ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତନବୀର ସୈତଙ୍କ ଉପରେ ଆକ୍ରମଣ । ଏକ ବିବାହ ସମାରୋହରେ ତାଙ୍କ ଉପରେ ଧାରୁଆ ଛୁରୀରେ ଆକ୍ରମଣ କରାଯାଇଥିଲା । ପରେ ତାଙ୍କୁ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ସର୍ଜରୀ ହୋଇଥିବା ସୂଚନା ମିଳିଛି ।
ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ନାଁ ଫରହାନ ପାଶା(୨୫) ବୋଲି ଜଣାପଡିଛି । ସୈତ ଯେତେବେଳେ ସମାରୋହରେ ବସିଥିଲେ, ସେହି ସମୟରେ ତାଙ୍କ ଉପରେ ଛିରୀ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଅଭିଯୁକ୍ତ ସେଠାରୁ ପଳାୟନ କରୁଥିବା ବେଳେ ଲୋକମାନେ ତାଙ୍କୁ ଧୋରି ନେଇଥିଲେ । ପରେ ପୋଲିସକୁ ହସ୍ତାନ୍ତରିତ କରିଥିଲେ ।
Karnataka: Congress MLA Tanveer Sait was attacked with a sharp knife by a man, Farhan, during an event y'day in Mysuru. The MLA was admitted to a hospital & the attacker was taken into police custody. The reason behind the attack is yet to be ascertained. Investigation underway. pic.twitter.com/NH813Fic50
— ANI (@ANI) November 18, 2019
ଏହି ଘଟଣାଟି କ୍ୟାମେରାରେ କଏଦ ହୋଇଥିଲା । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ପାଶାଙ୍କୁ ଜେରା କରାଯାଉଛି । ବର୍ତ୍ତମାନ ଯାଏ ଏହି ଆକ୍ରମଣ ପଛରେ କଣ କାରଣ ରହିଛି, ତାହା ଜଣା ପଡିନାହିଁ ।