ଏବେ ଶିବସେନା ବିଧାୟକଙ୍କ ଉପରେ ବିଜେପିର ଆଖି !

ସଫଳ ହୋଇଛି ମହାରାଷ୍ଟ୍ରରେ ବିଜେପିର ସର୍ଜିକାଲ ଷ୍ଟ୍ରାଇକ । ନାକକୀୟ ମୋଡରେ ସରକାର ଗଢିଛି ଗେରୁଆ ଦଳ । ଯଦିଓ ବିଜେପିକୁ ଏନସିପିର ସମର୍ଥନ ମିଳିନି, ତଥାପି ମଧ୍ୟ ବରିଷ୍ଠ ଏନସିପି ନେତା ଅଜିତ ପାୱାର ଗେରୁଆ ଦଳ ଆଡକୁ ପଲଟି ଯାଇଛନ୍ତି । କେବଳ ନିଜେ ନୁହେଁ, ତାଙ୍କ ସାଥିରେ ୨୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ମଧ୍ୟ ଥିବା କୁହାଯାଉଛି । ତେବେ ଏତିକିରେ ସରୁନି ପୁରା କାହାଣୀ । ଆଗକୁ ବିଜେପି ଦେବ ଅସଲ ପରୀକ୍ଷା, ପ୍ଲୋର ଟେଷ୍ଟ । 

ଏବେ ଶିବସେନା ବିଧାୟକଙ୍କ ଉପରେ ବିଜେପିର ଆଖି !
ଫାଇଲ ଫଟୋ

ନୂଆଦିଲ୍ଲୀ: ସଫଳ ହୋଇଛି ମହାରାଷ୍ଟ୍ରରେ ବିଜେପିର ସର୍ଜିକାଲ ଷ୍ଟ୍ରାଇକ । ନାକକୀୟ ମୋଡରେ ସରକାର ଗଢିଛି ଗେରୁଆ ଦଳ । ଯଦିଓ ବିଜେପିକୁ ଏନସିପିର ସମର୍ଥନ ମିଳିନି, ତଥାପି ମଧ୍ୟ ବରିଷ୍ଠ ଏନସିପି ନେତା ଅଜିତ ପାୱାର ଗେରୁଆ ଦଳ ଆଡକୁ ପଲଟି ଯାଇଛନ୍ତି । କେବଳ ନିଜେ ନୁହେଁ, ତାଙ୍କ ସାଥିରେ ୨୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ମଧ୍ୟ ଥିବା କୁହାଯାଉଛି । ତେବେ ଏତିକିରେ ସରୁନି ପୁରା କାହାଣୀ । ଆଗକୁ ବିଜେପି ଦେବ ଅସଲ ପରୀକ୍ଷା, ପ୍ଲୋର ଟେଷ୍ଟ । 

ମ୍ୟାଜିକ ନମ୍ୱର ଆଉ କେତେ ବାଟ ? 

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିକୁ ୧୦୫ ଆସନ ମିଳିଛି । ଆହୁରି ମଧ୍ୟ ୧୩ ଜଣ ସ୍ୱାଧୀନ ଏବଂ ଛୋଟ ଛୋଟ ଦଳର ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିଛନ୍ତି । ଆଉ ଏବେ ବରିଷ୍ଠ ଏନସିପି ନେତା ଅଜିତ ପାୱାରଙ୍କ ସମେତ ୨୨ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିପାରନ୍ତି । ଯାହା ବିଶ୍ୱସ୍ତ ସୂତ୍ରରୁ ଖବର ମିଳୁଛି । ତେବେ ଏସବୁ ମିଶାଇଲେ ହେଉଛି ୧୪୦ । ଅର୍ଥାତ ମ୍ୟାଜିକ ନମ୍ୱର ଛୁଇଁପାରୁନାହିଁ । ଯେଉଁଥିପାଇଁ ଶିବସେନାର କିଛି ବିଧାୟକଙ୍କ ଉପରେ ମଧ୍ୟ ବିଜେପିର ଆଖି ପଡିଥିବା କୁହାଯାଉଛି । 

ବିଜେପି ସହ ଶିବସେନାର ୧୯ରୁ ଉର୍ଦ୍ଧ୍ୱ ବିଧାୟକ ଯୋଗାଯୋଗରେ ଥିବା କୁହାଯାଉଛି । ଦୁଧିଆଳି ମନ୍ତ୍ରୀପଦର ଅଫର ଦେଖାଇ ଶିବସେନା ବିଧାୟକଙ୍କୁ ଆକୃଷ୍ଠ କରିପାରେ ଗେରୁଆ ଦଳ । କାହିଁକିନା ମ୍ୟାଜିକ ନମ୍ବର ଏବେ ବି ବିଜେପି ପାଇଁ ଏତେ ସହଜ ନୁହେଁ । 

ଏଠାରେ ଅନ୍ୟଏକ କଥା ମଧ୍ୟ ସାମ୍ନାକୁ ଆସୁଛି । ଅଜିତ ପାୱାର ବିଜେପି ସହ ମିଶି ସରକାର ଗଢିବାର ନିଷ୍ପତ୍ତି ସତରେ କଣ ବ୍ୟକ୍ତିଗତ ? ଏଥିରେ ଅଜିତ ପାୱାରଙ୍କ ଭିତିରିଆ ହାତ ନାହିଁ ତ ? ସମୟ ହିଁ କହିବ, ପୁରା କାହାଣୀ । ପ୍ଲୋର ଟେଷ୍ଟ କହିବ, କାହା ଗଣିତ ଠିକ ହେଉଛି ।