close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମୋଦି ସରକାରଙ୍କ ଆର୍ଥିକ ନୀତି ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ କଂଗ୍ରେସ

ମୋଦି ସରକାରଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ଦଳ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ଆର୍ଥିକ ନୀତି ଓ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ଆରମ୍ଭ କରିବ । ଏନେଇ ଏଆଇସିସି ମହାସଚିବ କେସି ଭେଣୁଗୋପାଳ ବୁଧବାର ଗଣମାଧ୍ୟମକୁ ଅବଗତ କରାଇଥିଲେ । 

ମୋଦି ସରକାରଙ୍କ ଆର୍ଥିକ ନୀତି ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ କଂଗ୍ରେସ
SONIA GANDHI AND RAHUL GANDHI IN PIC

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ଦଳ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ଆର୍ଥିକ ନୀତି ଓ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ଆରମ୍ଭ କରିବ । ଏନେଇ ଏଆଇସିସି ମହାସଚିବ କେସି ଭେଣୁଗୋପାଳ ବୁଧବାର ଗଣମାଧ୍ୟମକୁ ଅବଗତ କରାଇଥିଲେ । 

ଏହାସହ କଂଗ୍ରେସ ବୁଧବାର ଗୁଜୁରାଟ ପ୍ରଦେଶ କମିଟିକୁ ମଧ୍ୟ ଭଙ୍ଗ କରି ଦେଇଛି । ଅନ୍ୟପକ୍ଷେ ବର୍ତ୍ତମାନ ପିସିସି ପ୍ରମୁଖ ଭାବେ ଅମିତ ଚାୱଡ଼ା ହିଁ ପଦ ସମ୍ଭାଳିବେ । ଭେଣୁଗୋପାଳ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୁଜୁରାଟ କଂଗ୍ରେସ କମିଟିର ପଦାଧିକାର ଓ କାର୍ଯ୍ୟକାରୀ ସମିତିର ପ୍ୟାନେଲକୁ ମଧ୍ୟ ଭଙ୍ଗ କରାଯାଇଛି । ଅତିଶୀଘ୍ର ନୂଆ କମିଟି ଗଠନ କରାଯିବ ବୋଲି ଅନୁମାନ କରାଯାଉଛି । 

ବେକାରୀ, ଆର୍ଥିକ ମାନ୍ଦାବସ୍ଥା, ଆବଶ୍ୟକୀୟ ବସ୍ତୁର ଦାମରେ ବୃଦ୍ଧି, ବ୍ୟାଙ୍କିଙ୍ଗ ପ୍ରଣାଳୀରେ ଦୁର୍ଦ୍ଦଶା  ଓ ଚାଷୀଙ୍କ ସଙ୍କଟ ପରି ବିଷୟକୁ ନେଇ ନଭେମ୍ବର ୫ରେ ଦେଶବ୍ୟାପୀ କଂଗ୍ରେସ ବିରୋଧ ପ୍ରଦେର୍ଶନ କରିବ । ଭେଣୁଗୋପାଳ କହିଛନ୍ତି ଯେ, ବିରୋଧ ପ୍ରଦର୍ଶନ ମାଧ୍ୟମରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ଲୋକ ଲୋଚନକୁ ଅଣାଯିବ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଜନ ବିରୋଧୀ ଆର୍ଥିକ ନୀତି ଓ ନିଷ୍ପତ୍ତିକୁ ବିରୋଧ କରାଯିବ । 

ସେ ଆହୁରି କହିଛନ୍ତି ଯେ, ରାଷ୍ଟ୍ରବ୍ୟାପି ପ୍ରଦର୍ଶନ ଜିଲ୍ଲା ଓ ରାଜ୍ୟର ରାଜଧାନୀ ସ୍ତରରେ ୫ରୁ ୧୫ ନଭେମ୍ବର ଯାଏ ଆୟୋଜିତ କରାଯିବ । ନୂଆଦିଲ୍ଲୀରେ ମୋଦି ସରକାରଙ୍କ ବିରୋଧରେ ବିଶାଳ ରାଲି ସହ ଏହାର ସମାପନ ହେବ ।