• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଲତିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଶିବସେନା ସହ ସରକାର ଗଠନ ପାଇଁ କଂଗ୍ରେସ ବିଧାୟକ ରାଜି

ମହାରାଷ୍ଟ୍ରରେ ସରକାର ଗଠନ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତ ରାଜୈନତିକ ଦଳ । ଏନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଜାରି ରହିଛି ମାନସ ମନ୍ଥନ । ଏହି କ୍ରମରେ କଂଗ୍ରେସ ବିଧାୟକ ଶିବସେନା ସହ ମିଶି ସରକାର ଗଠନ ପାଇଁ ସହମତ ଅଛନ୍ତି ବୋଲି ଜଣାପଡିଛି । ଏହି ବିଷୟରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହି ବିଷୟରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସହ ଆଲୋଚନା କରିବେ ।

ଶିବସେନା ସହ ସରକାର ଗଠନ ପାଇଁ କଂଗ୍ରେସ ବିଧାୟକ ରାଜି
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତ ରାଜୈନତିକ ଦଳ । ଏନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଜାରି ରହିଛି ମାନସ ମନ୍ଥନ । ଏହି କ୍ରମରେ କଂଗ୍ରେସ ବିଧାୟକ ଶିବସେନା ସହ ମିଶି ସରକାର ଗଠନ ପାଇଁ ସହମତ ଅଛନ୍ତି ବୋଲି ଜଣାପଡିଛି । ଏହି ବିଷୟରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହି ବିଷୟରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସହ ଆଲୋଚନା କରିବେ ।

ସୋନିଆ ଏହା ଉପରେ କଣ ନିଷ୍ପତ୍ତି ନେବେ ତାହା ଆଧାରରେ ମହାରାଷ୍ଟ୍ରର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ଯଦି କଂଗ୍ରେସ ଶିବସେନା ସହ ମିଶି ସରକାର ଗଠନ କରିବା ପାଇଁ ରାଜି ହୋଇଯିବ ତେବେ କେବଳ ମହାରାଷ୍ଟ୍ର ନୁହଁ ସମଗ୍ର ଦେଶରେ ରାଜନୀତିର ନୂଆ ଅଧ୍ୟାୟ ଆରମ୍ଭ ହେବ । ବର୍ତ୍ତମାନ ସମୟରେ ନିବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କୁ ରାଜସ୍ଥାନର ଜୟପୁର ସ୍ଥିତ ଏକ ହୋଟେଲରେ ରଖାଯାଇଛି । ରବିବାର ଏହି ବିଧାୟକଙ୍କ ସହ କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଆଲୋଚନା ହୋଇଛି । ଏହି ବୈଠକରେ କଂଗ୍ରେସର ୪୦ ବିଧାୟକ ଉପସ୍ଥିତ ଥିଲେ । 

ଏହି ବୈଠକରେ ବିଧାୟକମାନେ ଇଚ୍ଛା ବ୍ୟକ୍ତ କରିଥିଲେ ଯେ ସେମାନେ ଶିବସେନା ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ରାଜି ଅଛନ୍ତି । କଂଗ୍ରେସ ବିଧାୟକ ନୂଆ ସରକାରକୁ ବାହ୍ୟ ସମର୍ଥନ ପରିବର୍ତ୍ତେ ସରକାରରେ ସାମିଲ ହେବାକୁ ଚାହୁଛନ୍ତି । ଏହି ବିଧାୟକ ବୈଠକରେ ରାଜସ୍ଥାନ ସିଏମ ଅଶୋକ ଗହେଲତ ସାମଲି ଥିଲେ । ଏହା ବ୍ୟତୀତ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲା ଥୋରାଟ ମଧ୍ୟ ଉପସ୍ଥିତ ଥିଲେ ।

ବିଧାୟକଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଖଡ଼ଗେ ସୋନିଆଙ୍କୁ ଜଣାଇବେ । ଏହା ପରେ କଂଗ୍ରେସ ଅଧ୍ୟକ୍ଷା ଶେଷ ନିଷ୍ପତ୍ତି ନେବେ । ଚଳିତ ନିର୍ବାଚନରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ କଂଗ୍ରେସର ୪୪, ଏନସିପି ୫୪, ବିଜେପି ୧୦୫, ଶିବସେନା ୫୬ ଓ ଅନ୍ୟାନ୍ୟ ୨୯ଟି ଆସନ ଜିତିଛନ୍ତି ।