ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ କଂଗ୍ରେସ-NCP ମଧ୍ୟରେ ସହମତି
ଏନସିପି ଓ କଂଗ୍ରେସ ମଧ୍ୟରେ ଗୁରୁବାର ମଧ୍ୟ ବୈଠକ ଜାରି ରହିଥିଲା । ଏହା ବୈଠକ ପରେ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନ କହିଛନ୍ତି ଯେ ରାଜ୍ୟରେ ସରକାର ଗଢିବାକୁ ନେଇ କଂଗ୍ରେସ ଓ ଏନସିପି ମଧ୍ୟରେ ସମସ୍ତ ବିଷୟକୁ ନେଇ ସହମତି ହୋଇ ସାରିଛି ।
- ମହାରାଷ୍ଟ୍ରରେ ସରକାର ଗଠନର କାଉଣ୍ଟଡାଉନ ଆରମ୍ଭ
- ଶିବସେନା ସହ ଚର୍ଚ୍ଚା କରିବ କଂଗ୍ରେସ ଓ ଏନସିପି
- ମହାରାଷ୍ଟ୍ରରେ ନୂଆ ମେଣ୍ଟ ଉପରେ ଲାଗି ପାରେ ମୁହର
- ମେଣ୍ଟକୁ ନେଇ ସୋନିଆଙ୍କ ସହମତି
Trending Photos

ମୁମ୍ୱାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ବର୍ତ୍ତମାନ ଯାଏ କୌଣସି ଦଳ ସରକାର ଗଢିବାକୁ ସକ୍ଷମ ହୋଇ ପାରି ନାହିଁ । ଅନ୍ୟପଟେ ସରକାର ଗଢିବା ପାଇଁ ଏନସିପି-କଂଗ୍ରେସ-ଶିବସେନା ମଧ୍ୟରେ ଚାଲିଛି ବୈଠକ ପରେ ବୈଠକ । ହୁଏତ ଯେକୌଣସି ମୁହୂର୍ତ୍ତରେ ମହାରାଷ୍ଟ୍ରରୁ ବଡ଼ ଖବର ଆସିପାରେ । କାରଣ ଏନସିପି ଓ କଂଗ୍ରେସ ମଧ୍ୟରେ ସରକାର ଗଢିବାକୁ ନେଇ ସହମତି ହୋଇ ଯାଇଛି । ବର୍ତ୍ତମାନ ଶିବସେନା ସହ ଦୁଇ ଦଳ ମିଶି ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣା ପଡିଛି ।
ଏନସିପି ଓ କଂଗ୍ରେସ ମଧ୍ୟରେ ଗୁରୁବାର ମଧ୍ୟ ବୈଠକ ଜାରି ରହିଥିଲା । ଏହା ବୈଠକ ପରେ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନ କହିଛନ୍ତି ଯେ ରାଜ୍ୟରେ ସରକାର ଗଢିବାକୁ ନେଇ କଂଗ୍ରେସ ଓ ଏନସିପି ମଧ୍ୟରେ ସମସ୍ତ ବିଷୟକୁ ନେଇ ସହମତି ହୋଇ ସାରିଛି । ଏବେ ୨ ଦଳ ଶିବସେନା ସହ ସରକାର ଗଠନକୁ ନେଇ ଆଲୋଚନା କରିବେ । ଏହା ପରେ ମହାରାଷ୍ଟ୍ରରେ ନୂଆ ସରକାର ଗଠନର ଘୋଷଣା କରାଯିବ ।
Prithviraj Chavan, Congress: Congress & NCP have completed discussions on all issues. There is complete unanimity. Tomorrow in Mumbai, we will have meeting with our other alliance parties. Later in the day, we will have discussion with Shiv Sena. #Maharashtra pic.twitter.com/Fkpx3PshL0
— ANI (@ANI) November 21, 2019
ଅନ୍ୟପକ୍ଷେ ଖବର ମିଳୁଛି ଯେ ଶିବସେନା ସହ ୨ ଦଳ ବ୍ୟାକ୍ ଚ୍ୟାନେଲରୁ ଆଲୋଚନା ଚାଲିଛି । ଶୁକ୍ରବାର ସରକାର ଗଠନକୁ ନେଇ ନିଷ୍ପତ୍ତି ନିଆ ଯାଇପାରେ । ଏହି ଦିନ ନୂଆ ସରକାର ଗଠନକୁ ୩ ଦଳ ଘୋଷଣା କରି ପାରନ୍ତି । ଆସନ୍ତକାଲି ଅର୍ଥାତ ଶୁକ୍ରବାର ନୂଆ ସରକାର ଗଠନକୁ ନେଇ ଶିବସେନାର ମଧ୍ୟ ବୈଠକ ହେବାର ଅଛି । ଦଳର ବିଧାୟକଙ୍କ ବୈଠକ ମାତୋଶ୍ରୀରେ ହେବ । ଯେଉଁଥିରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ସମ୍ବୋଧନ କରିବେ ।
ସେହିପରି ଆଜି ଏନସିପି ମୁଖିଆ ଶରଦ ପାୱାରଙ୍କ ସମେତ କଂଗ୍ରେସ ଓ ଏନସିପିର ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇ ଯାଇଛି । ଏହି ବୈଠକରେ ସରକାର ଗଠନକୁ ନେଇ କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି ହୋଇ ଯାଇଛି । ଦୁଇ ଦଳ ସମସ୍ତ ବିଷୟ ଉପରେ ଚର୍ଚ୍ଚା କରିଛନ୍ତି । ଏବେ ଦୁଇ ଦଳ ଶିବସେନା ସହ ମିଶି ଆଲୋଚନା କରିବେ । ଶିବସେନା ସହ ଚର୍ଚ୍ଚା ପରେ ମହାରାଷ୍ଟ୍ରରେ ସରକାର ଗଠନର ଅନ୍ତିମ ନିଷ୍ପତ୍ତି ହେବ ।
More Stories