• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ସଂକଟ ସମୟରେ ମୋଦିଙ୍କୁ ଏପରି କହିଲେ ରାହୁଲ

ସଂକଟ ସମୟରେ ମୋଦିଙ୍କୁ ଏପରି କହିଲେ ରାହୁଲ

ମୋଦିଙ୍କୁ ସମାଲୋଚନା କଲେ ରାହୁଲ

Edited ByZee Odisha Desk
Published: Apr 16, 2020, 03:25 PM IST|Updated: Apr 16, 2020, 03:26 PM IST
joinshare
ସଂକଟ ସମୟରେ ମୋଦିଙ୍କୁ ଏପରି କହିଲେ ରାହୁଲ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Crude Oil Price: ଇରାନ-ଓମାନ ଆଲୋଚନା ପରେ ଅଶୋଧିତ ତୈଳ ଦର ହ୍ରାସ !

    Crude Oil Price: ଇରାନ-ଓମାନ ଆଲୋଚନା ପରେ ଅଶୋଧିତ ତୈଳ ଦର ହ୍ରାସ !

    2

    India Post Vacancy 2026: ଦଶମ ପାସ ପ୍ରାର୍ଥୀଙ୍କ ପାଇଁ ଡାକ ବିଭାଗରେ ସରକାରୀ ଚାକିରି ସୁଯୋଗ

    3

    Odisha Vigilance: ଭିଜିଲାନ୍ସ ଜାଲରେ ଫସିଲେ ଦୁଇ RTO କର୍ମଚାରୀ

    4

    Brothers Gift Scheme: ସରକାରଙ୍କ ବଡ଼ ଘୋଷଣା!'ବଦର୍ସ ଗିଫ୍ଟ ସ୍କିମ୍'ରେ ବିବାହ ସମୟରେ କନ୍ୟାଙ୍କ

    5

    Top 10 News Today: ସରିଲା ରାଷ୍ଟ୍ରପତି ଦ୍ରୌପଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ,କ୍ଷମା ମାଗିଲେ

    ନୂଆଦିଲ୍ଲୀ: ନିଜ ତୁଣ୍ଡକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ତାଙ୍କର ପ୍ରତିଟି ଭାଷଣ ମୋଦିଙ୍କ ବିପକ୍ଷରେ ରହିଥାଏ। କିନ୍ତୁ ଦେଶରେ ଲାଗି ରହିଥିବା କୋରୋନା ସଂକଟ ସମୟରେ ତାଙ୍କ ତୁଣ୍ଡ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଥିବା ଦେଖିବାକୁ ମିଳିଛି। ନିକଟରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସଚେତନତାର ବାର୍ତ୍ତା ଦେଇଥିଲେ। 

    ସେ କହିଥିଲେ କି, ବର୍ତ୍ତମାନ ଡରିବାର ସମୟ ନୁହେଁ। ତମାମ ଦେଶବାସୀ ଏକଜୁଟ ହୋଇ କୋରୋନା ବିରୋଧରେ ଲଢିବାକୁ ହେବ। ଆମ ମଧ୍ୟରେ ଯଦି ଫାଟ ସୃଷ୍ଟି ହେବ, ତେବେ କୋରୋନା ନିଶ୍ଚିତ ଭାବେ ଜିତିଯିବ। ଏଥିପାଇଁ ଆମ ସମସ୍ତଙ୍କୁ ଏକଜୁଟ ହୋଇ ଲଢିବାକୁ ହେବ। ଏହା ସହିତ ସରକାରଙ୍କୁ ଟେଷ୍ଟିଂ କିଟର ସଂଖ୍ୟାକୁ ମଧ୍ୟ ବଢାଇବା ଏବଂ ଗରିବ, ଚାଷୀ ତଥା ଉଦ୍ୟୋଗମାନଙ୍କୁ ସୁରକ୍ଷା ଦେବା ପାଇଁ ସେ କହିଥିଲେ। 

    କୋରୋନା ଟେଷ୍ଟିଂ ରଣନୀତି ଉପରେ ପ୍ରଶ୍ନ ଉଠାଇ ରାହୁଲ କହିଥିଲେ କି, ଲକଡାଉନ ଭାଇରସକୁ ସମାପ୍ତ କରିବାର ସମାଧାନ ନୁହେଁ। ଏହା କେବଳ ଏକ ମାତ୍ର ପଜ ବଟନ ଭାବେ କାର୍ଯ୍ୟ କରିବ। ଆମକୁ ଆହୁରି କଠୋର ପଦକ୍ଷେପମାନ ମଧ୍ୟ ଗ୍ରହଣ କରିବାର ରହିଛି। ଟେଷ୍ଟିଂକୁ ଆହୁରି କଡ଼ାକଡି କରିବାର ରହିଛି। ଏହା ଉପରେ ରଣନୈତିକ ପଦକ୍ଷେପମାନ ଗ୍ରହଣ କରିବା ସହିତ ତାହାକୁ ପ୍ରୟୋଗ କରିବାର ଅଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି, ଯେଉଁ ସବୁ ଅଞ୍ଚଳରେ କୋରୋନାର କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିନାହିଁ, ସେଠାରେ ମଧ୍ୟ ଆମକୁ ଯାଞ୍ଚ କରିବାକୁ ହେବ ବୋଲି ସେ କହିଥିଲେ। 

    ରାହୁଲ ଆହୁରି ମଧ୍ୟ କହିଥିଲେ କି, ଦେଶରେ ବର୍ତ୍ତମାନ ଜରୁରୀକାଳୀନ ସ୍ଥିତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ ଏକଜୁଟ ହୋଇ ଏହି ସଂକଟ ବିପକ୍ଷରେ ଲଢିବାର ସମୟ ଆସିଛି। ଏକଜୁଟ ହୋଇ ଲଢିଲେ ଦେଶକୁ ଫାଇଦା ମିଳିବ। ଏଥିପାଇ କଠିନରୁ କଠିନ ରଣନୀତି ପ୍ରସ୍ତୁତ କରିବାର ସମୟ ଏହା। କଠିନ ରଣନୀତି ପ୍ରସ୍ତୁତ କରି ତାହାକୁ ଅନୁସରଣ କରିବାର ଆବଶ୍ୟକତା ରହିଛି। 

    ସେହିପରି ମୋଦିଙ୍କ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି, ବର୍ତ୍ତମାନ ମୋଦିଙ୍କ ସହିତ ଯୁକ୍ତି କରିବା କି ତାଙ୍କୁ ସମାଲୋଚନା କରିବାର ସମୟ ଏହା ନୁହେଁ। ଏକଜୁଟ ହୋଇ ଲଢିବାର ସମୟ। ଦେଶ କୋରୋନାକୁ ହରାଇ ଦେବା ପରେ ମୋଦିଙ୍କ ଦୁର୍ବଳତା ତଥା ତାଙ୍କ ଭୁଲକୁ ସମାଲୋଚନା କରିବା। ବର୍ତ୍ତମାନ ସେ ଦେଶର ପ୍ରଧାନମନ୍ତ୍ରୀ। ସେ ଯେଉଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଦେଶବାସୀ ତାଙ୍କୁ ଅନୁକରଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। 

    ସେ ଆହୁରି ମଧ୍ୟ କହିଥିଲେ କି, ମୁଁ କିନ୍ତୁ ବ୍ୟକ୍ତିଗତ ଭାବେ ମୋଦିଙ୍କର ଅନେକ ପଦକ୍ଷେପ ସହିତ ବିରୋଧ କରୁଛି। କିନ୍ତୁ ବର୍ତ୍ତମାନ ତାଙ୍କୁ ସମାଲୋଚନା କରିବାର ସମୟ ନୁହେଁ।କାହାକୁ ଡରିବାର ସମୟ ନୁହେଁ। ଲଢିବାର ସମୟ। ଏକଜୁଟ ହୋଇ କାମ କଲେ କୋରୋନାକୁ ଭାରତ ନିଶ୍ଚିତ ଭାବେ ହରାଇବ ବୋଲି ସେ କହିଥିଲେ। 

    Add Zee News as a Preferred Source
    TAGS:
    Rahul Gandhi
    Narendra Modi
    Corona virus
    india