ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ନେତା
Advertisement

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ନେତା

ଦିଲ୍ଲୀ ହିଂସାକାଣ୍ଡ ପ୍ରତିବାଦରେ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ମୁଖ୍ୟାଳୟରୁ ରାଷ୍ଟ୍ରପତି ଭବନ ଯାଏ ପ୍ରତିବାଦ ଶୋଭାଯାତ୍ରା ହୋଇଛି । 

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ନେତା

ପ୍ରକାଶ ପରିଡ଼ା, ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ପ୍ରତିବାଦରେ ଗୁରୁବାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ନେତା । ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ମୁଖ୍ୟାଳୟରୁ ରାଷ୍ଟ୍ରପତି ଭବନ ଯାଏ ପ୍ରତିବାଦ ଶୋଭାଯାତ୍ରା ହୋଇଛି । ଆମ୍ ଆଦମୀ ପାର୍ଟି ନେତା ତାହିର ହୁସେନ ବିରୋଧରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ଅଭିଯୋଗ ହୋଇଛି । ଅଙ୍କିତଙ୍କ ପରିବାର ଆମ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନ ଉପରେ ଅଭିଯୋଗ କରିଛନ୍ତି । ଅଙ୍କିତଙ୍କ ପରିବାର ଆପ କାଉନସିଲର ତାହିର ହୁସେନ ଉପରେ ଦୋଷାରୋପ କରିଛନ୍ତି । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଖଜୁରୀ ଖାସରେ ଥିବା ତାହିରଙ୍କ ଫ୍ୟାକ୍ଟ୍ରି ଓ ଦୋକାନ ସିଲ କରିଛି ।

ହତ୍ୟାକାଣ୍ଡ ବିଷୟରେ ତାଙ୍କୁ କିଛି ଜଣା ନାହିଁ ବୋଲି ସଫେଇ ଦେଇଛନ୍ତି ଆପ ନେତା ତାହିର ହୁସୈନ । ତାହିର ହୁସେନଙ୍କ ଘରେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ରଖା ଯାଇଥିଲା ଓ  ଶତାଧିକ ସଂଖ୍ୟାରେ ଦଙ୍ଗାକାରୀ ଶରଣ ନେଇଥିଲେ ବୋଲି ଅଙ୍କିତଙ୍କ ପରିବାର ଲୋକେ କହିଛନ୍ତି । ଦୟାଲପୁର ଥାନା ଅଞ୍ଚଳର ମୁସ୍ତାଫାବାଦ ଏବଂ ମୁଙ୍ଗାନଗରର ଯେଉଁ ଘରୁ ପଥରମାଡ଼ ଓ ପେଟ୍ରୋଲ ବୋମା ଫିଙ୍ଗା ଯାଉଥିଲା, ତାର କିଛି ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଲାଲ ରଙ୍ଗର ସ୍ୱେଟରରେ ଯେଉଁ ବ୍ୟକ୍ତି ଦେଖାଯାଉଛି, ସିଏ ହେଉଛି ଆମ୍ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନ । ଦିଲ୍ଲୀ ହିଂସାକାଣ୍ଡ ପ୍ରତିବାଦରେ ଦକ୍ଷିଣ ଭାରତ ଫିଲ୍ମ ଷ୍ଟାର ରଜନୀକାନ୍ତ ଓ କମଲ ହାସନ ରାଲି କରିଛନ୍ତି । ଜମ୍ମୁରେ ମଧ୍ୟ ଦିଲ୍ଲୀ ହିଂସାକାଣ୍ଡ ପ୍ରତିବାଦରେ ସର୍ବଧର୍ମ ସମନ୍ୱୟ ଯାତ୍ରା ହୋଇଥିବାବେଳେ ଶାନ୍ତ ବଜାୟ ରଖିବାକୁ ଅପିଲ କରାଯାଇଛି ।

ଦିଲ୍ଲୀ ହିଂସାକାଣ୍ଡ ପୂର୍ବରୁ କିଛି ନେତାଙ୍କ ଭାଷଣ ଯୋଗୁଁ ଦଙ୍ଗା ହୋଇଥିବା ଅଭିଯୋଗ ହୋଇଛି । ଆସନ୍ତା ଏପ୍ରିଲ ୧୩ରେ ହାଇକୋର୍ଟରେ ଉତ୍ତେଜକ ଭାଷଣ ମାମଲାର ଶୁଣାଣି ହେବ ।  ଗୁରୁବାର ଶୁଣାଣିରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦାଖଲ ପାଇଁ କୋର୍ଟ ୪ ସପ୍ତାହ ସମୟ ଦେଇଛନ୍ତି ।  ଦିଲ୍ଲୀ ହିଂସାକାଣ୍ଡରେ  ଅସଉଦ୍ଦୀନ ଓୱେସୀ ଓ ୱାରୀସ ପଠାନଙ୍କ ସଂପୃକ୍ତି ଅଭିଯୋଗ ହୋଇଛି । ବୁଧବାର ହାଇକୋର୍ଟରେ ବିଜେପି ନେତା ଅନୁରାଗ ଠାକୁର, ପରବେଶ ବର୍ମା ଓ କପିଲ ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ପରେ ଗୁରୁବାର ସଉଦ୍ଦୀନ ଓୱେସୀ ଓ ୱାରୀସ ପଠାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ଜୋର ଧରିଥିଲା । ସେପଟେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା କପିଲ ମିଶ୍ରା । ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ନେତାଙ୍କ ଘରୁ ବୋମା, କେମିକାଲ ଠାବ କରିଛି ପୋଲିସ । 

ହିଂସା ପାଇଁ ରାଜ୍ୟରେ ୩୫ ଲକ୍ଷ ଲୋକ ଟ୍ରାଫିକ ଜାମରେ ଫସିଥିଲେ ବି କେହି ଦୋଷୀଙ୍କୁ ଜାଣିବାକୁ ଚାହୁଁନାହାଁନ୍ତି ବୋଲି କପିଲ ମିଶ୍ରା ଆପକୁ ଟାର୍ଗେଟ କରିଛନ୍ତି । ଦଙ୍ଗାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁବାର ଘୋଷଣା କରିଛନ୍ତି । ଏବେ ଦିଲ୍ଲୀ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଥିବାବେଳେ ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।  ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ନେଇ ୪୮ଟି ମାମଲା ରୁଜୁ ହୋଇଥିବା ବେଳେ ୧୦୬ ଜଣଙ୍କୁ ଗିରଫ କରିଛି ପୋଲିସ ।