"୨୦୨୪ ପୂର୍ବରୁ ପୁଣି ହୋଇପାରେ ପୁଲୱାମା ଆକ୍ରମଣ"
Advertisement

"୨୦୨୪ ପୂର୍ବରୁ ପୁଣି ହୋଇପାରେ ପୁଲୱାମା ଆକ୍ରମଣ"

ପୁଲୱାମା ଆକ୍ରମଣ ଘଟଣାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହାସହ ଶହୀଦ ଯବାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା । 

 

"୨୦୨୪ ପୂର୍ବରୁ ପୁଣି ହୋଇପାରେ ପୁଲୱାମା ଆକ୍ରମଣ"

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ଶହୀଦ ଯବାନଙ୍କୁ ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଦେଶବାସୀ । ଏହାସହ ପୁଣିଥରେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପୁଲୱାମା ଆକ୍ରମଣ ଘଟଣାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହାସହ ଶହୀଦ ଯବାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା । 

 

 

କଂଗ୍ରେସ ନେତା ଉଦିତ ରାଜ କହିଛନ୍ତି ଯେ ସୋସିଆଲ ମିଡିଆରେ ରାଷ୍ଟ୍ରବାଦର ପ୍ରଚାର କରୁଥିବା ବ୍ୟକ୍ତି ପ୍ରାୟତଃ ଉଚ୍ଚ ଜାତିର ହୋଇଥାଆନ୍ତି । ଯେଉ ଯବାନ ମୁଖ୍ୟତଃ ଆକ୍ରମଣରେ ନିଜ ଜୀବନ ହରାଇଛନ୍ତି, ସେମାନେ ଦଳିତ, ଆଦିବାସୀ ଓ ପଛୁଆ ଜାତିରୁ ଆସନ୍ତି । ଅବହେଳିତ ସମୁଦାୟକୁ କ୍ଷମତାଧାରୀ ସବର୍ଣ୍ଣଙ୍କ ଦେଶଭକ୍ତିର ଦାମ୍ ପରିଶୋଧ କରିବାକୁ ପଡ଼ିଥାଏ । ଏହାସହ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତ୍ୟବକୁ ସମର୍ଥନ କରିଛନ୍ତି । 

 

 

ସେ ଆହୁରି କହିଛନ୍ତି ଯେ ୨୦୨୪ ପୂର୍ବରୁ ଆଉଁ ଏକ ପୁଲୱାମା ଆକ୍ରମଣ ହୋଇପାରେ । ଏପରି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ କରିବାର ଯଥାର୍ଥତା ରହିଛି । ପୁଲୱାମା ଆକ୍ରମଣର ସଠିକ ତଦନ୍ତ କରିବା ଆବଶ୍ୟକତା ରହିଛି । ଯେଉମାନେ ଗୁଜୁରାଟ ନରସଂହାର କରାଇ ପାରନ୍ତି, ସେମାନେ କ୍ଷମତାରେ ରହିବା ପାଇଁ ୪୦ ଯବାନଙ୍କ ଜୀବନର ବାଜି ଲଗାଇ ପାରନ୍ତି । ଏମାନଙ୍କ ପାଇଁ ଦେଶଭକ୍ତି ଓ ରାଷ୍ଟ୍ରବାଦ କେବଳ ଲୋକ ଦେଖାଣିଆ ହୋଇଥାଏ ବୋଲି ଉଦିତ ରାଜ କହିଛନ୍ତି । 

 

 

ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣର ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ ଗୋଟିଏ ଟ୍ୱିଟ କରି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାସହ ସେ ଏହି ଆକ୍ରମଣକୁ ନେଇ ୩ଟି ପ୍ରଶ୍ନ ମଧ୍ୟ କରିଥିଲେ । ସେ ନିଜ ଟ୍ୱିଟରେ କହିଛନ୍ତି ଯେ ଆଜି ଆମେ ପୁଲୱାମା ଆକ୍ରମଣର ୪୦ ଶହୀଦଙ୍କୁ ମନେ ପକାଅଛୁ, ତେବେ ଆମେ ପଚାରିବାକୁ ଚାହୁଁଛି ଏହି ପୁଲୱାମା ଆତଙ୍କୀ ଆକ୍ରମଣରୁ କାହାକୁ ସବୁଠାରୁ ଅଧିକ ଫାଇଦା ହୋଇଛି ? ପୁଲୱାମା ଆତଙ୍କୀ ଆକ୍ରମଣର ତଦନ୍ତରୁ କଣ ବାହାରି କି ଆସିଛି ? ସୁରକ୍ଷାରେ ଭୁଲ ପାଇଁ ମୋଦି ସରକାର କାହାକୁ ଜବାବଦେହୀ କରିଛନ୍ତି ?