• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଶତ୍ରୁକୁ ମାତ୍ ଦେବା ପାଇଁ ଶିବସେନାରେ 'ହାତ'!

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଅପ୍ରତ୍ୟାଶିତ ଫଳାଫଳ ସମସ୍ତଙ୍କ ଚକିତ କରିଦେଇଛି । ଏଠାରେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟା କମ ହୋଇଛି । ଯାହାର ଫାଇଦା ସହଯୋଗୀ ଶିବସେନା ଉଠାଇବାକୁ ଚାହୁଛି ।  ବର୍ତ୍ତମାନ ଶିବସେନାର ଆଖି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି । ଅନ୍ୟପକ୍ଷେ କଂଗ୍ରେସ ଓ ଏନସିପି ମଧ୍ୟ ଶିବସେନାକୁ ସମର୍ଥନ ଦେଇ ପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି । 

ଶତ୍ରୁକୁ ମାତ୍ ଦେବା ପାଇଁ ଶିବସେନାରେ 'ହାତ'!
ଡିଜାଇନ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଅପ୍ରତ୍ୟାଶିତ ଫଳାଫଳ ସମସ୍ତଙ୍କ ଚକିତ କରିଦେଇଛି । ଏଠାରେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟା କମ ହୋଇଛି । ଯାହାର ଫାଇଦା ସହଯୋଗୀ ଶିବସେନା ଉଠାଇବାକୁ ଚାହୁଛି ।  ବର୍ତ୍ତମାନ ଶିବସେନାର ଆଖି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି । ଅନ୍ୟପକ୍ଷେ କଂଗ୍ରେସ ଓ ଏନସିପି ମଧ୍ୟ ଶିବସେନାକୁ ସମର୍ଥନ ଦେଇ ପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି ।

ଏହା ଭିତରେ କଂଗ୍ରେସ ସଙ୍କେତ ଦେଇଛି ଯେ ସେ ଶିବସେନା ନେତୃତ୍ୱାଧୀନ ସରକାରକୁ ସମର୍ଥନ ଦେଇପାରେ । ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ବାଲାସାହେବ ଥୋରାଟ କହିଛନ୍ତି ଯେ,ଆମେ ଏହା ଉପରେ ଶିବସେନା ସହ କୌଣସି ଆଲୋଚନା କରିନାହୁଁ । ଯଦି ଏପରି କିଛି ସ୍ଥିତି ଆସୁଛି, ତେବେ ହାଇକମାଣ୍ଡ ଏହାର ନିଷ୍ପତ୍ତି ନେବେ । 

ଚଳିତ ନିର୍ବାଚନରେ ବିରୋଧୀ କଂଗ୍ରେସ ଓ ଏନସିପି ମେଣ୍ଟକୁ ନୂଆ ସଞ୍ଜିବନୀ ମିଳିଛି । ଗତଥର ଅପେକ୍ଷା ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ମହାରାଷ୍ଟ୍ରରେ ବିଜେପି ଏକାକୀ ସରକାର ଗଢିବାରେ ଅସମର୍ଥ । ଯାହାକୁ ଦୃଷ୍ଟିରେ ରଖି ବିରୋଧୀ କଂଗ୍ରେସ ଓ ଏନସିପି ଏହାର ଫାଇଦା ଉଠାଇବାରେ ଲାଗି ପଡିଛି । ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ କଂଗ୍ରେସ, ଏନସିପି ଓ ଏହାର ଅନ୍ୟ ସହଯୋଗୀଙ୍କୁ ୧୧୭ଟି ଆସନ ମିଳିଛି । ଅନ୍ୟପକ୍ଷେ ବିଜେପି ଓ ଶିବସେନା ମେଣ୍ଟକୁ ୧୬୧ଟି ଆସନ ମିଳିଛି । 

ଶୁକ୍ରବାର ଏନସିପିର ବରିଷ୍ଠ ନେତା ଛଗନ ଭୁଜବଲ କହିଥିଲେ ଯେ, ଶିବସେନାକୁ ଖୋଲା ଅଫର ଦେଉଛି, ସେମାନେ ମୁଖ୍ୟମନ୍ତ୍ରୀ ପଦ ନେଇ ଆମ ସହ ମିଶି ସରକାର ଗଢନ୍ତୁ । ବିଜେପି ସହ ସରକାର ଗଢିଲେ ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ କିନ୍ତୁ ଆମ ସହ ଆସିଲେ ମୁଖ୍ୟମନ୍ତ୍ରୀ ପଦ ମିଳିବ । ବର୍ତ୍ତମାନ ଶିବସେନା ସ୍ଥିର କରୁ ସେ କଣ କରିବ ।

ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନଙ୍କ ଏକ ମନ୍ତବ୍ୟ ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଛି ।  ବିଜେପିକୁ ରାଜ୍ୟ କ୍ଷମତାରୁ ଦୂରେଇ ରଖିବା ପାଇଁ ଶିବସେନା ସହ ହାତ ମିଶାଇ ପାରନ୍ତି ଏନସିପି ଓ କଂଗ୍ରେସ । ଚୌହ୍ୱାନ କହିଛନ୍ତି ଯେ, ନିର୍ବାଚନୀ ଫଳାଫଳ ଆସିବା ସହ ମହାରାଷ୍ଟ୍ରରେ ଆଗାମୀ ସରକାର ଗଢିବାର ରୋଚକ ସମ୍ଭାବନା ମଧ୍ୟ ଦେଖା ଦେଇଛି । 

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା । ଯଦି ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ଆସିବେ ତେବେ ୧୬୦ଟି ଆସନ ହୋଇଯିବ । ଯାହା ସରକାର ଗଢିବା ପାଇଁ ଯଥେଷ୍ଟ ।