Advertisement
Article Detail0/zeeodisha/odisha696783
Zee OdishaOther Newsଏବେ ପୁରୁଣା ଖଟିଆ ହୋଇ ପଡିରହିଛି କଂଗ୍ରେସ: ଶିବସେନା

ଏବେ ପୁରୁଣା ଖଟିଆ ହୋଇ ପଡିରହିଛି କଂଗ୍ରେସ: ଶିବସେନା

କଂଗ୍ରେସର ଅବସ୍ଥା ଏକ ପୁରୁଣା ଖଟିଆ ଭଲି ହୋଇ ପଡିରହିଛି ବୋଲି କଟାକ୍ଷା କରିଛି ଶିବସେନା |

ଏବେ ପୁରୁଣା ଖଟିଆ ହୋଇ ପଡିରହିଛି କଂଗ୍ରେସ: ଶିବସେନା

ମୁମ୍ବାଇ: କୋରୋନା ସଂକଟ ବେଳେ ଅସ୍ଥିର ହୋଇଉଠିଛି ମହାରାଷ୍ଟ୍ର ରାଜନୀତି | ରାଜ୍ୟରେ କ୍ଷମତାସୀନ ଥିବା ମହାବିକାଶ ଅଗାଡି ସରକାରରେ ଅଂଶୀଦାର ଭାବେ ସାମିଲ ଥିବା କଂଗ୍ରେସକୁ କଟାକ୍ଷ କରିଛି ମେଣ୍ଟର ନେତତ୍ୱ ନେଉଥିବା ହିନ୍ଦୁତ୍ୱବାଦୀ ଦଳ ଶିବସେନା | ଯାହାକୁ ନେଇ ସରଗରମ ରହିଛି ରାଜ୍ୟ ରାଜ୍ୟନୀତି |     

ଦଳୀୟ ମୁଖପତ୍ର 'ସାମନା' ମାଧ୍ୟମରେ ଦେଶର ସର୍ବପୁରାତନ ଦଳକୁ ଟାର୍ଗେଟ କରି ହିନ୍ଦୁତ୍ୱବାଦୀ ଦଳ ଶିବସେନା କଟାକ୍ଷ କରି କହିଛି, "କଂଗ୍ରେସର ଅବସ୍ଥା ଏବେ ଏକ ପୁରୁଣା ଖଟିଆ ଭଳି | ଏବେ ଏହା ଭାଙ୍ଗିଯିବାକୁ ବସିଲାଣି | ଯେତେବେଳେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୁଅନ୍ତି, ସେତେବେଳେ ସେ ବିଭିନ୍ନ ପ୍ରସଙ୍ଗରେ ନେଇଥିବା ନିଷ୍ପତ୍ତି ଚୂଡାନ୍ତ | ଯାହାକୁ ମେଣ୍ଟ ସରକାରରେ ସାମିଲ ଥିବା ଏନସିପି ସୁପ୍ରିମୋ ଶରଦ ପାୱର ପାଳନ କରୁଛନ୍ତି | ଆବଶ୍ୟକ ପଡିଲେ ସମୟ ସମୟରେ ସରକାରଙ୍କ ଉଦ୍ଦେଶ୍ୟରେ ପରାମର୍ଶ ଦେଉଛନ୍ତି | କଂଗ୍ରେସ ଯଦିଓ ଏହି ନିୟମକୁ ମାନୁଛି, ସେମାନଙ୍କ ଅବସ୍ଥା ଏକ ପୁରୁଣା ଖଟ ଭଳି ହୋଇଗଲାଣି | "  

ଏହା ସହିତ ଶିବସେନା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, "କଂଗ୍ରେସ ହେଉଛି ଦେଶର ସର୍ବପୁରାତନ ରାଜନୈତିକ ଦଳ | ତାଙ୍କ ଦଳରେ ଥିବା ହେଭିୱେଟଙ୍କ ଯୋଗୁଁ ଏହି ପୁରୁଣା ଖଟିଆରୁ ଶବ୍ଦ ବାହାରିୁଛି | କଂଗ୍ରେସର ସାମ୍ନା କରିବା ପାଇଁ  ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ଅଛନ୍ତି | "   

Add Zee News as a Preferred Source

ଦଳୀୟ ମୁଖପତ୍ର 'ସାମନା' ଦର୍ଶାଇଛି, ଯେତେବେଳେ ୬ ମାସ ପୂର୍ବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ସେତେବେଳେ ସେ ସମମ୍ର ଦେଶକୁ ନିମନ୍ତ୍ରଣ ଜଣାଇଥିଲେ | ଯଦିଓ ବିରୋଧି ପକ୍ଷ ଏହି ସରକାରର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠାଇଥିଲା |  କାରଣ ଭିନ୍ନ ଭିନ୍ନ ରାଜବନୈତିକ ଆଦର୍ଶରେ ବିଶ୍ୱାସ କରୁଥିବା ୩ଟି ରାଜନୈତିକ ଦଳ ସରକାର ଗଠନ କରିବାକୁ ହାତ ମିଳାଇଥିଲେ |    

ମହାରାଷ୍ଟ୍ର କଂଗ୍ରେସ ସଭାପତି ବାଲାସାହେବ ଥୋରାଟ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚଭନ ମୁଖ୍ୟମନ୍ତ୍ରୀଙ୍କ ଭେଟିବାକୁ ଆଗ୍ରହୀ ଅଛନ୍ତି, ସରକାରୀ ଅଧିକାରୀଙ୍କ ଯୋଗୁଁ ଏହା ସମ୍ଭବ ହୋଇ ପାରୁନଥିବା ସେମାନେ ଅନୁଭବ କରୁଛନ୍ତି | ରାଜ୍ୟର ମୁଖ୍ୟ ଶାସନ ସଚିବ ଅଜୟ ମେହେଟ୍ଟା ଏବଂ ନାଗପୁର ମୁନସିପାଲ ମୁଖ୍ୟ ତୁକାରାମ ମୁଣ୍ଡେ ମହାରାଷ୍ଟ୍ର ସରକାରଙ୍କ ଅଧିନସ୍ଥ | ଯଦି କୌଣସି ସମସ୍ୟା ରହିଛି, ତାହେଲେ ଏହାକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିହେବ | 

ମହାରାଷ୍ଟ୍ରରେ କ୍ଷମତାସୀନ ଥିବା ଉଦ୍ଧବ ଠାକରେ ନେତୃତ୍ୱାଧିନ ମେଣ୍ଟ ସରକାର କୋରୋନା ବିରୋଧି ଲଢେଇ ଜାରି ରଖିବା ସହ, ସହଯୋଗୀ କଂଗ୍ରେସ ପକ୍ଷରୁ ଆସୁଥିବା ଅଭିଯୋଗକୁ ଶୁଣିବାକୁ ପ୍ରସ୍ତୁତ ରହିଛି | ମହାବିକାଶ ଅଗାଡିରେ ସାମିଲ ଥିବା ଦଳର ସ୍ଥିତିକୁ ଦେଖି ସେମାନଙ୍କ ସ୍ଥାନ ସରକାରରେଲ ବାଣ୍ଟି ଦିଆଯାଇଛି | ଏହି ସରକାରରେ କୌଣସି ସମସ୍ୟା ନାହିଁ କିମ୍ବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ଷମତା ପାଇଁ ଆକର୍ଷିତ ନୁହଁନ୍ତି ବୋଲି ଶିବସେନା ମୁଖପତ୍ରରେ ଦର୍ଶାଇ ଦିଆଯାଇଛି |