close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କ୍ରିକେଟ ଖେଳିଲେ କଂଗ୍ରେସ ଯୁବରାଜ

ହାତରେ ବ୍ୟାଟ ଧରିଛନ୍ତି ରାହୁଲ ଗାନ୍ଧୀ । ଗୋଟିଏ ପରେ ଗୋଟିଏ ବଲ ରାହୁଲଙ୍କ ଆଡକୁ ଆସୁଛି । ଭଲ ଭଲ ସଟ ଖେଳୁଛନ୍ତି କଂଗ୍ରେସ ଯୁବରାଜ ।

କ୍ରିକେଟ ଖେଳିଲେ କଂଗ୍ରେସ ଯୁବରାଜ
Rahul Gandhi plays cricket

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଆପଣ କଂଗ୍ରେସ ଯୁବରାଜଙ୍କ ମଜାଳିଆ ଅନ୍ଦାଜ ଦେଖିଥିବେ । ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ଥାଆନ୍ତି ରାହୁଲ । ତାହା ସଂସଦରେ ଆଖିମାରିବା ହେଉ ବା ମୋଦିଙ୍କୁ ଆଲିଙ୍ଗନ କରିବା । ଆହୁରିମଧ୍ୟ ହେଲିକପ୍ଟରରେ ସମୋସା ଖାଇବା ହେଉ କି ମୋଦିଙ୍କୁ ସମାଲୋଚନା କରିବା । ସବୁବେଳେ ରାହୁଲ ଏପରି କିଛି କରନ୍ତି ବା କୁହନ୍ତି, ଯାହା ତାଙ୍କୁ ଚର୍ଚ୍ଚାରେ ରଖିଥାଏ । ଶୁକ୍ରବାର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଥିଲା । 

ହାତରେ ବ୍ୟାଟ ଧରିଛନ୍ତି ରାହୁଲ ଗାନ୍ଧୀ । ଗୋଟିଏ ପରେ ଗୋଟିଏ ବଲ ରାହୁଲଙ୍କ ଆଡକୁ ଆସୁଛି । ଭଲ ଭଲ ସଟ ଖେଳୁଛନ୍ତି କଂଗ୍ରେସ ଯୁବରାଜ । ମଜାଳିଆ ଅନ୍ଦାଜ । ନେଟ ପ୍ରାକ୍ଟିସ ଗ୍ରାଉଣ୍ଡରେ ରାହୁଲ । ପିଲାଙ୍କ ସହ କ୍ରିକେଟ ଖେଳୁଛନ୍ତି ସେ । 

ଘଟଣାଟି ଏପରି । ଶୁକ୍ରବାର ହରିୟାଆ ମହେନ୍ଦ୍ରଗଡକୁ ପ୍ରଚାର ପାଇଁ ଯାଇଥିଲେ ରାହୁଲ । ତେବେ ସେଠାରୁ ଦିଲ୍ଲୀ ଫେରୁଥିବା ବେଳେ ଖରାପ ପାଗ ଯୋଗୁଁ ରାହୁଲଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ରେୱାଡୀର ଏକ କଲେଜ ପଡିଆରେ ହେଲିକପ୍ଟରକୁ ଲ୍ୟାଣ୍ଡିଂ କରାଯାଇଥିଲା । ହେଲିକପ୍ଟରରୁ ଓହ୍ଲାଇଥିଲେ କଂଗ୍ରେସ ଯୁବରାଜ । ପିଲାଙ୍କ ସହ ମିଶି କ୍ରିକେଟ ଖେଳିଥିଲେ । ବେଶ କିଛି ସମୟ ଧରି ବ୍ୟାଟିଂ କରିଥିଲେ । ପିଲାଙ୍କ ସହ ମଧ୍ୟ ମିଶିଥିଲେ । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରାହୁଲ କଲେଜ ପଡିଆରେ ବ୍ୟାଟିଂ କରୁଛନ୍ତି । 

କହିରଖୁଛୁ, ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରସୋରରେ ଚାଲିଛି । ଦିନରାତି ଏକ କରି ପ୍ରଚାରରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଶୁକ୍ରବାର ହରିୟାଣା ମହେନ୍ଦ୍ରଗଡରେ ପ୍ରଚାର କରିଥିଲେ ରାହୁଲ ଗାନ୍ଧୀ । ନିଜ ଭାଷଣରେ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ । ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ଯୁବରାଜ । ପୂର୍ବରୁ ଏହି ନିର୍ବାଚନୀ ସଭାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ବୋଧିତ କରିବାର ସ୍ଥିର ହୋଇଥିଲା । ହେଲେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଠିକ ନଥିବାରୁ ନିର୍ବାଚନୀ ସଭାକୁ ରାହୁଲ ସମ୍ବୋଧିତ କରିଥିଲେ ।