• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ମହାରାଷ୍ଟ୍ରରେ କଂଗ୍ରେସର ଫର୍ମୁଲା: ୧୪-୧୪ ମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ!

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଆଉଁ କିଛି ସମୟ ମଧ୍ୟରେ ସ୍ଥିତି ସ୍ପଷ୍ଟ ହୋଇଯିବ । ଅପରାହ୍ନ ୪ଟାରେ କଂଗ୍ରେସର ଦ୍ୱିତୀୟ ବୈଠକ ଆରମ୍ଭ ହେବ । ଏହି ବୈଠକରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶିବସେନାକୁ ସମର୍ଥନ ଦେବା ଉପରେ ଅନ୍ତିମ ନିଷ୍ପତ୍ତି ନେବେ । ଏହାପରେ ଏନସିପି ମଧ୍ୟ ନିଜର ମତ ସ୍ପଷ୍ଟ କରିବ । ଯଦି ଏହି ବୈଠକ ପରେ କଂଗ୍ରେସ ଶିବସେନାକୁ ସମର୍ଥନ ଦେବା ଉପରେ ସହମତ ବ୍ୟକ୍ତ କରେ ତେବେ ଆଜି ସନ୍ଧ୍ୟା ମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନ ଉପରେ ସ୍ଥିତି ସ୍ପଷ୍ଟ ହୋଇଯିବ । 

ମହାରାଷ୍ଟ୍ରରେ କଂଗ୍ରେସର ଫର୍ମୁଲା: ୧୪-୧୪ ମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ!

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଆଉଁ କିଛି ସମୟ ମଧ୍ୟରେ ସ୍ଥିତି ସ୍ପଷ୍ଟ ହୋଇଯିବ । ଅପରାହ୍ନ ୪ଟାରେ କଂଗ୍ରେସର ଦ୍ୱିତୀୟ ବୈଠକ ଆରମ୍ଭ ହେବ । ଏହି ବୈଠକରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶିବସେନାକୁ ସମର୍ଥନ ଦେବା ଉପରେ ଅନ୍ତିମ ନିଷ୍ପତ୍ତି ନେବେ । ଏହାପରେ ଏନସିପି ମଧ୍ୟ ନିଜର ମତ ସ୍ପଷ୍ଟ କରିବ । ଯଦି ଏହି ବୈଠକ ପରେ କଂଗ୍ରେସ ଶିବସେନାକୁ ସମର୍ଥନ ଦେବା ଉପରେ ସହମତ ବ୍ୟକ୍ତ କରେ ତେବେ ଆଜି ସନ୍ଧ୍ୟା ମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନ ଉପରେ ସ୍ଥିତି ସ୍ପଷ୍ଟ ହୋଇଯିବ । 

ଅନ୍ୟପକ୍ଷେ ଏହି ବୈଠକ ପୂର୍ବରୁ କଂଗ୍ରେସ ତରଫରୁ ସରକାର ଗଠନକୁ ନେଇ ଏକ ଫର୍ମୁଲା ସାମ୍ନାକୁ ଆସିଛି । ସୂତ୍ରାନୁସାରେ, ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ କଂଗ୍ରେସ ଯେଉଁ ଫର୍ମୁଲା ଉପରେ ବିଚାର କରୁଛି ତାହା ଅନ୍ତର୍ଗତ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ । ଅନ୍ୟପକ୍ଷେ ୨ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବ । ଏହା ବ୍ୟତୀତ କ୍ୟାବିନେଟରେ ଶିବସେନା-ଏନସିପି-କଂଗ୍ରେସର ୧୪-୧୪ ମନ୍ତ୍ରୀ ରହିବେ ।

ଆଜି ସରକାର ଗଠନ ଉପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ମାରାଥନ ବୈଠକ ଲାଗି ରହିଛି । ଶିବସେନାକୁ କଂଗ୍ରେସ ଓ ଏନସିପିର ସମର୍ଥନ ମିଳିବ ବୋଲି ଲାଗୁଛି ।  ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଏନସିପି ମୁଖିଆ ଶରଦ ପାୱାରଙ୍କୁ ସାକ୍ଷାତ କରିଛନ୍ତି । ଉଦ୍ଧବଙ୍କ ସହ ତାଙ୍କ ପୁଅ ଆଦିତ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏହି ସାକ୍ଷାତରେ ଦୁହେଁଙ୍କ ମଧ୍ୟରେ ସରକାର ଗଠନକୁ ନେଇ ଆଲୋଚନା ହୋଇଛି । କିନ୍ତୁ ବର୍ତ୍ତମାନ ଯାଏ ଏନସିପି ନିଜ ସ୍ଥିତି ସ୍ପଷ୍ଟ କରି ନାହିଁ । କାରଣ କଂଗ୍ରେସର ନିଷ୍ପତ୍ତିକୁ ଅପେକ୍ଷା କରି ବସିଛି ଦଳ ।

ଏନସିପି ପ୍ରଥମରୁ ସ୍ପଷ୍ଟ କରିଛି ଯେ ଶିବସେନାକୁ ସମର୍ଥନ ସର୍ତ୍ତ ଆଧାର ମିଳିବ । ତେଣୁ ଶିବସେନା ଓ ଏନସିପି-କଂଗ୍ରେସ ମଧ୍ୟରେ କୋମନ ମିନିମମ ପ୍ରୋଗ୍ରାମ ଉପରେ ସରକାର ଗଠନ କରି ପାରନ୍ତି । କାରଣ ଶିବସେନା ବିଚାରଗତ ଦୃଷ୍ଟିରୁ ଏନସିପି ଓ କଂଗ୍ରେସ ଠାରୁ ସଂପୂର୍ଣ୍ଣ ପୃଥକ ଦଳ । ଏହି ବୈଠକରେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ ।