ଆକ୍ରାନ୍ତଙ୍କ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଆମେରିକା । ସେହିପରି ମୃତକକଙ୍କ ସଂଖ୍ୟାରେ ଇଟାଲୀ ଆଗରେ ରହିଛି ।
Trending Photos
ନୂଆଦିଲ୍ଲୀ: ତାଣ୍ଡବ ରଚୁଛି କୋରୋନା । ସମଗ୍ର ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୧ ହଜାର ୯୪୪ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା ୮୨ ହଜାର ୮୪ ରହୁଛି । ଚତୁର୍ଥ ଦେଶ ଭାବେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ୧୦ ହଜାର ପାର କରିଛି ଫ୍ରାନ୍ସ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଶ୍ୱର ସମସ୍ତ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ରୋଗୀ କେବଳ ୧୦ ଟି ଦେଶରେ ରହିଛନ୍ତି ।
ଆକ୍ରାନ୍ତଙ୍କ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଆମେରିକା । ସେହିପରି ମୃତକକଙ୍କ ସଂଖ୍ୟାରେ ଇଟାଲୀ ଆଗରେ ରହିଛି । ଆମେରିକାରେ ଏପର୍ଯ୍ୟନ୍ତ ୪୦୦୫୪୦ ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨୮୫୭ ରହିଛି । ସେହିପରି ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧୯୪୨ ରହିଥିବା ବେଳେ ୧୪୦୪୫ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୫୮୬ ଏବଂ ମୃତ୍ୟୁ ସଂଖ୍ୟା ୧୭୧୨୭ ରହୁଛି । ଫାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୦୬୯ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୩୨୮ ରହିଛି । ତେବେ ଜର୍ମାନୀରେ ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୬୬୩ ହେଲାଣି, ହେଲେ ମୃତ୍ୟୁ ସଂଖ୍ୟା ୨୦୧୬ ମଧ୍ୟରେ ସୀମିତ ରହିଛି ।
ତେବେ ବିଶ୍ୱର ସମସ୍ତ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ(୧୧୫୦୭୯୫ ଜଣ) ରୋଗୀ ମାତ୍ର ୧୦ ଦେଶରେ ରହିଛନ୍ତି । ଏହି ୧୦ ଦେଶ ହେଲେ ଆମେରିକା, ସ୍ପେନ, ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ଚୀନ(୮୧୮୦୨), ଇରାନ(୬୨୫୮୯), ଇଂଲଣ୍ଡ(୫୫୨୪୨), ତୁର୍କୀ(୩୪୧୦୯) ଏବଂ ସୁଇଜରଲ୍ୟାଣ୍ଡ(୨୨୨୫୩) ।
ସେହିପରି ଯଦି ଆମ ଦେଶ କଥା ଦେଖିବା, ଭାରତରେ ଏପର୍ଯ୍ୟନ୍ତ ୫୩୫୬ ଜଣ କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ୧୬୦ ଛୁଇଁଥିବା ବେଳେ ୪୬୮ ଜଣ କୋରୋନା ଆକ୍ରାନ୍ତ ସମ୍ପୁର୍ଣ୍ଣ ସୁସ୍ଥ ହେଲେଣି ।