• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ପାଇଁ ଭାରତ ରତ୍ନ ଦାବି କଲେ କଂଗ୍ରେସ ନେତା

ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ପାଇଁ ଭାରତ ରତ୍ନ ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ । ସେ ଏପରି ସମୟରେ ଏହି ତିନି ମହାନ ସୁପୁତ୍ରଙ୍କ ପାଇଁ ଭାରତ ରତ୍ନର ଦାବି କରିଛନ୍ତି, ଯେତେବେଳେ ବିଜେପି ବିନାୟକ ଦାମୋଦର ସାବରକରଙ୍କୁ ଭାରତ ରତ୍ନ ଦେବାର ଅଭିଯାନ ଚଳାଇଛି । 

ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ପାଇଁ ଭାରତ ରତ୍ନ ଦାବି କଲେ କଂଗ୍ରେସ ନେତା
Congress Leader Manish Tiwari

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ପାଇଁ ଭାରତ ରତ୍ନ ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ । ସେ ଏପରି ସମୟରେ ଏହି ତିନି ମହାନ ସୁପୁତ୍ରଙ୍କ ପାଇଁ ଭାରତ ରତ୍ନର ଦାବି କରିଛନ୍ତି, ଯେତେବେଳେ ବିଜେପି ବିନାୟକ ଦାମୋଦର ସାବରକରଙ୍କୁ ଭାରତ ରତ୍ନ ଦେବାର ଅଭିଯାନ ଚଳାଇଛି । 

ମହାରାଷ୍ଟ୍ର ବିଜେପି ନିଜ ଇସ୍ତାହାର ପତ୍ରରେ ସାବରକଙ୍କୁ ଭାରତ ରତ୍ନ ଦେବାର ପ୍ରତିଶୃତି ଦେଇଛି । ଯଦି ବିଜେପି ମହାରାଷ୍ଟ୍ରରେ ପୁଣିଥରେ କ୍ଷମତାକୁ ଫେରିବ ତେବେ ସାବରକଙ୍କୁ ଭାରତ ରତ୍ନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ କରିବ । 
କଂଗ୍ରେସ ବରିଷ୍ଠ ନେତା ମନୀଷ ତିୱାରୀ କହିଛନ୍ତି ଯେ, ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ନିଜ କ୍ରାନ୍ତିକାରୀ ବିଚାର ଓ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ସଂଘର୍ଷ କରି ଭାରତୀୟଙ୍କୁ ସର୍ବଦା ପ୍ରଭାବତି କରିଛନ୍ତି । ୨୦୨୦ ଜାନୁୟାରୀ ୨୬ରେ ଏହି ତିନି ବୀରପୁତ୍ରଙ୍କୁ ଭାରତ ରତ୍ନ ପ୍ରଦାନ କରି ସମ୍ମାନିତ କରାଯାଉ ।

ନିକଟ ଅତୀତରେ କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଂଘବୀ କହିଥିଲେ ଯେ ହିନ୍ଦୁ ବିଚାରକ ସାବରକର ଜଣେ କୁଶଳ ବ୍ୟକ୍ତି ଥିଲେ । ସେ ସ୍ୱାଧୀନତା ସଂଗ୍ରାମରେ ନିଜର ଭୂମିକା ନିର୍ବାହ କରିଥିଲେ ଓ ଦେଶ ପାଇଁ ଜେଲ ମଧ୍ୟ ଯାଇଥିଲେ । ବ୍ୟକ୍ତିଗତ ଭାବେ ମୁଁ ସାବରକରଙ୍କ ବିଚାରଧାର ସହ ସହମିତ ରଖୁନାହିଁ ବୋଲି ସେ କହିଥିଲେ । ଯାହାକୁ ନେଇ ବିବାଦ ମଧ୍ୟ ଦେଖା ଦେଇଥିଲା ।