ପ୍ରଥମ ଥର ଏକାଠି ହେବେ ଶିବସେନା-ଏନସିପି-କଂଗ୍ରେସର ୧୬୨ ବିଧାୟକ
Advertisement

ପ୍ରଥମ ଥର ଏକାଠି ହେବେ ଶିବସେନା-ଏନସିପି-କଂଗ୍ରେସର ୧୬୨ ବିଧାୟକ

ମିଳିତ ସୂଚନା ମୁତାବକ, ମୁମ୍ୱାଇର ହୟାତ ହୋଟେଲରେ ସନ୍ଧ୍ୟା ୭ଟାରେ ଗଣ ମାଧ୍ୟମ ଆଗରେ ୧୬୨ ବିଧାୟକଙ୍କ ପରେଡ କରାଇବେ ଏହି ୩ ଦଳ ।  ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ୩ ଦଳର ବିଧାୟକଙ୍କୁ ମୁମ୍ୱାଇର ଭିନ୍ନ ଭିନ୍ନ ହୋଟେଲରେ ରଖାଯାଇଛି । ୩ ଦଳ ନିଜ ବିଧାୟକଙ୍କ ଉପରେ ନଜର ରଖିଛନ୍ତି । 

 

ପ୍ରଥମ ଥର ଏକାଠି ହେବେ ଶିବସେନା-ଏନସିପି-କଂଗ୍ରେସର ୧୬୨ ବିଧାୟକ

ମୁମ୍ୱାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଂଗ୍ରାମ । ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ଗଢି ନେଇଛି ରାଜ୍ୟରେ ସରକାର । ଅନ୍ୟପକ୍ଷେ ଏହି ସରକାର ସ୍ୱଳ୍ପ ମତରେ ଅଛନ୍ତି ବୋଲି ଦାବି କଂଗ୍ରେସ-ଏନସିପି-ଶିବସେନା ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ଯାଚିକା । ଏହା ଉପରେ କୋର୍ଟ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଫ୍ଲୋର ଟେଷ୍ଟକୁ ନେଇ ସମୟ ନିର୍ଦ୍ଧାରଣ କରି ପାରନ୍ତି । ଏହି ରାଜନୈତିକ ସଂଗ୍ରାମ ମଧ୍ୟରେ ଶିବସେନା, କଂଗ୍ରେସ ଓ ଏନସିପି ନିଜ ୧୬୨ ବିଧାୟକଙ୍କ ପରେଡ କରାଇବେ । 

ମିଳିତ ସୂଚନା ମୁତାବକ, ମୁମ୍ୱାଇର ହୟାତ ହୋଟେଲରେ ସନ୍ଧ୍ୟା ୭ଟାରେ ଗଣ ମାଧ୍ୟମ ଆଗରେ ୧୬୨ ବିଧାୟକଙ୍କ ପରେଡ କରାଇବେ ଏହି ୩ ଦଳ ।  ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ୩ ଦଳର ବିଧାୟକଙ୍କୁ ମୁମ୍ୱାଇର ଭିନ୍ନ ଭିନ୍ନ ହୋଟେଲରେ ରଖାଯାଇଛି । ୩ ଦଳ ନିଜ ବିଧାୟକଙ୍କ ଉପରେ ନଜର ରଖିଛନ୍ତି । 

ସୋମବାର ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ କହିଛନ୍ତି ଯେ ଆମେ ସମସ୍ତେ ଏକଜୁଟ ଅଛୁ । ଆମ ପାଖରେ ୧୬୨ ବିଧାୟକଙ୍କ ସମର୍ଥନ ରହିଛି । ପ୍ରଥମ ଥର ଏହି ବିଧାୟକମାନେ ସନ୍ଧ୍ୟା ୭ଟାରେ ହୟାତ ହଟେଲରେ ଏକାଠି ଦେଖିବାକୁ ମିଳିବ । ପରେଡ କରାଇବାର ନିଷ୍ପତ୍ତି ୩ ଦଳର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ନିଆଯାଇଥିଲା ବୋଲି ଜଣାପଡିଛି ।