• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ଶିବସେନାକୁ ଉସୁକାଇଲା କଂଗ୍ରେସ ! ରାସ୍ତାକୁ ଓହ୍ଲାଅ, ଆମେ ସମର୍ଥନ ଦେବୁ

ମହାରାଷ୍ଟ୍ରରେ ରାତାରାତି ଚକମା ଦେଖାଇଦେଲା ବିଜେପି । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କୁ ହାତେଇ ସରକାର ଗଢିବାରେ ସଫଳ ହୋଇଛି ଗେରୁଆ ଦଳ । ଯଦିଓ ଏନସିପିର ଏଥିରେ କୌଣସି ହାତ ନାହିଁ( ଯାହା ଏନସିପି ମୁଖ୍ୟ କହୁଛନ୍ତି)। ତେବେ କିଏ ସତ ଆଉ କିଏ ମିଛ, ତାହା ତ ଫ୍ଲୋର ଟେଷ୍ଟ ବେଳେ ଜଣାପଡିବ । ମାତ୍ର ଏବେ ଶିବସେନାକୁ ରାସ୍ତାକୁ ଓହ୍ଲାଅଇବା ପାଇଁ ଆହ୍ୱାନ ଦେଇଛି କଂଗ୍ରେସ । 

ଶିବସେନାକୁ ଉସୁକାଇଲା କଂଗ୍ରେସ ! ରାସ୍ତାକୁ ଓହ୍ଲାଅ, ଆମେ ସମର୍ଥନ ଦେବୁ
ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାତାରାତି ଚକମା ଦେଖାଇଦେଲା ବିଜେପି । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କୁ ହାତେଇ ସରକାର ଗଢିବାରେ ସଫଳ ହୋଇଛି ଗେରୁଆ ଦଳ । ଯଦିଓ ଏନସିପିର ଏଥିରେ କୌଣସି ହାତ ନାହିଁ( ଯାହା ଏନସିପି ମୁଖ୍ୟ କହୁଛନ୍ତି)। ତେବେ କିଏ ସତ ଆଉ କିଏ ମିଛ, ତାହା ତ ଫ୍ଲୋର ଟେଷ୍ଟ ବେଳେ ଜଣାପଡିବ । ମାତ୍ର ଏବେ ଶିବସେନାକୁ ରାସ୍ତାକୁ ଓହ୍ଲାଅଇବା ପାଇଁ ଆହ୍ୱାନ ଦେଇଛି କଂଗ୍ରେସ । 

ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି, ମହାରାଷ୍ଟ୍ରରେ ସମ୍ବିଧାନର ମଜାକ ଉଡାଯାଇଛି । ଏବେ ଶିବସେନା-ଏନସିପି ଓ କଂଗ୍ରେସକୁ ଏକାଠି ହେବାର ଆବଶ୍ୟକତା ରହିଛି । ତିନି ଦଳ ନିଜର ତାକଦ ଦେଖାଇବା ଦରକାର । ମହାରାଷ୍ଟ୍ର ଜନତା କାହା ସାଥିରେ ଅଛନ୍ତି, ତାପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଦିଗବିଜୟ ସିଂହ । 

digvijay singh

ଦିଗବିଜୟ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ର ସିଂହାସନ ଏବେ ଶିବସେନା-ଏନସିପି ଓ କଂଗ୍ରେସ ପାଇଁ ଅସ୍ତିତ୍ୱର ପ୍ରଶ୍ନ । ବିଶେଷକରି ଉଦ୍ଧବ ଠାକରେଙ୍କ ପରିବାର ପାଇଁ ଏହା ପ୍ରତିଷ୍ଠାର କଥା । ଏବେ ଶିବସେନା ରାଜରାସ୍ତାକୁ ଓହ୍ଲାଇବା ଦରକାର । କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଛନ୍ତି ଦିଗବିଜୟ । ଆଉ ଏନେଇ ଶିବସେନା ମୁଖ୍ୟ ଉଦ୍ଧବଙ୍କ ପାଖରେ ସେ ଅପିଲ କରିଛନ୍ତି । 

ଦିଗବିଜୟଙ୍କ କହିବା କଥା ହେଲା, ଏନସିପିର କୌଣସି ବିଧାୟକ ବିଜେପି ସହ ନାହିଁ । କେବଳ ଅଜିତ ପାୱାର ହିଁ ବିଜେପିକୁ ପଲଟିଛନ୍ତି । ତେଣୁ ଫ୍ଲୋର ଟେଷ୍ଟରେ ବିଜେପି ବହୁମତ ହାସଲ କରିପାରିବ ନାହିଁ । ଏବେ କେବଳ ଶିବସେନା-ଏନସିପି ଓ କଂଗ୍ରେସକୁ ଏକାଠି ହେବା ଦରକାର ।