ସଂଖ୍ୟା ସିନା କମ, ହେଲେ ଏବେ ପାୱାର ଅଧିକ
trendingNow,recommendedStories0/zeeodisha/odisha595823

ସଂଖ୍ୟା ସିନା କମ, ହେଲେ ଏବେ ପାୱାର ଅଧିକ

ମହାରାଷ୍ଟ୍ରରେ ବିକଳ୍ପ ସରକାର ଗଠନରେ ଏତେ ବିଳମ୍ବ କାହିଁକି ? କାହା ପାଇଁ ସରକାର ଗଠନରେ ବିଳମ୍ବ ହେଉଛି ? ଏସବୁ ପ୍ରଶ୍ନ ଭିତରେ ଏକ ବଡ କଥା ସାମ୍ନାକୁ ଆସୁଛି । ସରକାର ଗଠନ ପାଇଁ ଶିବସେନା ଓ ଏନସିପି ପୁରା ତୟାର ଥିବା ବେଳେ କଂଗ୍ରେସ ସେହିମାତ୍ରରେ ତତ୍ପରତା ପ୍ରକାଶ କରୁନାହିଁ । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ତେରଛା ବୟାନ ଏବଂ ଏନସିପି ନେତା ଅଜୟ ପାୱାରଙ୍କ ପ୍ରତିକ୍ରିୟା ଏମିତି କିଛି କହୁଛି । 

ସଂଖ୍ୟା ସିନା କମ, ହେଲେ ଏବେ ପାୱାର ଅଧିକ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିକଳ୍ପ ସରକାର ଗଠନରେ ଏତେ ବିଳମ୍ବ କାହିଁକି ? କାହା ପାଇଁ ସରକାର ଗଠନରେ ବିଳମ୍ବ ହେଉଛି ? ଏସବୁ ପ୍ରଶ୍ନ ଭିତରେ ଏକ ବଡ କଥା ସାମ୍ନାକୁ ଆସୁଛି । ସରକାର ଗଠନ ପାଇଁ ଶିବସେନା ଓ ଏନସିପି ପୁରା ତୟାର ଥିବା ବେଳେ କଂଗ୍ରେସ ସେହିମାତ୍ରରେ ତତ୍ପରତା ପ୍ରକାଶ କରୁନାହିଁ । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ତେରଛା ବୟାନ ଏବଂ ଏନସିପି ନେତା ଅଜୟ ପାୱାରଙ୍କ ପ୍ରତିକ୍ରିୟା ଏମିତି କିଛି କହୁଛି । 

ସଂଖ୍ୟା ସବୁଠୁ କମ, ହେଲେ ସମୟ ଅଧିକ ନେଉଛି କଂଗ୍ରେସ । ମାତ୍ର ୪୪ ଆସନ ପାଇଥିବା କଂଗ୍ରେସ ଯେ ଦିନେ ସରକାର ଗଠନ ପାଇଁ ଚୁଡାନ୍ତ ନିଷ୍ପତ୍ତି ନେବ, ବୋଧେ ଏହି କଥା କେହି  ସ୍ୱପ୍ନରେ ବି ଭାବିନଥିଲେ । ହେଲେ ବର୍ତ୍ତମାନର ସ୍ଥିତି କଂଗ୍ରେସର ଭୂମିକାକୁ ବଢାଇ ଦେଇଛି । ସମର୍ଥନ ପତ୍ର ପଠାଇବ ପଠାଇବ କହି ସମୟ ଗଡାଇ ଚାଲିଛି । ସରକାର ଗଠନ ପାଇଁ ବିଜେପି ହାତ ଟେକି ଦେବା ପରେ ପ୍ରଥମେ ଶିବସେନା ଏବଂ ପରେ ଏନସିପିକୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ଉଭୟ ଦଳ ବିକଳ୍ପ ସରକାର ଗଠନ ପାଇଁ ଗୋଡଟେକି ବି ଅଛନ୍ତି । ଏପରିକି କଂଗ୍ରେସର ସମର୍ଥନ ପତ୍ରକୁ ଚାତକ ପରି ଅନାଇ ବସିଛନ୍ତି । ଫାଇନାଲ ଡିସିଜନ କଂଗ୍ରେସ ହିଁ ନେବ । 

ଗତକାଲି ସନ୍ଧ୍ୟା ୭।୩୦ ପର୍ଯ୍ୟନ୍ତ ଶିବସେନାକୁ ଡେଡଲାଇନ ଦେଇଥିଲେ ରାଜ୍ୟପାଳ । ହେଲେ କଂଗ୍ରେସର ନିଷ୍ପତ୍ତି ନେବାରେ ମନ୍ଥରତା ଏବଂ କଂଗ୍ରେସର ନିଷ୍ପତ୍ତିକୁ ଏନସିପିର ଅପେକ୍ଷା ଯୋଗୁଁ ଏଥିରେ ସଫଳ ହୋଇନଥିଲା ଶିବସେନା । ପରେ ଏନସିପିକୁ ଆମନ୍ତ୍ରଣ ମିଳିଛି । ଆଜି ସନ୍ଧ୍ୟା ୮।୩୦ ଭିତରେ ରାଜ୍ୟପାଳଙ୍କ ସମ୍ମୁଖରେ ଦଳକୁ ସ୍ପଷ୍ଟ ଚିତ୍ର ଦେବାକୁ ପଡିବ । ହେଲେ ଆଜି ବି ଗୋଳମାଳ କରିପକାଉଛି କଂଗ୍ରେସ ।  ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଭିମୁଖ୍ୟ ସ୍ପଷ୍ଟ କରୁନି ଦଳ । ବୈଠକ ପରେ କେବଳ ବୈଠକ ଡକାଇ ଚାଲିଛି । 

ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ, ଆଜି ଅପରାହ୍ନରେ ମୁମ୍ବାଇ ଯାଇ ଏନସିପି ନେତା ଶରଦ ପାୱାରଙ୍କୁ ଭେଟିବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଅହମେଦ ପଟେଲ । ଏହା ପରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ସନ୍ଧ୍ୟାରେ ଏନସିପି ରାଜ୍ୟପାଳଙ୍କ ପାଖରେ ବହୁମତ ଥିବା ନେଇ ସ୍ପଷ୍ଟ ଚିତ୍ର ଦେବ । 

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଆମେ ଏନସିପି ମହ ମିଶି ନିର୍ବାଚନ ଲଢିଥିଲୁ । ତେଣୁ ନିଷ୍ପତ୍ତି ମଧ୍ୟ ଏକାସାଙ୍ଗରେ ନେବୁ । ବର୍ତ୍ତମାନ ଏନସିପି ସହ ଆଲୋଚନା ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାର ଆଲୋଚନା କରି ଚୁଡାନ୍ତ ନିଷ୍ପତ୍ତି ନେବେ । 

ତେବେ ଏହା ପୂର୍ବରୁ କଂଗ୍ରେସ ହିଁ ସରକାର ଗଠନ ପ୍ରକ୍ରିୟାରେ ବିଳମ୍ବ କରୁଥିବା ଏନସିପି ନେତା ଅଜୟ ପାୱାରଙ୍କ ବୟାନରୁ ସ୍ପଷ୍ଟ ହେଇଥିଲା । କଂଗ୍ରେସର ସମର୍ଥନ ଚିଠି ମିଳିନାହିଁ। ସୋମବାର କଂଗ୍ରେସ ନେତାଙ୍କ ସହ ବୈଠକ ହୋଇଥିଲା। ଅପରାହ୍ନ ୪ଟାରେ ସମର୍ଥନ ପତ୍ର ପଠାଇବ ବୋଲି କଂଗ୍ରେସ କହିଥିଲା। ପରେ ସନ୍ଧ୍ୟା ୭ଟାରେ ସମର୍ଥନ ପତ୍ର ମିଳିବ ବୋଲି ଜଣାପଡ଼ିଥିଲା। ହେଲେ ଏହାପରେ ବି କଂଗ୍ରେସ ସମର୍ଥନ ପତ୍ର ପଠାଇ ନଥିବା କହିଥିଲେ ଅଜୟ । ତେବେ କଂଗ୍ରେସ କେତେବେଳେ ଗ୍ରୀନ ସିଗନାଲ ଦେଉଛି, ତାକୁ ହିଁ ଅପେକ୍ଷା । 

Trending news