NCP କେବେ ମୁଖ୍ୟମନ୍ତ୍ରୀ ପଦ ଦାବି କରିନି: କଂଗ୍ରେସ ନେତା

ଖୁବଶୀଘ୍ର ମହାରାଷ୍ଟ୍ରକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ । ଶିବସେନା-ଏନସିପି-କଂଗ୍ରେସ ମଧ୍ୟରେ ସରକାର ଗଠନ ନେଇ ବୁଝାମଣା ଏବେ ଚୁଡାନ୍ତ ପର୍ଯ୍ୟାୟରେ । ଆଉ ଏହାରି ଭିତରେ କଂଗ୍ରେସ ନେତା ମାଣିକ ରାଓ ଠାକରେଙ୍କ ପାଖରୁ ଆସିଛି ବଡ ବୟାନ । ଏନସିପି କେବେବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିନଥିବା କହିଛନ୍ତି ମାଣିକ ରାଓ । 

NCP କେବେ ମୁଖ୍ୟମନ୍ତ୍ରୀ ପଦ ଦାବି କରିନି: କଂଗ୍ରେସ ନେତା
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଖୁବଶୀଘ୍ର ମହାରାଷ୍ଟ୍ରକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ । ଶିବସେନା-ଏନସିପି-କଂଗ୍ରେସ ମଧ୍ୟରେ ସରକାର ଗଠନ ନେଇ ବୁଝାମଣା ଏବେ ଚୁଡାନ୍ତ ପର୍ଯ୍ୟାୟରେ । ଆଉ ଏହାରି ଭିତରେ କଂଗ୍ରେସ ନେତା ମାଣିକ ରାଓ ଠାକରେଙ୍କ ପାଖରୁ ଆସିଛି ବଡ ବୟାନ । ଏନସିପି କେବେବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିନଥିବା କହିଛନ୍ତି ମାଣିକ ରାଓ । 

ଯେତେବେଳେ ଏନସିପି ଓ ଶିବସେନା ମଧ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦/୫୦ ଫର୍ମୁଲା କଥା ଚର୍ଚ୍ଚା ହେଉଛି, ସେତେବେଳେ କଂଗ୍ରେସ ନେତାଙ୍କ ଏ ବୟାନ ବେଶ ଗୁରୁତ୍ୱବହନ କରୁଛି । ମାଣିକ ରାଓ ଠାକରେଙ୍କ ଏ ବୟାନ କହୁଛି, ଶିବସେନାକୁ ସମ୍ପୁର୍ଣ୍ଣ କାର୍ଯ୍ୟକାଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନ ମିଳିବ । କାହିଁକିନା ସେ ସ୍ପଷ୍ଟ କରିଛନ୍ତି, ଶିବସେନାରୁ ହିଁ ମୁଖ୍ୟମନ୍ତ୍ରୀ ହେବେ । 

ତେବେ ଶିବସେନାରୁ କିଏ ମୁଖ୍ୟମନ୍ତ୍ରୀ ହେବେ, ତାହା ଏବେବି ସସପେନ୍ସରେ ରହିଛି । ଏନସିପି ଓ କଂଗ୍ରେସ ପକ୍ଷରୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ନାମ ପ୍ରସ୍ତାବ ଦିଆଯାଇଛି । ତେବେ ଉଦ୍ଧବ ଏଥିରେ ରାଜି ହେବେ ନା ନାହିଁ, ତାହା ଏକ ବଡପ୍ରଶ୍ନ । ଯଦି ଉଦ୍ଧବ ରାଜି ନହେବେ, ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ? ପୁଅ ଆଦିତ୍ୟକୁ ଯଦିଓ ଉଦ୍ଧବ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚାହିଁବେ, ତେବେ ସହଯୋଗୀ ଏନସିପି ଏବଂ କଂଗ୍ରେସ ଏଥିରେ ସମ୍ମତି ପ୍ରକାଶ କରିବାରେ ଅଡୁଆ ସାଜିପାରେ । 

ପୁଣି ସାମ୍ବାଦିକଙ୍କ ଉପରେ ଆକ୍ରମଣ: ମାଡ ମାରିଲେ, ବୁମ ଛଡାଇ ଭାଙ୍ଗିଦେଲେ...

ତେବେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ଦଳରୁ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଆଗାମୀ ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ହେବ । ସେହିପରି ପୂର୍ବତନ ସହଯୋଗୀ ବିଜେପି ସହ ମିଶି ସରକାର ଗଢିବା ପାଇଁ ଏବେ ସବୁ ରାସ୍ତା ବନ୍ଦ ହୋଇସାରିଛି ବୋଲି ସଞ୍ଜୟ ସ୍ପଷ୍ଟ କରିଛନ୍ତି । 

କିନ୍ତୁ ଶିବସେନାର ସଞ୍ଜୟ ରାଉତ ଓ ଏକନାଥ ସିନ୍ଧେଙ୍କ ଭଳି ନେତା ଉଦ୍ଧବ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ବାରମ୍ବାର ଯୁକ୍ତି ବାଢୁଛନ୍ତି । ସେପଟେ କଂଗ୍ରେସର ମତ ମନ୍ତ୍ରୀମଣ୍ଡଳ ୩ ଦଳଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯାଉ । ପ୍ରତି ଦଳକୁ ୧୪ଟି ଲେଖାଏଁ ମନ୍ତ୍ରୀ ପଦ ମିଳୁ। ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲା ସାହେବ ଥୋରାଟ କହିଥିଲେ ଆସନ୍ତା ୫ ବର୍ଷ ପାଇଁ କଂଗ୍ରେସ-ଏନ୍‌ସିପି ଓ ଶିବସେନା ସରକାର ଚଳାଇବା ନେଇ ଆହୁରି ଆଲୋଚନା ହେବା ଦରକାର ।

ଆଜି ଫୈସଲା !

ଶିବସେନାର ହିନ୍ଦୁତ୍ୱବାଦ ରାଜନୀତି କଂଗ୍ରେସ ଓ ଏନ୍‌ସିପି ପାଇଁ ବର୍ତ୍ତମାନ କଣ୍ଟା ହୋଇଛି ।  ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିଥିବା  ବୈଠକ ପରେ ସରକାର ନେଇ ସୋନିଆଙ୍କ ସହମତି ପରେ ବି କିଛି ବରିଷ୍ଠ କଂଗ୍ରେସ ନେତା କଂଗ୍ରେସ ଶୁକ୍ରବାର ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ସେପଟେ ଏଭଳି ସ୍ଥିତିରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ ଶିବସେନା ସର୍ବଦା ଧର୍ମନିରପେକ୍ଷତାରେ ବିଶ୍ୱାସ କରେ । ଦେଶ ଧର୍ମନିରପେକ୍ଷ ପାଇଁ ଚାଲିଛି । 

ଆହୁରି ପଢନ୍ତୁ; ଉତ୍କଳ ବିଶ୍ୱବିଦ୍ୟାଳୟ ଛାତରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ, ଉଦ୍ଧାର ପାଇଁ ନାକେଦମ ଅଗ୍ନିଶମ ବିଭାଗ