ଢୋଲ ବଜାଇଲେ, ପାଦରେ ପାଦ ମିଶାଇ ନାଚିଲେ କଂଗ୍ରେସ ଯୁବରାଜ
trendingNow,recommendedStories0/zeeodisha/odisha616083

ଢୋଲ ବଜାଇଲେ, ପାଦରେ ପାଦ ମିଶାଇ ନାଚିଲେ କଂଗ୍ରେସ ଯୁବରାଜ

ଛତିଶଗଡରେ ନାଚିଲେ ରାହୁଲ ଗାନ୍ଧୀ

ଢୋଲ ବଜାଇଲେ, ପାଦରେ ପାଦ ମିଶାଇ ନାଚିଲେ କଂଗ୍ରେସ ଯୁବରାଜ

ନୂଆଦିଲ୍ଲୀ: ଛତିଶଗଡରେ ଡ୍ୟାନ୍ସ କଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ଆଦିବାସୀ ବାଦ୍ୟ ବଜାଇଲେ, ଆଉ ବାଦ୍ୟର ତାଳେ ତାଳେ ନାଚିଲେ ରାହୁଲ ଗାନ୍ଧୀ । ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । 

ଆଜିଠୁ ଛତିଶଗଡ ରାଜଧାନୀ ରାୟପୁରରେ ଆରମ୍ଭ ହୋଇଛି ତିନି ତିନିଆ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବ । ଦେଶ ବିଦେଶରୁ ବହୁ କଳାକାର ଏଥିରେ ଅଂଶଗ୍ରହଣ କରିଛନ୍ତି । ତେବେ ଏହି ମହୋତ୍ସବର ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ସମୟରେ ସେ ଆଦିବାସୀ କଳାକାରଙ୍କ ସହ ମିଳି ନାଚୁଥିବା ଦେଖିବାକୁ ମିଳିଥିଲା । 

ଆଦିବାସୀଙ୍କ ବାଦ୍ୟଯନ୍ତ୍ର ବଜାଉଥିଲେ ରାହୁଲ । ଆଉ ବାଦ୍ୟର ତାଳେ ତାଳେ ଡ୍ୟାନ୍ସ ମଧ୍ୟ କରୁଥିଲେ । ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ସୃଷ୍ଟି ହୋଇଥିଲା ବେଶ ରୋମାଞ୍ଚ । ରାହୁଲଙ୍କ ସହ ଅନ୍ୟକିଛି ନେତା ମଧ୍ୟ ଡ୍ୟାନ୍ସ କରିଥିଲେ । 

ତେବେ ଏହି ମହୋତ୍ସବରେ ଉଦବୋଧନ ଦେଇ ରାହୁଲ କହିଥିଲେ, ''ଏବେ ଦେଶରେ ଆଦିବାସୀଙ୍କ ବହୁ ସମସ୍ୟା ରହିଛି । ଛତିଶଗଡ ସରକାର ସବୁବେଳେ ଆଦିବାସୀଙ୍କ ସ୍ୱରକୁ ଶୁଣୁଛନ୍ତି । ଆମ ସରକାର ଆଦିବାସୀଙ୍କ ସହ ରହିଛି । ଏହି ମହୋତ୍ସବ ଆଦିବାସୀଙ୍କୁ ନିଜ ସଂସ୍କୃତିକୁ ଏବଂ ଏକତାକୁ ଦେଖାଇବା ପାଇଁ ସୁଯୋଗ ଦେବ । ପ୍ରତ୍ୟେକ ଧର୍ମ ଏବଂ ଜାତିକୁ ନେଇ ଆମକୁ ଆଗକୁ ଚାଲିବାକୁ ହେବ ।'' 

ସେହିପରି ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ଟାର୍ଗେଟ କରିଥିଲେ କଂଗ୍ରେସ ଅଧ୍ୟକ୍ଷ । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଛତିଶଗଡର ଅର୍ଥବ୍ୟବସ୍ଥା ବହୁତ ଭଲ ଥିବା ରାହୁଲ କହିଛନ୍ତି । 

ଆହୁରି ପଢନ୍ତୁ; ନିଜେ ଏହି ଫଟୋ ଉଠାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

Trending news