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ।  ଆଦିବାସୀ ଓ ହରିଜନଙ୍କ ଉନ୍ନତି  ଏବଂ ବିକାଶର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଟି ଆଦିବାସୀ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା Special Devlopment Council(SDC) ସ୍ଥାପନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ମଧ୍ୟ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ତେବେ ଜିଲ୍ଲାରେ ଆଦିବାସୀଙ୍କ ଉନ୍ନତି ନିମିତ୍ତ କାର୍ଯ୍ୟ କରୁଥିବା ଏହି SDC ସଂସ୍ଥାରେ ବିଗତ ଦିନରେ ହୋଇଥିବା ଦୁର୍ନୀତିର ବାସ୍ନା ବାହାରିବା ସହ ଏହି SDC ଦାୟିତ୍ୱରେ ଥିବା ସରକାରୀ ବାବୁ ଏବଂ କଣ୍ଟ୍ରାକ୍ଟରଙ୍କ ମଧ୍ୟରେ ମଧୁଚନ୍ଦ୍ରିକାର ଅସଲ ମୁଖା ଜୀ ଓଡ଼ିଶା ଖୋଲିଛି ।

ଜିଲ୍ଲାରେ ହଷ୍ଟେଲ ଓ ସ୍କୁଲ ବାଉଣ୍ଡରୀ କାନ୍ଥ ଗୁଡିକରେ ଓ୍ୱାଲ୍ ପେଣ୍ଟ କରିବା ପାଇଁ ୨୦୧୮ ମସିହା ଡିସେମ୍ବର ୧୧ ତାରିଖରେ ଏକ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକୁ ୨୦୧୮ ମସିହା ଡିସେମ୍ୱର ୧୯ ତାରିଖରେ 'ନାୟକ ଏସୋସିଏଟସ' ନାମକ କଟକର ଏକ ସଂସ୍ଥା ଏହାକୁ ହାତେଇଥିଲା ।  ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ EMD ବାବଦରେ ୟୁକୋ ବ୍ୟାଙ୍କର ଏକ ଜାଲ ଚେକ୍ ଦେଇଥିବା ଜଣାପଡିବାର ୬ ମାସ ପରେ ଅର୍ଥାତ୍ ୦୨ ଜୁନ ୨୦୧୯ରେ ବାରିପଦା ଟାଉନ୍ ଥାନାରେ ଏକ ଅଭିଯୋଗ କରିବା ସହ ଜୁନ ୬ ତାରିଖରେ ନାୟକ ଏସୋସିଏଟସକୁ ବ୍ଲାକ୍ ଲିଷ୍ଟେଡ ଘୋଷଣା କରିଥିଲେ SDC ର CEO ଦାୟିତ୍ୱ ରେ ଥିବା ମୟୂରଭଞ୍ଜ ଜିଲ୍ଲାପାଳ । ସେହିପରି ୨୦୧୯ ମସିହା ଡିସେମ୍ୱର ୨୪ରେ ନାୟକ ଆସୋସିଏଟସକୁ ୧ କୋଟି ୭୭ ଲକ୍ଷ ୧୦ ହଜାର ୮୩୪ ଟଙ୍କା ପେମେଣ୍ଟ ମଧ୍ୟ କରାଯାଇଥିଲା ।  ତେବେ ପ୍ରଶ୍ନ ଉଠେ କ'ଣ ପାଇଁ SDC କର୍ତ୍ତୃପକ୍ଷ ୬ମାସ କାଳ ଏହାକୁ ଚାପି ରଖିଥିଲେ ? ଗୋଟିଏ ପଟେ ନାୟକ ଆସୋସିଏଟସ  ଦ୍ୱାରା ଟେଣ୍ଡର ପକାଯାଇ ନ ଥିବା ଦର୍ଶା ଯାଇଥିବାବେଳେ SDC କୁ ନାୟକ ଏସୋସିଏଟସ  ଲେଖିଥିବା ୪୪/୧୯.୧୨.୧୮ ନମ୍ବର ଚିଠି ସମସ୍ତଙ୍କୁ ତାଜୁବ କରିଦେଉଛି  ।ଯେଉଁଥିରେ କି ଟେଣ୍ଡର ଖୋଲା ହେବା ଦିନ ହିଁ ନାୟକ ଏସୋସିଏଟସ ନିଜର ଦୋଷଦୁର୍ବଳତାକୁ ଲୁଚାଇବାକୁ ଯାଇ ପକେଇ ଥିବା ଟେଣ୍ଡରକୁ  withdraw କରିବାକୁ ଚିଠି ଲେଖିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଚିଠି ବାବଦରେ  ନା ଜିଲ୍ଲାପାଳଙ୍କୁ ନା ହାଇକୋର୍ଟରେ କୌଣସି ତଥ୍ୟ ଦେଇଥିଲେ SDC ର  H.O cum PA. ITDA ।

ତେବେ ବ୍ଲାକ୍ ଲିଷ୍ଟେଡ୍ ହୋଇଥିବା ଜାଣିବା ପରେ ନାୟକ ଏସୋସିଏଟସ ପକ୍ଷରୁ ନିଜର ସଫେଇ ବାବଦରେ ଟେଣ୍ଡରରେ ବ୍ୟବହୃତ ହୋଇଥିବା ସମସ୍ତ ଦସ୍ତାବିଜ ଦେଖା ଯାଇଥିଲା ।  ୧୭ ଡିସେମ୍ବର୨୦୧୮ରେ କଟକ ସ୍ଥିତ ମହାନଦୀ ବିହାର ପୋଲିସ ଫାଣ୍ଡିରେ କମ୍ପାନୀ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା । ଏଥିରେ ଟେଣ୍ଡରର ସମସ୍ତ ଦସ୍ତାବିଜ ହଜିଯାଇଥିବା ରହିଥିଲା । ଯାହାକୁ କି ଅନ୍ୟ କେହି ପାଇ ତାଙ୍କୁ ହଇରାଣ କରିବା ପାଇଁ ଏହି ଟେଣ୍ଡରକୁ ପକାଇଥିବାର ଷଡଯନ୍ତ୍ର କରିଥିଲେ ବୋଲି ଚିଠି ମାଧ୍ୟମରେ ଦର୍ଶାଇଛନ୍ତି ନାୟକ ଏସୋସିଏଟସ ର ମାଲିକ ଦିଲ୍ଲୀପ ନାୟକ। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲାକ୍ ଲିଷ୍ଟେଡ୍ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ୨୦୧୯ ମସିହା ଅକ୍ଟୋବର ୨୨ ତାରିଖରେ ନାୟକ ଏସୋସିଏଟସ ଦ୍ୱାରା ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା  । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ତତ୍ୱାବଧାରକ ଭାବେ ହାଇକୋର୍ଟରେ ପକ୍ଷ ରଖିଥିଲେ PA ITDA cum HO SDC ବିଜନ କୁମାର ଥମ୍ବ ।

ତେବେ  ଏହି ନାୟକ ଏସୋସିଏଟସ ମୟୂରଭଞ୍ଜ SDC ରେ ପୂର୍ବରୁ ମଧ୍ୟ ଟେଣ୍ଡର ମାଧ୍ୟମରେ ଅନେକ କାର୍ଯ୍ୟ ହାତେଇଥିଲା, ଯାହାର କି ବିଲ୍ ପେମେଣ୍ଟ  କିଛିକାଂଶରେ ବାକି ଥିବା ବେଳେ ବ୍ଲାକ୍ ଲିଷ୍ଟେଡ୍ ହେବା ପରେ ୨୦୧୯ ମସିହା ଜୁନ୍ ୨୩ ତାରିଖରେ ରାତି ଅଧରେ ମଧ୍ୟ ଅଫିସରେ ବସି ବିଲ କରାଉଥିବା ଖବର ଜୀ ଓଡ଼ିଶାରେ ପ୍ରସାରିତ ହୋଇଥିଲା । ଯେଉଁ ଥିରେ ଫାଇଲ ଅଦଳବଦଳ କରାଯିବା କଥା ମାନିଥିଲେ  PA ITDA ବିଜନ କୁମାର ଥମ୍ବ ।