close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

୫ କୋଟି ଲୋକଙ୍କୁ ଦଳ ସହ ଯୋଡ଼ିବା ପାଇଁ କଂଗ୍ରେସର ନୂଆ ପ୍ଲାନ

ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆଶା ଅନୁରୂପ ସଫଳତା ପାଇ ନାହିଁ କଂଗ୍ରେସ । ତଥାପି ପୂର୍ବ ଅପେକ୍ଷା ଦଳ ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ଏହାସହ ଆଗାମୀ ୫ ତାରିଖରୁ ଦଳ ସମଗ୍ର ଦେଶରେ ମୋଦି ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି ପ୍ରଦର୍ଶନ କରିବ । ଏହି କ୍ରମରେ ଦଳ ସହ ସାଧାରଣ ଜନତାକୁ ଯୋଡିବା ପାଇଁ କଂଗ୍ରେସ ନୂଆ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନା ଅନ୍ତର୍ଗତ ସାରା ଦେଶରୁ ୫ କୋଟି ଲୋକଙ୍କୁ ଦଳ ସହ ଯୋଡିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କଂଗ୍ରେସ ଏକ 'ସ୍ପେଶାଲ ଆପ' ପ୍ରସ୍ତୁତ କରିଛି ।

୫ କୋଟି ଲୋକଙ୍କୁ ଦଳ ସହ ଯୋଡ଼ିବା ପାଇଁ କଂଗ୍ରେସର ନୂଆ ପ୍ଲାନ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆଶା ଅନୁରୂପ ସଫଳତା ପାଇ ନାହିଁ କଂଗ୍ରେସ । ତଥାପି ପୂର୍ବ ଅପେକ୍ଷା ଦଳ ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ଏହାସହ ଆଗାମୀ ୫ ତାରିଖରୁ ଦଳ ସମଗ୍ର ଦେଶରେ ମୋଦି ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି ପ୍ରଦର୍ଶନ କରିବ । ଏହି କ୍ରମରେ ଦଳ ସହ ସାଧାରଣ ଜନତାକୁ ଯୋଡିବା ପାଇଁ କଂଗ୍ରେସ ନୂଆ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନା ଅନ୍ତର୍ଗତ ସାରା ଦେଶରୁ ୫ କୋଟି ଲୋକଙ୍କୁ ଦଳ ସହ ଯୋଡିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କଂଗ୍ରେସ ଏକ 'ସ୍ପେଶାଲ ଆପ' ପ୍ରସ୍ତୁତ କରିଛି ।

ଏହି ଆପ ମାଧ୍ୟମରେ ଦଳ ନୂଆ ସଦସ୍ୟଙ୍କ ଏକ ବିସ୍ତୃତ ଡେଟାବେସ ପ୍ରସ୍ତୁତ କରିବାର ଯୋଜନା ରଖିଛି । ଏହି ଡେଟାବେସ ନୂଆ ସଦସ୍ୟଙ୍କ ବର୍ଗ ଓ ପେଶାକୁ ଆଧାର କରି ପ୍ରସ୍ତୁତ କରାଯାଉଛି । ଏହି ଆପର ଶୁଭାରମ୍ଭ ନଭେମ୍ୱର ୪ରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ଏହି ଆପର ନାଁ ଅଫିସିଏଲ ଆଇଏନସି ମେମ୍ୱରଶିପ ରଖାଯାଇଛି । ଏହି ଆପକୁ ଆରମ୍ଭ କରିବା ପାଇଁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅନୁମତି ମିଳିଯାଇଛି ।

ଏହି ଆପକୁ ପ୍ରସ୍ତୁତ କରିଥିବା ଟିମର ଜଣେ ପଦାଧିକାରୀ କହିଛନ୍ତି ଯେ, କଂଗ୍ରେସ ବିଜେପି ପରି ମିସ୍ କୋଲ ମାଧ୍ୟମରେ ନୁହଁ ବରଂ ଏହି ଆପ ମାଧ୍ୟମରେ ବାସ୍ତବିକ ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଛି । ଏହି ମାଧ୍ୟମରେ ସଦସ୍ୟତା ଅଭିଯାନର ଆରମ୍ଭ ସର୍ବ ପ୍ରଥମେ ଛତିଶଗଡ଼, ଉତ୍ତର ପ୍ରଦେଶ ଓ ଗୋଆରେ ହେବ । ଏହି ଆପ ମାଧ୍ୟମରେ କଂଗ୍ରେସର ସଦସ୍ୟତା ନେଉଥିବା ବ୍ୟକ୍ତିଙ୍କ ପ୍ରଥମେ ଫୋନ ନମ୍ୱର ସଂଗ୍ରହ କରାଯିବ ଓ ପରେ ଫଟୋ ନିଆଯିବ । ଏହାସହ ବର୍ଗ ଓ ପେଶାର ସମ୍ୱନ୍ଧୀୟ ବିକଳ୍ପକୁ ଭରିବା ପରେ ସେମାନଙ୍କ ସଦସ୍ୟତା ଫର୍ମ ସବମିଟ ହେବ ।

ଆପରେ ସାମାନ୍ୟ ବର୍ଗ, ଓବିସି, ଏସସି, ଏସଟି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ଅନ୍ତର୍ଗତ ନିଜ ବର୍ଗର ଉଲ୍ଲେଖ କରିବାର ଅଛି । କଂଗ୍ରେସର ଜଣେ ନେତା କହିଛନ୍ତି ଯେ ଦଳ ନିଜ ସଦସ୍ୟଙ୍କ ଏକ ବିସ୍ତୃତ ଡେଟାବେସ ପ୍ରସ୍ତୁତ କରିବାକୁ ଚାହୁଛି । ଏଥିପାଇଁ ଏହି ଆପ ମାଧ୍ୟମରେ ସଦସ୍ୟଙ୍କ ବର୍ଗ ଓ ପେସାର ସୂଚନା ମଧ୍ୟ ନେଉଛି । ଦଳର କାର୍ଯ୍ୟକର୍ତ୍ତା ଡୋର ଟୁ ଡୋର କ୍ୟାମ୍ପେନ ଦ୍ୱାରା ଏହି ଆପ ସହ ଲୋକଙ୍କୁ ଯୋଡିବେ ।