close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

'ଆମ ପ୍ରଦର୍ଶନକୁ ନେଇ ହାଇକମାଣ୍ଡ ଖୁସ୍'

ହରିୟାଣାରେ ସରକାର ଗଢିବା ନେଇ କଂଗ୍ରେସ ଯେଉଁ ସ୍ୱପ୍ନ ଦେଖୁଥିଲା, ତାହା ଫେଲ ମାରିଛି । ବିଜେପି ସହ ହାତ ମିଳାଇଛି ଜେଜେପି । ବହୁ ସ୍ୱାଧୀନ ବିଧାୟକ ମଧ୍ୟ ପଦ୍ମ ଶିବିରକୁ ଡିଆଁ ମାରିଛନ୍ତି । ବିଜେପି-ଜେଜେପି ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଆଉ ଏହାରି ଭିତରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା । 

'ଆମ ପ୍ରଦର୍ଶନକୁ ନେଇ ହାଇକମାଣ୍ଡ ଖୁସ୍'
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ହରିୟାଣାରେ ସରକାର ଗଢିବା ନେଇ କଂଗ୍ରେସ ଯେଉଁ ସ୍ୱପ୍ନ ଦେଖୁଥିଲା, ତାହା ଫେଲ ମାରିଛି । ବିଜେପି ସହ ହାତ ମିଳାଇଛି ଜେଜେପି । ବହୁ ସ୍ୱାଧୀନ ବିଧାୟକ ମଧ୍ୟ ପଦ୍ମ ଶିବିରକୁ ଡିଆଁ ମାରିଛନ୍ତି । ବିଜେପି-ଜେଜେପି ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଆଉ ଏହାରି ଭିତରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା । 

ଆଜି ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ ହୁଡ୍ଡା । ବେଶ କିଛି ସମୟ ଧରି ଆଲୋଚନା ହୋଇଥିଲା । ଆଉ ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହୁଡ୍ଡା କହିଛନ୍ତି, ''ହାଇକମାଣ୍ଡ ଆମ ପ୍ରଦର୍ଶନକୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ଏହା ଏକ ଭଲ ପ୍ରଦର୍ଶନ ବୋଲି କହିଛନ୍ତି ସୋନିଆ ଗାନ୍ଧୀ ।''

ସେହିପରି ବିଜେପି-ଜେଜେପିର ମେଣ୍ଟକୁ ନେଇ  କଟାକ୍ଷ କରିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଡ୍ଡା । ଭୋଟ କାହାର, ସମର୍ଥନ କାହାକୁ ବୋଲି ପ୍ରଶ୍ନ କରିଛନ୍ତି । ହରିୟାଣାର ଜନତା ଏବେ ଭଲ ଭାବରେ ବୁଝିଗଲେଣି ବୋଲି ସେ କହିଛନ୍ତି ।

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଚଳିତ ନିର୍ବାଚନରେ କୌଣସି ଦଳ ମଧ୍ୟ ମ୍ୟାଜିକ ନମ୍ବର ୪୬ ଛୁଇଁ ପାରିନାହାଁନ୍ତି । ବିଜେପିକୁ ସର୍ବାଧିକ ୪୦ ଆସନ ମିଳିଥିବା ବେଳେ କଂଗ୍ରେସ ୩୧ ଏବଂ ଜେଜେପି ୧୦ ଆସନ ପାଇଛି । ତେବେ ୫ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେବା ନେଇ ଘୋଷଣା କରିବା ପରେ ବଦଳିଥିଲା ଚିତ୍ର । ଶୁକ୍ରବାର ଅମିତ ଶାହଙ୍କୁ ସାକ୍ଷାତ କରିବା ପରେ ବିଜେପିକୁ ସମର୍ଥନ ନେଇ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲା ଘୋଷଣା କରିଥିଲେ । ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ବିଜେପି ରାଜି ହୋଇଛି ।