ଦିଲ୍ଲୀ ନିର୍ବାଚନ: ଆପ ଓ କଂଗ୍ରେସ ମେଣ୍ଟ ସମ୍ଭାବନା

ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି

ଦିଲ୍ଲୀ ନିର୍ବାଚନ: ଆପ ଓ କଂଗ୍ରେସ ମେଣ୍ଟ ସମ୍ଭାବନା
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀର ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସେତିକି ରାଜନୈତିକ ପାଣିପାଗ ମଧ୍ୟ ଉଷ୍ମ ହେବାରେ ଲାଗିଛି । ସେପଟେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଏହି ସମୟରେ କଂଗ୍ରେସ ପ୍ରଭାରୀ ପିସି ଚୌକ ଦେଇଥିବା ମନ୍ତବ୍ୟ ମଧ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । 

କଂଗ୍ରେସ । କଂଗ୍ରେସ ପ୍ରଭାରୀ ପିସି ଚୌକଙ୍କୁ ଗଣମାଧ୍ୟମ ପକ୍ଷରୁ ନିର୍ବାଚନ ପରେ ମେଣ୍ଟକୁ ନେଇ ଏକ ପ୍ରଶ୍ନ କରାଯାଇଥିଲା । ଶ୍ରୀ ଚୌକ କହିଥିଲେ କି, ବର୍ତ୍ତମାନ ଏହା ଉପରେ କିଛି ବି କୁହାଯାଇପାରିବ ନାହିଁ । ଏହା ନିଶ୍ଚିତ ପକ୍ଷେ ଏକ କାଳ୍ପନିକ ପ୍ରଶ୍ନ । ଏହାର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଥିଲେ । 

ମାତ୍ର ଦିଲ୍ଲୀର ପୂର୍ବ ଦୁଇଟି ନିର୍ବାଚନରେ କଂଗ୍ରେସ ଓ ଆପ ମେଣ୍ଟ କରିବା ପାଇଁ ମଧ୍ୟ ପ୍ରୟାସ କରିଥିଲେ । ମାତ୍ର କୌଣସି କାରଣରୁ ତାହା ସମ୍ଭବ ହୋଇ ପାରିନଥିଲା । ୨୦୧୩ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଦିଲ୍ଲୀରେ କଂଗ୍ରେସ ସହ ଆପ ମେଣ୍ଟ କରି ସରକାର ଗଢିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଅରବିନ୍ଦ କେଜରିଓ୍ୱାଲ ପ୍ରଥମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ସେହି ସମୟରେ ଅରବିନ୍ଦ ମାତ୍ର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ର ଦାୟିତ୍ୱରେ ରହିଥିଲେ । ୪୯ ଦିନ ପରେ ଇସ୍ତଫା ପତ୍ର ଦେବା ସହିତ ପୁନର୍ବାର ନିର୍ବାଚନ କରିବାକୁ ସେ କହିଥିଲେ । 

ସେହିପରି ୨୦୧୯ରେ ସାଧାରଣ ନିର୍ବାଚନ ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମେଣ୍ଟ କରି ନିର୍ବାଚନ ଲଢିବା ପାଇଁ କଂଗ୍ରେସକୁ ପ୍ରସ୍ତାବ ଦେଇଥିଲେ । ସେହି ସମୟରେ ଶ୍ରୀ ଚୌକ ଆପ ସହିତ ମେଣ୍ଟ କରିବାକୁ କଂଗ୍ରେସ ପ୍ରସ୍ତୁତ ଥିବା କହିଥିଲେ । ମାତ୍ର ସେହି ସମୟରେ ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ । ଯାହା ଫଳରେ ଆପ ଓ କଂଗ୍ରେସ ନିଜ ବଳରେ ନିର୍ବାଚନ ଲଢିଥିଲେ ।