କୋରୋନା: ମୋଦିଙ୍କୁ ସମାଲୋଚନା କଲେ କଂଗ୍ରେସ ନେତା

ମୋଦିଙ୍କୁ ସମାଲୋଚନା କଲେ କଂଗ୍ରେସ ନେତା

କୋରୋନା: ମୋଦିଙ୍କୁ ସମାଲୋଚନା କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କୋରୋନା ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପମାନ ଗ୍ରହଣ କରିଛନ୍ତି। ସରକାର ନେଇଥିବା ଏହି ପଦକ୍ଷେପକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ପ୍ରଶଂସା କରିଛନ୍ତି। ଏପରିକି ଏହି ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧୀ ଦୃଢ ଭାବେ ସମର୍ଥନ ଜଣାଇଛନ୍ତି। ମାତ୍ର କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କୋରୋନା ବ୍ୟବସ୍ଥାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। 

କୋରୋନା ବ୍ୟବସ୍ଥାକୁ ନେଇ ଦିଗବିଜୟ ସିଂ ଏକ ଟ୍ୱିଟ ମାଧ୍ୟମରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଟ୍ୱିଟ ମାଧ୍ୟମରେ ସେ କହିଛନ୍ତି କି, ସମଗ୍ର ଦେଶରେ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ପିପିଇ ମାସ୍କ ଓ ଗ୍ଲୋବସ ପ୍ରଦାନ କରାଯିବାର ଥିଲା। ମାତ୍ର ତାହା ଏପର୍ଯ୍ୟନ୍ତ ତାହା ହୋଇ ନାହିଁ ବୋଲି ସେ କହିଛନ୍ତି। ଏପରିକି ଦେଶରେ ଟେଷ୍ଟିଂ କିଟ ମଧ୍ୟ ନାହିଁ। ଭୋପାଳ ଏମସରେ କେବଳ ଗୋଟିଏ ମାତ୍ର ଟେଷ୍ଟିଂ କିଟ ରହିଛି। ଯେଉଁଥିରେ ଦିନକୁ ମାତ୍ର ୨୦ ରୁ ୩୦ଟି ପଜିଟିଭ ଯାଞ୍ଚ କରିହେବ ବୋଲି ସେ କହିଥିଲେ। 

ସିଙ୍ଗାପୁର ଓ କୋରିଆରେ ଏହି ଭାଇରସ ଉପରେ ନିୟନ୍ତ୍ର କରାଯାଇଥିବା ଦର୍ଶାଇ ସେ ଆହୁରି ମଧ୍ୟ କହିଥିଲେ କି, ସିଙ୍ଗାପୁର ସରକାର ବେଶ ପ୍ରଭାବୀ ଢଙ୍ଗରେ କୋରୋନା ବିସ୍ତାରକୁ ନିୟନ୍ତ୍ରଣ କରିଛନ୍ତି। ସେମାନେ କିପରି ଠିକ ସମୟରେ ଲକଡାଉନ କରିବା, କୋରୋନା ପ୍ରଭାବିତ ଅଞ୍ଚଳକୁ ସଠିକ ସମୟରେ ବିଚ୍ଛିନ୍ନ କରିବା ଏବଂ ଯାଞ୍ଚ ପାଇଁ ଟେଷ୍ଟିଂ କିଟକୁ ବିଭିନ୍ନ ସହରରେ ପ୍ରଚୁର ମାତ୍ରାରେ ରଖାଯାଇଥିଲା ବୋଲି ସେ କହିଥିଲେ।