ପଦ୍ମ ଧରୁ ଧରୁ ପ୍ରାର୍ଥୀ ହେଲେ, ଦଳୀୟ ନେତା ବିଦ୍ରୋହ କଲେ...

ନିର୍ବାଚନ ଲଢିବା ନେଇ ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ପରେ ସରଗରମ କର୍ଣ୍ଣାଟକ ରାଜନୀତି । ଏମାନେ ଆଜି ପଦ୍ମ ପୋଖରୀକୁ ଡେଇଛନ୍ତି । ଆଉ ଡେଉଁ ଡେଉଁ ୧୩ ଜଣଙ୍କୁ ଟିକେଟ ଦେଇଛି ଗେରୁଆ ଦଳ । ହେଲେ ଦଳର ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରିନାହାଁନ୍ତି ପୁରୁଣା ନେତାଏ । ଦଳ ଭିତରୁ କିଛି ନେତା ବିଦ୍ରୋହ କରିଦେବା ଆରମ୍ଭ କରିଦେଲେଣି । 

ପଦ୍ମ ଧରୁ ଧରୁ ପ୍ରାର୍ଥୀ ହେଲେ, ଦଳୀୟ ନେତା ବିଦ୍ରୋହ କଲେ...
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ନିର୍ବାଚନ ଲଢିବା ନେଇ ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ପରେ ସରଗରମ କର୍ଣ୍ଣାଟକ ରାଜନୀତି । ଏମାନେ ଆଜି ପଦ୍ମ ପୋଖରୀକୁ ଡେଇଛନ୍ତି । ଆଉ ଡେଉଁ ଡେଉଁ ୧୩ ଜଣଙ୍କୁ ଟିକେଟ ଦେଇଛି ଗେରୁଆ ଦଳ । ହେଲେ ଦଳର ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରିନାହାଁନ୍ତି ପୁରୁଣା ନେତାଏ । ଦଳ ଭିତରୁ କିଛି ନେତା ବିଦ୍ରୋହ କରିଦେବା ଆରମ୍ଭ କରିଦେଲେଣି । 

ଆଜି ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏବଂ କର୍ଣ୍ଣାଟକ ବିଜେପି ସଭାପତିଙ୍କ ଉପସ୍ଥିତିରେ ସମସ୍ତ ୧୭ ଅଯୋଗ୍ୟ ଘୋଷିତ ବିଧାୟକ ପଦ୍ମ ଧରିଥିଲେ । ଆଉ ଏହାର କିଛି ସମୟ ପରେ ଦଳ ପକ୍ଷରୁ ୧୩ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଆସନ୍ତା ଡିସେମ୍ବର ୫ରେ କର୍ଣ୍ଣାଟକର ୧୫ ବିଧାନସଭା ଆସନରେ ଉପନିର୍ବାଚନ ହେବ । ତେବେ ଏହି ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା କିଛି ଦଳୀୟ ନେତା ଏକଥାକୁ ସହଜରେ ହଜମ କରିପାରିନାହାଁନ୍ତି । 

karnataka politics

କଂଗ୍ରେସ ଏବଂ ଜେଡିଏସର ବିଦ୍ରୋହୀ ନେତାଙ୍କୁ ଦଳ ସ୍ୱାଗତ କରି ଟିକେଟ ଦେବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ବିଜେପିର କିଛି ପୁରୁଣା ନେତା । ଏହାରି ଭିତରେ ରହିଛନ୍ତି ବିଜେପି ସାଂସଦ ବିଏନ ବଚେଗୌଡାଙ୍କ ପୁଅ ଶରତ ବଚେଗୌଡା ଏବଂ ରାଜୁ କେଗେ । ଦଳ ବିରୋଧରେ ଖୋଲାଖୋଲି ବୟାନ ମଧ୍ୟ ଦେଲେଣି ଉଭୟେ । କାଗୱାଡ ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ରାଜୁ କେଗେ । ହେଲେ ଏହି ଆସନରୁ ଏବେ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ବିଜେପି ଟିକେଟ ଦେଇଛି । 

୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଉଭୟ ଶରତ ବଚେଗୌଡା ଏବଂ ରାଜୁ କେଗେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ହେଲେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ । ତେବେ ଉପ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେବ ବୋଲି ଆଶା ରଖିଥିଲେ ଉଭୟ ନେତା । ତେବେ ବର୍ତ୍ତମାନ ରାଜୁ କେଗେ କଂଗ୍ରେସ ଶିବରକୁ ଚମ୍ପଟ ମାରିବର ଚକରରେ ଥିବା ଚର୍ଚ୍ଚା ହେଉଛି । ସେମିତିରେ ବି ପୂର୍ବରୁ ସେ ଏନେଇ ସୂଚନା ଦେଇସାରିଛନ୍ତି ।